Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

HIV ରୋଗୀଙ୍କ ଠାରୁ ବ୍ୟାପିଛି କରୋନାର ‘ଓମିକ୍ରୋନ୍‌’ ଭ୍ୟାରିଆଣ୍ଟ ! ବୈଜ୍ଞାନିକଙ୍କ ଆକଳନକୁ ନେଇ ବଢିଲା ଚିନ୍ତା

27/11/2021 at 7:18 PM

ନୂଆଦିଲ୍ଲୀ ୨୭/୧୧ : କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟକୁ ନେଇ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ନୂଆ ଭ୍ୟାରିଆଣ୍ଟର ନାଁ ‘ଓମିକ୍ରୋନ୍‌’ ରଖାଯାଇଛି । ଏହି ଭ୍ୟାରିଆଣ୍ଟ ଦ୍ରୁତଗତିରେ ସଂକ୍ରମିତ କରୁଥିବା ହୁ ପକ୍ଷରୁ ଚେତାବନୀ ଦିଆଯାଇଛି । ଏପରିକି ଡେଲଟା ଭାରିଆଣ୍ଟ ଦ୍ବାରା ୩ ମାସରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଓମିକ୍ରୋନ୍ ଦ୍ବାରା ମାତ୍ର ୧୫ ଦିନରେ ସଂକ୍ରମଣ ତୀବ୍ର ହେଉଛି । ଯାହାକି ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟିକରିପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇସାରିଲେଣି ।

ଲଣ୍ଡନ ସ୍ଥିତ ୟୁସିଏଲ୍‌ ଜେନେଟିକ୍ସ ଇନଷ୍ଟିଚ୍ୟୁଟ୍‌ର ଜଣେ ବୈଜ୍ଞାନିକଙ୍କ କହିବା କଥା ଯେ, କରୋନାର ଏହି ଭ୍ୟାରିଆଣ୍ଟ ପ୍ରକୃତରେ କେଉଁଠୁ ଆସିଲା ତାହା ଖୋଜି ପାଇବା ଖୁବ ମୁସ୍କିଲ । ସମ୍ଭବତ କୌଣସି HIV/AIDS ରୋଗୀଙ୍କ ଠାରୁ ଏହି ଭାଇରାସ ମ୍ୟୁଟାଣ୍ଟ ହୋଇ ଭୟଙ୍କର ହୋଇଥାଇପାରେ । ଆଫ୍ରିକୀୟ ଦେଶରେ ଓମିକ୍ରୋନ୍ ଭ୍ୟାରିଆଣ୍ଟ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ବୋଲି ବୈଜ୍ଞାନିକ କହିଛନ୍ତି ।

ଓମିକ୍ରୋନ୍ ଭ୍ୟାରିଆଣ୍ଟ ଦ୍ରୁତଗତିରେ ସଂକ୍ରମିତ କରୁଛି । ଡେଲ୍‌ଟା ଭ୍ୟାରିଆଣ୍ଟ ଠାରୁ ଓମିକ୍ରୋନ୍ ପ୍ରାୟ ୩୦ଗୁଣା ଅଧିକ ମ୍ୟୁଟାଣ୍ଟ କରୁଛି । ଯାହାକି ଅଧିକ ଚିନ୍ତାଜନକ । ଆଲ୍‌ଫା, ବିଟା ଏବଂ ଡେଲ୍‌ଟା କିମ୍ବା ଡେଲ୍‌ଟା ପ୍ଲସ୍‌ ତୁଳନାରେ ଓମିକ୍ରୋମ ଅଧିକ ବିପଦପୂର୍ଣ୍ଣ ଭାବେ ଶରୀରରେ ଗ୍ରାସ କରୁଛି ।

କରୋନାର ନୁଆ ଷ୍ଟେ୍ରନକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ଚେତାବନୀ ଦିଆଯାଇ ସାରିଲାଣି । ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ କରୋନା ଟେଷ୍ଟ ବାଧ୍ୟତାମୂଳକ ତଥା କ୍ବାରେଣ୍ଟାଇନ୍‌ ପ୍ରତି ଧ୍ୟାନ ଦେବାକୁ ଆଡଭାଇଜରୀରେ ରାଜ୍ୟମାନଙ୍କୁ ସୂଚାଇ ଦେଇଛନ୍ତି କେନ୍ଦ୍ର ସରକାର । ବିଶେଷ କରି ବ୍ରିଟେନ୍‌, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ଚୀନ, ମରିଶସ୍‌, ନ୍ୟୁଜିଲାଣ୍ଡ, ଜିମ୍ବାଓ୍ବେ, ହଂକଂ ଏବଂ ଇସ୍ରାଏଲରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି । ଏହିସବୁ ଦେଶରୁ ଭାରତ ଆସୁଥିବା ବ୍ୟକ୍ତି ୧୪ ଦିନିଆ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି । ଏହା ସହିତ ଯାତ୍ରା କରିବା ପୂର୍ବରୁ କୋଭିଡ୍‌ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି ।

ଆଶ୍ବସ୍ତୀକର ଖବର ହେଉଛି ଭାରତରେ ବର୍ତ୍ତମାନ ସୁଦ୍ଧା ଓମିକ୍ରୋମ ଭ୍ୟାରିଆଣ୍ଟରେ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇନାହାନ୍ତି । ଭାରତରେ ଏହା ନବ୍ୟାପେ ସେଥିପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ଚଳାଇଛନ୍ତି କେନ୍ଦ୍ର ସରକାର । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଉଚ୍ଚସ୍ତରୀୟ ବୈଠକ କରାଯାଇଛି । ଏହି ବୈଠକରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

   Related Posts