Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

କରୋନା ମହାମାରୀର ଆତଙ୍କ ବେଳେ ଆଉ ଏକ ଅଜଣା ଭାଇରସ: ନେଲା ୨୦୦୦ ଘୁଷୁରୀଙ୍କ ଜୀବନ, ଆସାମରେ କୋକୁଆ ଭୟ

26/04/2020 at 3:40 PM

ଗୌହାଟୀ, ୨୬|୦୪:  ସାରା ବିଶ୍ୱ ଏବେ ମାରାତ୍ମକ କରୋନା ଭାଇରସ ସହ ଲଢେଇ କରୁଛି । ଏହା ମଧ୍ୟରେ ଏକ ରହସ୍ୟମୟ ଭାଇରସ ପ୍ରାୟ ୨୦୦୦ରୁ ଅଧିକ ଘୁଷୁରୀଙ୍କ ଜୀବନ ନେଇଛି । ଆସାମର ୬ଟି ଜିଲ୍ଲାରେ ଏହି ଭାଇରସ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏତେ ସଂଖ୍ୟକ ଘୁଷୁରୀଙ୍କ ଜୀବନ ନେଲାଣି । ଏହାକୁ ନେଇ ରାଜ୍ୟ ସରକାର ଶନିବାର ଘୁଷୁରୀ ମାଂସ ବିକ୍ରି ଓ ଖାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଆସାମ କୃଷିମନ୍ତ୍ରୀ ଅତୁଲ ବୋରା କହିଛନ୍ତି ଯେ, ଯେଉଁମାନେ ଘୁଷୁରୀ ବ୍ୟବସାୟ କରୁଛନ୍ତି ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ ନାହିଁ । ସେହିପରି ଘୁଷୁରୀ ମାଂସ ବିକ୍ରି ଓ ଖାଇବା ଉପରେ ବ୍ୟାନ୍ ଲାଗିଛି ।ତାଙ୍କୁ ପ୍ରଥମେ ଘୁଷୁରୀମାନେ ଅପ୍ରାକୃତିକ ଭାବେ ପ୍ରାଣ ହରାଉଛନ୍ତି । ପ୍ରଭାବିତ ଅଞ୍ଚଳରେ ମୃତ ଘୁଷୁରୀଙ୍କ ନମୂନା ସଂଗ୍ରହ କରାଯାଉଛି ।

ଉତ୍ତର ପୂର୍ବ ରିଜିଓନାଲ ଡିଜିଜ୍ ଡାଏଗ୍ନୋଷ୍ଟିକ୍ ଲାବୋରାଟୋରୀ ଓ ବାୟୋସେଫ୍ଟି ଲେବୁଲ-୩ ଲାବୋରେଟୋରୀ ଘୁଷୁରୀଙ୍କ ନମୂନା ସଂଗ୍ରହ କରିଛି । ଏବେସୁଦ୍ଧା ଘୁଷୁରୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନାହିଁ । ତେବେ କୌଣସି ଅଜଣା ଭାଇରସ ପାଇଁ ଏପରି ହେଉଥିବା ଆଶଙ୍କା କରାଯାଉଛି । ରିପୋର୍ଟ ଆସିବା ପରେ ପଦକ୍ଷେପ ଗ୍ରହଣ କରାଯିବ, ଏବେ ସରକାର ସମସ୍ତ କଂସେଇ ଖାନା ବନ୍ଦ କରିଦେଇଛନ୍ତି ବୋଲି କୃଷି ମନ୍ତ୍ରୀ କହିଛନ୍ତି ।

ଆହୁରି ମଧ୍ୟ ସଂକ୍ରମଣ ରୋକିବା ପାଇଁ ୬ଟି ଜିଲ୍ଲାକୁ ସରକାର କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଏହି ଘଟଣା ପରେ ଆସାମରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗୋଟିଏ ପଟେ କରୋନା ଭାଇରସ ସାରା ବିଶ୍ୱବାସୀ ଥରହର ହେଉଥିବା ବେଳେ ଏହି ନୂଆ ବିପଦ ଚିନ୍ତା ବଢାଇ ଦେଇଛି ।

   Related Posts