Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଆସିଗଲା ଟିକା ! ଡିସିଜିଆଇକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଲା ଜାଏଡସ କାଡିଲା

1/07/2021 at 10:35 AM

ନୂଆଦିଲ୍ଲୀ, ୦୧/୦୭:  କରୋନା ବିରୋଧରେ ଚାଲିଥିବା ଲଢେଇରେ ଭାରତରୁ ଏକ ବଡ ଅସ୍ତ୍ର ମିଳିବାକୁ ଯାଉଛି । ଯଦି ସବୁ କିଛି ଠିକ୍ ରହେ ତେବେ ଅତିଶୀଘ୍ର ୧୨ ବର୍ଷରୁ ଅଧିକ ବୟସର ଶିଶୁଙ୍କୁ ଟିକା ଦେବା ପ୍ରକ୍ରିୟା ଆରମ୍ଭ ହୋଇଯିବ । ବେଙ୍ଗାଲୁରୁ ସ୍ଥିତ ଜାଏଡସ୍ କାଡିଲା ଡିସିଡିଆଇଙ୍କୁ ୧୨ ବର୍ଷରୁ ଅଧିକ ବୟସର ଶିଶୁଙ୍କଠାରେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି । ଯଦି ଡିସିଜିଆଇ ଏହି ଟାକାକୁ ମଞ୍ଜୁରୀ ପ୍ରଦାନ କରେ ତେବେ ଏହାକୁ ଟିକାକରଣରେ ସାମିଲ କରାଯିବ । ସୂଚନାଯୋଗ୍ୟ, ଏହି ଭାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇ ସାରିଛି ।

ଖବର ସରବରାହ ସଂସ୍ଥା ଏଏନଆଇ ଅନୁସାରେ, ଜାଏଡସ୍ କାଡିଲା ଡିସିଜିଆଇଙ୍କ ନିକଟରେ ଆବେଦନ କରିଛି । ଯେଉଁଥିରେ କମ୍ପାନୀ ନିଜର ଜାଏକୋଭ୍-ଡି ଭାକସିନର ଜରୁରୀକାଳିନ ବ୍ୟବହାର ପାଇଁ ମଞ୍ଜୁରୀ ମାଗିଛି । କମ୍ପାନୀ ତୃତୀୟ ପର୍ଯ୍ୟାୟ ଟ୍ରାଏଲର ତଥ୍ୟ ପ୍ରଦାନ କରିଛି । ଏହି ଟ୍ରାଏଲରେ ୨୮ ହଜାରରୁ ଅଦିକ ସ୍ୱେଚ୍ଛାସେବୀ ଭାଗ ନେଇଥିଲେ ।

କମ୍ପାନୀ ପକ୍ଷରୁ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପରେ କୁହାଯାଇଛି ଯେ, ଏହି ଭାକସିନ୍ ୧୨ରୁ ୧୮ ବର୍ଷ ଆୟୁବର୍ଗଙ୍କ ପାଇଁ ସୁରକ୍ଷିତ । କମ୍ପାନୀ ବାର୍ଷିକ ୧୦୦ରୁ ୧୨୦ ମିଲିୟନ ଡୋଜ୍ ପ୍ରସ୍ତୁତ କରିବା ପାଇଁ ଯୋଜନା କରିଛି ।

   Related Posts