ସର୍ଜିକାଲ ଷ୍ଟ୍ରାଇକର ନୂଆ ଭିଡିଓ ଜାରି କରିଛି ପ୍ରତିରକ୍ଷା ମନ୍ତ୍ରାଳୟ

Published By : Prameya-News7 Bureau | September 27, 2018 IST

ଦିଲ୍ଲୀ ୨୭/୯ : ଆସିଲା ସର୍ଜିକାଲ ଷ୍ଟ୍ରାଇକର ନୂଆ ଭିଡିଓ | ପିଓକେରେ ସେନା କରିଥିବା ସର୍ଜିକାଲ ଷ୍ଟ୍ରାଇକର ୨ ବର୍ଷ ପୂରିବାର ଠିକ ଆଗରୁ ଭିଡିଓ ଜାରି କରିଛି ପ୍ରତିରକ୍ଷା ମନ୍ତ୍ରାଳୟ | ୨୦୧୬ ସେପ୍ଟେମ୍ବର ୨୯ରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ସେନା ସର୍ଜିକାଲ ଷ୍ଟ୍ରାଇକ କରିଥିଲା | ଗତ ଜୁନ ମାସରେ ଏହି ଅପରେସନର କିଛି ଭିଡିଓ ଜାରି ହୋଇଥିଲା | ଏବେ ସାମ୍ନାକୁ ଆସିଛି ଆଉ ଏକ ଭିଡିଓ | ଏଥିରେ ଦେଖିବାକୁ ମିଳିଛି ପିଓକେରେ ରହିଛି ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ଼ | ଯାହାକୁ ସେନାର ଯବାନମାନେ ଧ୍ବଂସ କରିଛନ୍ତି | ଗତ ସପ୍ତାହରେ ଆର୍ମି ଚିଫ ଜେନେରାଲ ବିପିନ ରାୱତ କହିଥିଲେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କୀଙ୍କୁ ଦମନ କରିବା ଲାଗି ଆଉ ସର୍ଜିକାଲ ଷ୍ଟ୍ରାଇକର ଆବଶ୍ୟକତା ରହିଛି | ଭିଡିଓରେ ଅନେକ ଲଞ୍ଚପ୍ୟାଡ଼ରେ ଆତଙ୍କୀ ସକ୍ରିୟ ଥିବା ଜଣାପଡିଛି | ଏପରି ସ୍ଥିତିରେ ସର୍ଜିକାଲ ଷ୍ଟ୍ରାଇକର ନୂଆ ଭିଡିଓ ଆସିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.