Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଭାରତରେ କରୋନାର ଆଉ ଏକ ନୂଆ ଭାରିଆଣ୍ଟ୍ ‘ବି.୧.୧.୨୮.୨’ : ୭ ଦିନରେ ହେଉଛି ଘାତକ, ନେଉଛି ଭୟଙ୍କର ରୂପ

8/06/2021 at 8:00 AM

ନୂଆଦିଲ୍ଲୀ,୦୮/୦୬: କରୋନାରୁ ନୂଆ ରୂପ । ଅଦିକ ସାଙ୍ଘାତିକ । ଭାରତରେ ‘ବି.୧.୧.୨୮.୨’ ନାମକ ଆଉ ଏକ ନୂଆ କରୋନା ଭାରିଆଣ୍ଟ ଠାବ କରାଯାଇଛି । ପୁଣେର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି (ଏନ୍‌ଆଇଭି) ଦ୍ୱାରା ଜିନୋମ୍‌ ସିକ୍ୱେନ୍ସିଙ୍ଗ୍‌ କରାଯାଇ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ବ୍ରାଜିଲ ଓ ବ୍ରିଟେନରୁ ଆସିଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ନାକ ଓ ଗଳା ସ୍ୱାବ୍‌ରେ ଏହି ଭାରିଆଣ୍ଟ ଦେଖିବାକୁ ମିଳିଥିଲା ।

ବିଶେଷଜ୍ଞଙ୍କ ମୁତାବକ ଏହି ନୂଆ ଭାରିଆଣ୍ଟ ‘ଡେଲ୍‌ଟା’ ଭାରିଆଣ୍ଟ ସହିତ ପ୍ରାୟତଃ ସମାନ । ଆଲ୍‌ଫା ଭାରିଆଣ୍ଟଠାରୁ ଏହା ଅଧିକ ବିପଜ୍ଜନକ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ବି.୧.୧.୨୮.୨ ଭାରିଆଣ୍ଟରେ ସଂକ୍ରମିତ ହେଲେ ରୋଗୀଙ୍କ ଓଜନ ୭ ଦିନ ମଧ୍ୟରେ ହ୍ରାସ ପାଇବ । ଏହି ଭାରିଆଣ୍ଟରେ ସଂକ୍ରମଣ ତୀବ୍ର ହେଲେ ରୋଗୀର ଫୁସ୍‌ଫୁସ୍‌ ସଂକ୍ରମିତ ହୋଇଥାଏ । ବୈଜ୍ଞାନିକମାନେ ଏହା ଉପରେ ପାଖାପାଖି ୭ ଦିନ ପର୍ଯ୍ୟନ୍ତ ପରୀକ୍ଷା କରିଥିଲେ ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଭୂତାଣୁର ଆଲ୍‌ଫା ଭାରିଆଣ୍ଟ ବ୍ରିଟେନ୍‌ରେ ବୃହତ୍‌ ସଂଖ୍ୟାରେ ଲୋକଙ୍କୁ ସଂକ୍ରମିତ କରିଥିଲା । ଏ ପର୍ଯ୍ୟନ୍ତ ବିଶ୍ୱରେ ସାର୍ସ-କୋଭିଡ-୨ର ଅନେକ ଭାରିଆଣ୍ଟ ମିଳିସାରିଲାଣି । ଏଥିରୁ ଗୋଟିଏ ବି.୧.୬୧୭ ଭାରିଆଣ୍ଟ ଭାରତରେ ପ୍ରଥମେ ଠାବ କରାଯାଇଥିଲା । ଏହି ଭୂତାଣୁର ଆଉ ଏକ ରୂପ ବି.୧.୬୧୭.୨ ରହିଛି, ଯାହାକୁ ଡେଲ୍‌ଟା ବୋଲି କୁହାଯାଉଛି । ଏହାକୁ ଅଧିକ ସଂକ୍ରାମକ ବିବେଚନା କରାଯାଉଛି । ଏହି ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଚିନ୍ତାପ୍ରକାଶ କରିଛି ।

   Related Posts