ଚିନ୍ତା ବଢାଇଲା ଭିଏତନାମରେ ଚିହ୍ନଟ ନୂତନ ଭାରିଏଣ୍ଟ, ବାୟୁରେ ଦ୍ରୁତ ଗତିରେ ବ୍ୟାପୁଛି

Published By : Prameya-News7 Bureau | May 29, 2021 IST

ହନୋଇ ୨୯।୦୫: ସମଗ୍ର ଦୁନିଆରେ ଗୋଟିଏ ପଟେ କରୋନା ଭାଇରସ୍‌ର ପ୍ରକୋପ ଥମିବାର ନାଁ ନେଉନଥିବା ବେଳେ ଅନ୍ୟପଟେ ଭିଏତନାମରେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରଏଣ୍ଟ ସଭିଙ୍କ ଚିନ୍ତା ବଢାଇ ଦେଇଛି। ଭିଏତନାମ ସ୍ଵାସ୍ଥ୍ୟ ମନ୍ତ୍ରୀ ଭିଏନ ଟନ ଲଙ୍ଗ ଶନିବାର ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭିଏତନାମରେ କରୋନା ଭାଇରସ୍‌ର ନୂତନ ଭାରିଏଣ୍ଟ ଚିହ୍ନଟ ହୋଇଛି। ଏହା ପୂର୍ବରୁ ବ୍ରିଟେନ୍, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଓ ଭାରତରେ ନୂତନ ଭାରିଏଣ୍ଟ ଚିହ୍ନଟ ହୋଇଥିଲା।

ସମାଚାର ଏଜେନ୍ସି ରାଇଟର୍ସର ସୂଚନା ଅନୁଯାୟୀ, ଭିଏତନାମରେ କରୋନା ଭାଇରସ୍‌ର ଯେଉଁ ନୂତନ ଭାରିଏଣ୍ଟ ଚିହ୍ନଟ ହୋଇଛି, ତାହା ଭାରତ ଓ ବ୍ରିଟେନ୍‌ରେ ଚିହ୍ନଟ ଭାରଏଣ୍ଟ ସହ ସାମଞ୍ଜ୍ୟସ ରହିଛି। ମାତ୍ର ସବୁଠୁ ବଡ ଚିନ୍ତା ଏହା ଯେ, ଏହା ଅନ୍ୟ ଭାରିଏଣ୍ଟ ତୂଳନାରେ ବାୟୁରେ ଦ୍ରୁତ ଗତିରେ ବ୍ୟାପୁଛି।

ଗତ ବର୍ଷ ଆସିଥିବା କରୋନା ଭାଇରସ୍‌ର ପ୍ରଥମ ଲହରକୁ ରୋକିବା ପାଇଁ ଭିଏତନାମ ସଫଳ ହୋଇଥିଲା। ହେଲେ ଏଥର ଭାଇରସ୍‌ର ପ୍ରକୋପ ଅଧିକ ଦେଖିବାକୁ ମିଳିଛି। ନୂତନ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ପ୍ରୟାସ ଜାରି ରହିଛି। ଏପ୍ରିଲ ମାସର ଶେଷ ସପ୍ତାହରେ ଭିଏତନାମର ୬୩ ସହରରୁ ୩୧ଟିରେ କରୋନା ସଂକ୍ରମଣର ନୂତନ ୩୬୦୦ କେସ୍ ସାମ୍ନାକୁ ଆସିଥିଲା। ଯାହା ପୂରା ଦେଶର ମୋଟ୍ କରୋନା ମାମଲାର ୫୦ ପ୍ରତିଶତ। ଏଥିରେ ୪୭ ଜଣଙ୍କ ମୃତ୍ୟୁ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.