Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

କୁକୁଡ଼ାରୁ ବ୍ୟାପୁଛି ବିପଜ୍ଜନକ ଭାଇରସ: ସାରା ବିଶ୍ୱରେ ପୁଣି ରଚିବାକୁ ଯାଉଛି ବିନାଶ

22/10/2021 at 5:33 PM

ନୂଆଦିଲ୍ଲୀ ୨୨/୧୦ : ୨୦୧୯ ଶେଷ ଆଡକୁ ବିଶ୍ୱରେ କରୋନା ଭାଇରସ ପ୍ରକୋପ ରଚିଥିଲା। ୨୦୨୦ ମାର୍ଚ୍ଚ ପରେ ଏହି ଭାଇରସ ଉଗ୍ର ରୂପ ଧାରଣ କରିଥିଲା। ଭାଇରସ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଗଲା। କରୋନା ଭାଇରସର ପ୍ରକୋପ ଏବେ ବି କମିନାହିଁ। ଇତି ମଧ୍ୟରେ ଖବର ଆସିଛି ଯେ କୁକୁଡ଼ା ଫାର୍ମରେ ୮ ପ୍ରକାର ଭୟଙ୍କର ଭାଇରସ ବଢୁଛି। ଯଦି ଏହି ଭାଇରସ ବ୍ୟାପେ ତାହେଲେ ପରିଣାମ କରୋନାଠୁ ମଧ୍ୟ ଭୟାବହ ହେବ।

ଗତ ବର୍ଷ ଋଷରେ ଲେଖା ଲକ୍ଷ କୁକୁଡ଼ାଙ୍କୁ ହଠାତ ମାରିଦିଆ ଯାଇଥିଲା। ଏହି କୁକୁଡ଼ାଙ୍କ ମଧ୍ୟ ଏଭିୟନ ଫ୍ଲୁ ଲକ୍ଷଣ ଦେଖାଦେଇଥିଲା। ଏହାପରେ ଫାର୍ମକୁ ବନ୍ଦ କରିଦିଆଯାଇଥିଲା। ଏହି ଫ୍ଲୁ ମଣିଷଙ୍କ ମଧ୍ୟରେ କରୋନାଠୁ ମଧ୍ୟ ଦ୍ରୁତ ଗତିରେ ବ୍ୟାପିଥାଏ। ଏଭିୟନ ଫ୍ଲୁର ଏହି ଷ୍ଟ୍ରେନକୁ H5N8 ନାଁ ଦିଆଯାଇଥିଲା। କୁକୁଡ଼ା ଫାର୍ମରୁ ଏହି ଷ୍ଟ୍ରେନ ସେଠାରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ସଂକ୍ରମିତ କରିଥିଲା। ଏହାପରେ ଦେଖୁ ଦେଖି ୭ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ଏମାନଙ୍କ ମଧ୍ୟରେ ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଥିଲା ଓ ଚିକିତ୍ସା ପରେ ଏମାନେ ସୁସ୍ଥ ହୋଇଯାଇଥିଲେ। କିନ୍ତୁ ଭାଇରସ ରୋକିବାକୁ ଫ୍ୟାକ୍ଟ୍ରିର ୯ ଲକ୍ଷ କୁକୁଡ଼ାଙ୍କୁ ମାରିବାକୁ ପଡିଥିଲା। କୁକୁଡ଼ା ରପ୍ତାନି ହୋଇଥିଲେ ଭାଇରସ ବ୍ୟାପି ଯାଇଥାନ୍ତା।

ଋଷର ଏହି ଘଟଣା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ସେୟାର କରାଯାଇଥିଲା କିନ୍ତୁ ସେତେବେଳେ WHO କରୋନା ମାମଲାରେ ଚିନ୍ତିତ ଥିଲା। ରୁଷ ଫେଡେରେଶନର ମୁଖ୍ୟ ଉପଭୋକ୍ତା ପରାମର୍ଶଦାତା ଏନା ପୋପୋଭା କହିଛନ୍ତି ଯେ ବିଶ୍ୱର ବୈଜ୍ଞାନିକ ଯଥାଶୀଘ୍ର H5N8 ଜୀବାଣୁ ଇଞ୍ଜେକ୍ସନ ତିଆରି କରିବା ଆରମ୍ଭ କରିବା ଉଚିତ୍। ଯଦି ଏଭଳି ନହୁଏ ଓ ଭାଇରସ ମଣିଷଙ୍କ ମଧ୍ୟରେ ବ୍ୟାପେ ତାହେଲେ ସ୍ଥିତି କରୋନାଠୁ ବି ଭୟାବହ ହେବ। ଏବେ ଯାଏଁ ଏଭିୟନ ଫ୍ଲୁର ୮ଟି ଭାରିଏଣ୍ଟ ବିଷୟରେ ଜଣାପଡିଛି ଓ ଏସବୁ ମଣିଷଙ୍କ ଜୀବନ ନେବାକୁ ସମର୍ଥ। 

କରୋନା କାରଣରୁ ଏଭିୟନ୍ ଫ୍ଲୁ ବିଷୟରେ ଅଧିକ ଆଲୋଚନା ହୋଇପାରିଲା ନାହିଁ କିନ୍ତୁ ଏହା ଅତ୍ୟନ୍ତ ବିପଦଜନକ। ଗତ ସପ୍ତାହରେ, ଚାଇନାରୁ ୪୮ ଜଣ H5N8 ଆକ୍ରାନ୍ତ ହୋଇଥିଲେ ଯେଉଁମାନଙ୍କର ଅତି ଗୁପ୍ତ ଭାବରେ ଚିକିତ୍ସା ଚାଲିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ କୁକୁଡ଼ା ଫାର୍ମରେ କାମ କରୁଥିଲେ। କୁହାଯାଉଛି ଯେ ସେମାନଙ୍କ ମଧ୍ୟରୁ ଅଧାଙ୍କର ମୃତ୍ୟୁ ହୋଇଯାଇଛି। ଚାଇନା ସହିତ ବ୍ରିଟେନ ଏହି ଫ୍ଲୁ ଉପରେ ନଜର ରଖିଛି। ଯଦି ଟିକିଏ ଅସାବଧାନ ହେଲେ ମୃତ୍ୟୁ କୁକୁଡ଼ା ମାଧ୍ୟମରେ ମଣିଷ ପାଖରେ ପହଞ୍ଚିଯିବ।

   Related Posts