ସମଲିଙ୍ଗି ସମ୍ପର୍କରେ କିଏ କାହାର ‘ଚୁମ୍ବକ’… ଅନ୍ତରଙ୍ଗ ବାନ୍ଧବୀଙ୍କୁ କେମିତି ଦେଖିବେ ଦର୍ଶକ
7/02/2020 at 2:25 PM

ଭୁବନେଶ୍ବର୭|୨: ‘ଚୁମ୍ବକ୍’ରେ ଚୁମ୍ବନକୁ ନେଇ ଭାରି ଚର୍ଚ୍ଚା । ଏହା ଶୁଣିଲେ ଅଧିକାଂଶ ଲୋକେ କଥାଟି କଣ କେହି ବୁଝିପାରୁନଥିବେ। ତେବେ ଆସନ୍ତୁ ଜାଣିବା ଏହି ରୋଚକ ତଥ୍ୟ ବିଷୟରେ, ଓଲିଉଡ ଅଭିନେତ୍ରୀ ତମନ୍ନା ବ୍ୟାସ ଏବେ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି । କେବଳ ସେତିକି ନୁହେଁ ତାଙ୍କର ଏକ ସାଥୀଙ୍କୁ ଚୁମ୍ବନ ଦେବାର ଫଟୋ ଗତ କିଛି ଦିନ ହେବ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହି ଫଟୋ ଏବେ ବେଶ୍ ଚର୍ଚ୍ଚାରେ ରହିଛି। ନିକଟରେ ଅଭିନେତ୍ରୀ ତମନ୍ନା ମଧ୍ୟ ଏହାର ଖୁଲାସା କରିଛନ୍ତି ।

ଓଲିଉଡର ଆଉ ଜଣେ ଅଭିନେତ୍ରୀ ଦିବ୍ୟାଙ୍କ ସହିତ ତାଙ୍କର ସମଲିଙ୍ଗୀ ପ୍ରେମ ସମ୍ପର୍କ ଅଛି ବୋଲି ସେ ସ୍ୱୀକାର କରିଛନ୍ତି । ତେବେ ମଜେଦାର କଥାଟି ଏହା ଯେ, ଆଗକୁ ଦୁହିଁଙ୍କ ଅଭିନୀତ ଏକ ନୂଆ ୱେବ୍ସିରିଜ୍ ‘ଚୁମ୍ବକ୍’ ରିଲିଜ୍ ହେବାକୁ ଯାଉଛି । ଏହାର କାହାଣୀ ଏକ ଭିନ୍ନ କାହାଣୀ ଉପରେ ଆଧାରିତ ତେଣୁ ଦୁହେଁ ସମଲିଙ୍ଗୀ ଭୂମିକାରେ ନଜର ଆସିବେ । ଏହି ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଖୁବ୍ ଆଲୋଚନା ଚାଲିଛି ।

ଏହି ୱେବ୍ସିରିଜ୍ଟି ଆସନ୍ତା ୧୪ ତାରିଖ ତଥା ଭାଲେଣ୍ଟାଇନ ଡେ’ରେ ରିଲିଜ୍ ହେବ । ତରଙ୍ଗ ପ୍ଲସ୍ ଆପ୍ରେ ଦର୍ଶକ ଏହାକୁ ଦେଖିବାର ସୁଯୋଗ ପାଇବେ । ଏହାକୁ କେବଳ ୧୮ ବର୍ଷରୁ ଊଦ୍ଧ୍ୱର୍ ବୟସର ଦର୍ଶକମାନେ ଦେଖିବାକୁ ନିବେଦନ କରାଯାଇଛି । ଏହି ସିରିଜ୍ ମାଧ୍ୟମରେ ତମନ୍ନା ବହୁତ କିଛି ପରିବର୍ତ୍ତନର ଆଶା କରିଛନ୍ତି । ଫିଲ୍ମ ଦେଖିବା ପରେ ଦର୍ଶକଙ୍କ ମତାମତ ଜାଣିବାକୁ ଚାହାନ୍ତି ତମନ୍ନା। ସମାଜରେ ସମଲିଙ୍ଗୀ ସମ୍ପର୍କକୁ ଭିନ୍ନ ଦୃଷ୍ଟିରେ ଲୋକେ ଦେଖନ୍ତି। ଏହିଭଳି ଏକ କାହାଣୀରେ କାମ କରିବା ବହୁତ ବଡ଼ ଆହ୍ୱାନ ଥିଲା ବୋଲି ସେ କହିଛନ୍ତି ।

ତରଙ୍ଗ ପ୍ଲସ୍ରେ ଏହା ହେଉଛି ପ୍ରଥମ ୱେବ୍ସିରିଜ୍ । ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ଏହି ୱେବ୍ସିରିଜ୍ର କାହାଣୀ ଓ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ରେହା ଆନନ୍ଦ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି । ସଂଳାପ ଲେଖିଛନ୍ତି ଚନ୍ଦନ । ଗୁଡ୍ଲି ରଥ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । କ୍ୟାମେରା ପରିଚାଳନା କରିଛନ୍ତି ଶୁଭ୍ରାଂଶୁ ଦାସ ଏବଂ ସମ୍ପାଦନା ଦାୟିତ୍ୱ ତୁଲାଇଛନ୍ତି ସୁକୁମାର ମଣି ।

କାଷ୍ଟିଂ ଡାଇରେକ୍ଟର ଭୂମିକା ନିର୍ବାହ କରିଛନ୍ତି ଅଭିନେତା ତ୍ରିଭୁବନ ପଣ୍ଡା । ପ୍ରଡକ୍ସନ୍ ଡିଜାଇନ୍ରେ ବିକ୍ରମ ଦାସ, ପ୍ରଯୋଜନାରେ ଅଜୟ କୁମାର ରାଉତ, ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଯୋଜକ ଭାବେ ସଂଳାପକାର ଓ ଗୀତିକାର ଦେବୀଦତ୍ତ ମହାନ୍ତି ଏବଂ କ୍ରିଏଟିଭ୍ ହେଡ୍ ଭାବେ ରଞ୍ଜନ ଶତପଥୀ କାର୍ଯ୍ୟ କରିଛନ୍ତି । ପ୍ରମୁଖ ଭୂମିକାରେ ତମନ୍ନା, ଦିବ୍ୟା, ସାନୁ, ଆର୍ଯ୍ୟନ୍, ଅନନ୍ୟା ଅଭିନୟ କରିଛନ୍ତି । ସହଯୋଗୀ କଳାକାର ଭାବେ ନମିତା ଦାଶ, ଆରତୀ, ତେଜସ୍ୱିନ. ଦିଲ୍ଲୀପ ଚୌଧୁରୀ, ଲୀଳା ମିଶ୍ର, ସାହେବ, ରାକା ପ୍ରମୁଖ ରହିଛନ୍ତି ।