Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ବଦଳିଲା ଟିକାକରଣ ନିୟମ : ଏବେ କେନ୍ଦ୍ରରେ ପଞ୍ଜିକରଣ କରି ନେଇ ହେବ ଭାକସିନ୍, ଦରକାର ନାହିଁ ସ୍ଲଟ୍ ବୁକିଂ

25/05/2021 at 7:44 AM

ନୂଆଦିଲ୍ଲୀ,୨୫/୦୫: ବଦଳିଲା ଟିକାକରଣ ନିୟମ । ଦେଶର କୋଭିଡ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଟିକାକରଣ ନିୟମରେ ସଂଶୋଧନ ଆଣିଛନ୍ତି । ଏହାଦ୍ୱାରା ୧୮-୪୪ ବୟସ ବର୍ଗର ଲୋକମାନେ ଉପକୃତ ହେବେ । ଏବେ ଏହି ବୟସ ବର୍ଗର ଲୋକେ ଟିକା ପାଇଁ ଅନ୍‌ଲାଇନ ପଂଜୀକରଣ କିମ୍ବା ସ୍ଲଟ ବୁକ କରିବା ଆବଶ୍ୟକ ନାହିଁ । ନୂଆ ନିୟମ ମୁତାବକ ଏମାନେ ସରକାରୀ ଟିକାକରଣ କେନ୍ଦ୍ରକୁ ଯାଇ ନିଜ ପଂଜୀକରଣ କରାଇ ଟିକା ଲାଗି ବୁକିଙ୍ଗ କରିପାରିବେ । କେବଳ ସରକାରୀ କେନ୍ଦ୍ରରେ ଏହି ସୁବିଧା ମିଳିବ । କେନ୍ଦ୍ର ସରକାର ଏହି ବିଜ୍ଞପ୍ତି ସବୁ ରାଜ୍ୟ ପାଇଁ ଜାରି କରିଛନ୍ତି ।

୧୮-୪୪ ବୟସର ଲୋକଙ୍କ ପାଇଁ ସିଧାସଳଖ ପଂଜୀକରଣ ସୁବିଧା ଉପଲବ୍ଧ ଲାଗି କୁହାଯାଇଛି । କିନ୍ତୁ ଏହି ନିୟମ କାର୍ଯ୍ୟକାରୀ କରାଯିବ କି ନାହିଁ, ତାହା ରାଜ୍ୟଗୁଡ଼ିକ ଉପରେ ନିର୍ଭର କରେ । ଅନେକ ରାଜ୍ୟରେ ଲୋକମାନେ ସ୍ଲଟ ବୁକ କରିବା ପରେ ମଧ୍ୟ ଟିକା ନେବାକୁ ଯାଉନାହାନ୍ତି । ଏହାଦ୍ୱାରା ଟିକା ନଷ୍ଟ ହେଉଥିବା ଅଭିଯୋଗ ହେଉଛି । ତେଣୁ ରିପୋର୍ଟକୁ ଆଧାର କରି କେନ୍ଦ୍ର ସରକାର ନିୟମ ସଂଶୋଧନ କରିଛନ୍ତି । ଏହାଛଡ଼ା ଅନଲାଇନ ସ୍ଲଟ ବୁକିଙ୍ଗ ଯୋଗୁ ଗ୍ରାମାଞ୍ଚଳରେ ଲୋକମାନେ ହଇରାଣ ହେଉଛନ୍ତି ।

   Related Posts