Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ପରୀକ୍ଷାରେ କପି ରୋକିବା ପାଇଁ ଅଭିନବ ଉପାୟ, ପରୀକ୍ଷାର୍ଥୀ କାର୍ଡବୋଡ ଡବା ଖୋଳ ପିନ୍ଧି ଦେଲେ ପରୀକ୍ଷା

19/10/2019 at 12:18 AM

ବେଙ୍ଗାଲୁର – ବେଙ୍ଗାଲୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପରୀକ୍ଷାର୍ଥୀମାନେ କାର୍ଡବୋଡ ଡବା ଖୋଳ ପିନ୍ଧି ପରୀକ୍ଷା ଦେଇଛନ୍ତି। କପି ରୋକିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।

କର୍ଣ୍ଣାଟକରେ ଏକ ବେସରକାରୀ ମହାବିଦ୍ୟାଳୟ (କଲେଜ)ରେ ଏପରି ଘଟଣା ସାମ୍ନାକୁ ଆସିଛି । ଅନ୍ୟଙ୍କ ଠାରୁ କପି ନ କରିବା ପାଇଁ କାର୍ଡବୋଡ ଡବା ଖୋଳ ପିନ୍ଧି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇଥିଲେ । ସାମାଜିକ ଗଣମାଧ୍ୟମରେ ଏହାର ଫଟୋ ଭାଇରାଲ୍‌ ହେବା ପରେ ଅନେକ ଏହାକୁ ନିନ୍ଦା କରିଛନ୍ତି ।

କର୍ଣ୍ଣାଟକର ହାଭେରୀ ଜିଲ୍ଲାରେ ଥିବା ଭଗତ ମହାବିଦ୍ୟାଳୟରେ ଏହି ଘଟଣା ଘଟିଛି । ମହାବିଦ୍ୟାଳୟର ଜଣେ ପ୍ରଶାସନିକ ଅଧିକାରୀ ଏହାର ଫଟୋକୁ ଫେସ୍‌ବୁକ୍‌ରେ ସେୟାର କରିଥିଲେ । ବୁଧବାରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ଗତ ବର୍ଷ ଅନେକ ଛାତ୍ରଛାତ୍ରୀ କପି କରିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା କଲେଜ ମ୍ୟାନେଜମେଣ୍ଟ ପ୍ରକାଶ କରିଛି । ଏନେକ ଥର ଚେତାବନୀ ଦେବା ପରେ ବି ଛାତ୍ରଛାତ୍ରୀମାନେ କପି କରିଥିଲେ । ଏହାପରେ ଏପରି କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ମାତ୍ର ସରକାର କଲେଜ ପ୍ରଶାସନକୁ ଏହି ଘଟଣାପରେ ଏକ ନୋଟିସ୍‌ ଜାରି କରିଛନ୍ତି । ଏହାର ସନ୍ତୋଷଜନକ ଉତ୍ତର ନ ମିଳିଲେ ଲାଇସେନ୍ସ ରଦ୍ଦ କରାଯିବା ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।

   Related Posts