Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ବ୍ଲାକ୍, ହ୍ୱାଇଟ୍ ଓ ୟେଲୋ ଫଙ୍ଗସ୍ ପରେ ନୂଆ ଭାଇରସ୍ ଚିହ୍ନଟ: କରୋନା ରୋଗୀଙ୍କ ପାଇଁ ବହୁତ ମାରାତ୍ମକ

9/06/2021 at 5:45 PM

ଗାଜିଆବାଦ ୦୯/୦୬ : ରାଜଧାନୀ ଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ, କରୋନା ଭାଇରସ୍ ପରେ ବ୍ଲାକ, ହ୍ୱାଇଟ ଓ ୟେଲୋ ଫଙ୍ଗସ୍ ପରେ ନୂଆ ଭାଇରସ୍ ଦେଖାଦେଇଛି। ନୂଆ ଭାଇରସକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଡାକ୍ତର ଦାବି କରିଛନ୍ତି ଯେ, ଦେଶର ପ୍ରଥମ ହର୍ପିସ୍ ସିମ୍ପ୍ଲେକ୍ସ ଭାଇରସ୍ ଗାଜିଆବାଦର ଜଣେ ରୋଗୀଙ୍କ ଠାରୁ ଚିହ୍ନଟ ହୋଇଛି । ଏହା ଅତ୍ୟନ୍ତ ବିପଜ୍ଜନକ ବୋଲି ଡାକ୍ତର କହିଛନ୍ତି ।

ଡାକ୍ତରଙ୍କ କହିବା ଅନୁଯାୟୀ, କରୋନା ପରେ ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଥାଏ କିମ୍ବା ସେମାନେ ଅନ୍ୟ କୌଣସି ରୋଗରେ ପୀଡିତ ତାହେଲେ ଭାଇରସ ସେମାନଙ୍କୁ ଆକ୍ରାନ୍ତ କରିଥାଏ । ଏହାର ଚିକିତ୍ସା ମଧ୍ୟ ବହୁତ ମହଙ୍ଗା । ଏଥିରୁ ସ୍ପଷ୍ଟ ଯେ ଦେଶରେ କରୋନା ଭାଇରସ ପରେ ବ୍ଲାକ, ହ୍ୱାଇଟ, ୟେଲୋ ଫଙ୍ଗସ୍ ପରେ ଏହି ନୂଆ ଭାଇରସ ଆସିବା କାରଣରୁ ଭୟ ସୃଷ୍ଟି ହୋଇଛି । ପୁଣି ଚିନ୍ତାର ବିଷୟ ହେଲା ଡାକ୍ତର ଏହାକୁ ସବୁଠାରୁ ମାରାତ୍ମକ ବୋଲି କହିଛନ୍ତି ।

ଗାଜିଆବାଦର ଡାକ୍ତର ବିପି ତ୍ୟାଗୀ କହିଛନ୍ତି ଯେ ଦେଶର ପ୍ରଥମ ହର୍ପିସ୍ ସିମ୍ପଲେକ୍ସ ଭାଇରସ ଗାଜିଆବାଦରେ ଜଣେ ରୋଗୀଙ୍କ ନାକରେ ଦେଖିବାକୁ ମିଳିଛି। ଏହା ଅତ୍ୟନ୍ତ ବିପଜ୍ଜନକ । ଯଦି ଚିକିତ୍ସା ବିଳମ୍ବ ହୁଏ ତେବେ ଏହା କରୋନା ଭାଇରସରୁ ଅଧିକ ମାରାତ୍ମକ ହୋଇପାରେ । ଗାଜିଆବାଦ ମୋଦି ନଗରରେ ରହୁଥିବା ବିବେକ ତ୍ୟାଗୀଙ୍କୁ ଏହି ଭାଇରସ ଆକ୍ରାନ୍ତ କରିଛି । ଗାଜିଆବାଦ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏହି ରୋଗର ଔଷଧ ହସ୍ପିଟାଲରେ ଉପଲବ୍ଧ । ସେଥିପାଇଁ ବିବେକଙ୍କ ଚିକିତ୍ସା ସମ୍ଭବ ହୋଇଛି ବୋଲି ଡାକ୍ତର କହିଛନ୍ତି । ଏହାସହ ଡାକ୍ତର କହିଛନ୍ତି ଯେ, ଲୋକେ ସଚେତନ ହେବା ଦରକାର । କାରଣ ଯେଉଁମାନେ କରୋନାରୁ ସୁସ୍ଥ ହେଉଛନ୍ତି ସେମାନଙ୍କୁ ଏହିଭଳି ରୋଗ ହେବାର ସମ୍ଭାବନା ରହିଛି ।

   Related Posts