Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ପରିବେଶ ସୁରକ୍ଷା ଓ ବନୀକରଣ ପାଇଁ ଅଭିନବ ପ୍ରୟାସ

30/09/2019 at 7:31 PM

କୋରାପୁଟ ୩୦ ।୦୯ –  ପରିବେଶ ସୁରକ୍ଷା ଓ ବନୀକରଣ ସହ ଆୟୁର୍ବେଦର ପ୍ରଚାର ପ୍ରସାର ପାଇଁ କୋରାପୁଟ ବନ ବିଭାଗର ଅଭିନବ ପ୍ରୟାସ ।ଏଣିକି ବନୀକରଣ ସହ ଅଧିକ ଔଷଧୀୟ ଗଛ ଲଗାଯାଇ ଉପରେ ଫୋକସ୍‌ ଆରମ୍ଭ ହୋଇଛି ।  ସ୍ୱାମୀନାଥନ ଗବେଷଣା କେନ୍ଦ୍ର ଏଥିପାଇଁ ବନବିଭାଗକୁ ସହାୟତା କରିବ । ଏଥି ପାଇଁ ଜିଲ୍ଲାର ବଛା ବଛା ଆୟୁର୍ବେଦିକ ଚିକିତ୍ସିକ ଓ ଔଷଧୀୟ ବୃକ୍ଷ ଚାଷ କରୁଥିବା ଚାଷୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି  କର୍ମଶାଳା ।

ଦିନକୁ ଦିନ ଆୟୁର୍ବେଦିକ ଔଷଧର ବଢୁଛି ଚାହିଦା ।  ଏହାକୁ ଦୁଷ୍ଟିରେ ରଖି କୋରାପୁଟ ବନ ବିଭାଗ ଆରମ୍ଭ କରିଛି ନୂଆ ଯୋଜନା । ଏଣିକି ଔଷଧୀୟ ବୃକ୍ଷରେ  ଭରପୁର ହେବ କୋରାପୁଟ ଜିଲ୍ଲା । ଲୁପ୍ତ ପାଇଯାଉଥିବା ସମସ୍ତ ପ୍ରକାର ଔଷଧୀୟ ଗଛ ଲଗାଯିବ । କୋରାପୁଟ ବନ ବିଭାଗ ପକ୍ଷରୁ ସ୍ବାମୀନାଥନ ଗବେଷଣା ସଂସ୍ଥା ସହାୟତାରେ ଆରମ୍ଭ ହୋଇଛି ଏହି ପ୍ରୟାସ । ଏହି ଉଦ୍ୟମ ସଫଳ ହେଲେ ପରିବେଶ ସୁରକ୍ଷା ଓ ବନୀକରଣ ସହ ଆୟୁର୍ବେଦିକ ଔଷଧର ପ୍ରଚାର ପ୍ରସାର ହୋଇ ପାରିବ  ବୋଲି ଜୟପୁର ଡିଏଫ୍‌ଓ ଅଶ୍ୱୀନ କୁମାର କର ସୂଚନା ଦେଇଛନ୍ତି ।

ଏହାସହ ଔଷଧୀୟ ବୃକ୍ଷ ଚାଷ ପାଇଁ କିପରି ଅଧିକ ଚାଷୀ ଉତ୍ସାହିତ ହେବେ ସେନେଇ ମଧ୍ୟ ଆଲୋଚନା ହୋଇଛି । ଔଷଧୀୟ ଗଛ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଥିବା ସମସ୍ତ ଚାଷୀଙ୍କୁ ମାଗଣାରେ ଚାରା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଚାଷୀଙ୍କଠାରୁ ଆୟୁର୍ବେଦିକ ଚିକିତ୍ସିକ ମଧ୍ୟ ସିଧାସଳଖ ଏ ସବୁ ଏଣିକି କିଣି ପାରିବେ

ପରିବେଶ ସୁରକ୍ଷା ଓ ବନୀକରଣ ସହ ଆୟୁର୍ବେଦର ପ୍ରଚାର ପ୍ରସାର ପାଇଁ କୋରାପୁଟ ବନ ବିଭାଗର ଏଭଳି ଉଦ୍ୟମ ସଫଳ ହେଲେ ରାଜ୍ୟପାଇଁ ଏହା ଏକ ବଡ ସଫଳତା ଆଣିପାରିବ ।

   Related Posts