୧୨୯ ଜିଲ୍ଲାରେ ଚିନ୍ତା ବଢାଇଲା କରୋନା ଲହର, ପ୍ରତି ଦିନ ଚିହ୍ନଟ ହେଉଛନ୍ତି ୫ ହଜାରରୁ ଅଧିକ ସଂକ୍ରମିତ, ଡରାଉଛି ମୃତ୍ୟୁ ସଂଖ୍ୟା

Published By : Prameya-News7 Bureau | May 07, 2021 IST

ନୂଆଦିଲ୍ଲୀ ୦୭।୦୫: କରୋନା ମହାମାରୀର ଦ୍ଵିତୀୟ ଲହରର ପ୍ରକୋପ ନଥମୁଣୁ ଦେଶରେ ତୃତୀୟ ଲହରର ଆଶଙ୍କା ଦେଖା ଦେଲାଣି। ମହାରାଷ୍ଟ୍ର, କେରଳ ଓ କର୍ଣ୍ଣାଟକ ପରି ରାଜ୍ୟରେ କରୋନା କେସ୍ ଦ୍ରୁତ ବେଗରେ ବଢିବାରେ ଲାଗିଛି। ଏହା ଧିରେ ଧିରେ ଅନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ଦେଶର ୧୨୯ ଜିଲ୍ଲାରେ ଏକ ସପ୍ତାହ ହେବ ପ୍ରତିଦିନ ୫୦୦୦ରୁ ଅଧିକ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହା ବ୍ୟତୀତ ଗୁରୁଗ୍ରାମ, କୋଲକାତା ଓ ଡେରାଡୁନ ପରି ସହର କରୋନାର ନୂତନ ହଟ୍‌ସ୍ପଟ୍ ଭାବେ ସାମ୍ନାକୁ ଆସିଛି।

୧୦ ଲକ୍ଷ ନୂତନ କେସ୍‌ ମଧ୍ୟରୁ ଗୁରୁଗ୍ରାମରୁ ଦୈନିକ ହାରାହାରି ୧୧,୬୯୫ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଜନସଂଖ୍ୟା ହିସାବରେ କୋଲକାତା ପ୍ରତି ଦିନ ୯,୪୯୪ ନୂତନ ସଂକ୍ରମିତଙ୍କ ସହ ଷଷ୍ଠ ସ୍ଥାନରେ ରହିଛି। ୮,୬୩୨ ନୂତନ କେସ୍‌ ସହ ଡେରାଡୁନ ନବମ ସ୍ଥାନରେ ଏବଂ ଶ୍ରୀନଗରରେ ୧୧ମ ସ୍ଥାନରେ ରହିଛି।

ଏହା ବ୍ୟତୀତ ଶୀର୍ଷ ୨୦ ସହର ମଧ୍ୟରେ ଆସାମର କାମରୂପ ସହର ଓ ଚଣ୍ଡିଗଡ ମଧ୍ୟ ସାମିଲ୍। ଏହି ୨୦ ଜିଲ୍ଲା ମଧ୍ୟରୁ ୬ ଜିଲ୍ଲା ସେହି ୫ ରାଜ୍ୟରେ ସାମିଲ ଯେଉଁଠି ନିକଟରେ ବିଧାନସଭା ନିର୍ବାଚନ ସଂପନ୍ନ ହୋଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି କେସ୍ ଆଗାମୀ ଦିନରେ ଆହୁରି ବଢିପାରେ। କରୋନାର ପ୍ରକୋପ ଏବେ ବଡ ସହରରୁ ଛୋଟ ଛୋଟ ସହର ଏବଂ ଗାଁ ପର୍ଯ୍ୟନ୍ତ ପହଞ୍ଚିଲାଣି।

ବର୍ତ୍ତମାନ ଦେଶର ମୋଟ୍ ୧୮୪  ଜିଲ୍ଲା ଏମିତି ରହିଛି ଯେଉଁଠି, ପ୍ରତି ୧୦ ଲକ୍ଷ ଜନ ସଂଖ୍ୟା ମଧ୍ୟରୁ ନୂତନ କେସ୍‌ ରାଷ୍ଟ୍ରୀୟ ହାରଠୁ ଅଧିକ ରହିଛି। ଗୋଟିଏ ସପ୍ତାହ ପୂର୍ବରୁ ୧୫୬  ଜିଲ୍ଲା ଏମିତି ଥିଲେ, ଯେଉଁଠି କରୋନା କେସ୍ ଜାତୀୟ ହାରଠୁ କମ ଥିଲେ। ଏହି ୧୮୪ ଜିଲ୍ଲା ମଧ୍ୟରୁ ୭୦ ଜିଲ୍ଲା ତିନି ରାଜ୍ୟରୁ ଆସିଛି।

ଏଥିରେ ମହାରାଷ୍ଟ୍ରର ୨୭ ଜିଲ୍ଲା ଏବଂ ଛତିଶଗଡର ୨୨ ଜିଲ୍ଲା ସାମିଲ। ଏହା ବ୍ୟତୀତ କର୍ଣ୍ଣାଟକର ମଧ୍ୟ ୨୧ ଜିଲ୍ଲା ରହିଛି। ଉତ୍ତରାଖଣ୍ଡରେ ମଧ୍ୟ କରୋନା ସ୍ଥିତି ଚିନ୍ତାଜନକ ରହିଛି। ରାଜ୍ୟର ୧୩ ଜିଲ୍ଲା ମଧ୍ୟରୁ ୧୨ ଜିଲ୍ଲାରେ ଚିହ୍ନଟ କରୋନା କେସ୍ ଜାତୀୟ ହାରଠୁ ଅଧିକ ରହିଛି। ଏହା ବ୍ୟତୀତ ହିମାଚଳ ପ୍ରଦେଶର ୧୨ ମଧ୍ୟରୁ ୧୦ ଜିଲ୍ଲାରେ ଚିହ୍ନଟ ନୂତନ କେସ୍ ଜାତୀୟହାରଠୁ ଅଧିକ ରହିଛି। ସୂଚନାଯୋଗ୍ୟ, କରୋନାର ନୂତନ ଲହର ସମଗ୍ର ଦେଶରେ ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.