Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ବର୍ଷକୁ ୪ଟା ପରୀକ୍ଷା ଦେବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ, ନବମ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା କଲା ବୋର୍ଡ

21/10/2021 at 4:50 PM

କଟକ, ୨୧/୧୦:  ନୂଆ ଢାଞ୍ଚାରେ ନଵମ ଓ ଦଶମ ଶ୍ରେଣୀର ପରୀକ୍ଷା ଏଵଂ ମୂଲ୍ୟାୟନ ପଦ୍ଧତି ଉପରେ ଵୋର୍ଡ ସାମ୍ବାଦିକ ସମ୍ମିଳନୀ କରିଛି । ନଵମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିଵର୍ତ୍ତନ କରାଯାଇଛି । ଵର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେଵ । ଵର୍ଷକୁ ୨ଟି ସମେଟିଭ୍ ପରୀକ୍ଷା ହେଵ ।

ନଵମ ଶ୍ରେଣୀର ସମେଟିଭ୍-୧ ପରୀକ୍ଷା ତାରିଖ ଘୋଷଣା କରିଛି ବୋର୍ଡ । ନଭେମ୍ବର ୨୨ରୁ ୨୪ଭିତରେ  ପ୍ରଥମ ସମେଟିଭ୍ ପରୀକ୍ଷା କରାଯିବ ବୋଲି ବୋର୍ଚ କହିଛି । ଏଥିରେ ୪୦ମାର୍କର ପରୀକ୍ଷା ହେଵ ୨୦ମାର୍କର ସଵଜେକଟିଭ୍ ଓ ୨୦ମାର୍କର ଅଵଜେକଟିଵ୍ ପରୀକ୍ଷା ହେବ । ଏହାର ଓ୍ବେଟେଜ ୩୦ ପ୍ରତିଶତ ରହିବ ।

ତେବେ ନିରପେକ୍ଷ ସ୍କୁଲରେ ମୂଲ୍ୟାୟନ ହେବା ନେଇ ବୋର୍ଡ ସ୍ପଷ୍ଟ କରିଛି । ୨୩ ତାରିଖରୁ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ କରାଯିବ ଏବଂ ନଭେମ୍ବର ୩୦ ତାରିଖ ମଧ୍ୟରେ ଖାତାର ମୂଲ୍ୟାୟନ ସରିବ । ଡିସେମ୍ବର ୬ରୁ ୧୩ତାରିଖ ଭିତରେ ଵୋର୍ଡ ମାର୍କ ଅପଲୋଡ଼ କରିଵ । ଫରମେଟିଭ୍ ଓ ସମେଟିଭ୍ ପରୀକ୍ଷାର ମାର୍କକୁ ନେଇ ରେଜଲ୍ଟ ପ୍ରକାଶ କରାଯିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।

   Related Posts