Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକରେ ଗୁଳିମାଡ଼ କରି ସୁନା ଓ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବରରୁ ଦିନକରେ ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୩୪ ସୁସ୍ଥ
  • ||
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||

ଓଡିଶା ଅନଲକ୍ ୩ : ଜାରି ରହିବ ରାତି କର୍ଫ୍ୟୁ, ୪ ଜିଲ୍ଲା ଓ ରାଉରକେଲା ମ୍ୟୁନିସିପାଲଟିରେ ସପ୍ତାହର ଶେଷ ଦୁଇ ଦିନ ସଟଡାଉନ୍, ଅଗଷ୍ଟ ୩୧ ଯାଏଁ ଖୋଲିବନି ସ୍କୁଲ, ଜାରି ରହିବ ପୂର୍ବ ଲକଡାଉନ୍ ନିୟମ

31/07/2020 at 6:37 PM

ଭୁବନେଶ୍ୱର, ୩୧|୦୭:  କଣ୍ଟେନମେଣ୍ଟ୍ ଜୋନରେ କେବଳ ଲକଡାଉନ୍ ରହିବ । ଏହି ଅଞ୍ଚଳରେ ସାଧାରଣ ଚଳାଚଳ ଉପରେ ରୋକ୍ ଲାଗିବ ।  ରାଜ୍ୟରେ  ସବୁଠି ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ ।ଆନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ,ସିନେମା ହଲ୍, ସ୍ୱିମିଂ ପୁଲ ଆଦି ବନ୍ଦ ରହିବ । ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିବ । ସେହିପରି ଅଗଷ୍ଟ ୩୧ ଯାଏଁ ସ୍କୁଲ, କଲେଜ ଆଦି ଖୋଲାଯିବ ନାହିଁ । କିନ୍ତୁ ଏହି ସମୟରେ ପରୀକ୍ଷା ହେବ, ଖାତା ଦେଖା ହେବ । ଅଗଷ୍ଟ ୫ରୁ ଯୋଗ ସେଣ୍ଟର, ଜିମ୍ ଖୋଲିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏସଆରସି ପ୍ରଦୀପ ଜେନା ।

ଏସଆରସି ପ୍ରଦୀପ ଜେନା ଅନଲକ୍ ୩ ଗାଇଡଲାଇନ୍ ସମ୍ବନ୍ଧରେ କହିଛନ୍ତି ଯେ, କରୋନା ଯୋଦ୍ଧା ଯେଭଳି କାମ କରୁଛନ୍ତି ତାହା ପ୍ରଶଂସନୀୟ । ଜୀବିକାକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡିବ । କଣ୍ଟେନମେଣ୍ଟ୍ ଜୋନରେ କେବଳ ଲକଡାଉନ୍ ରହିବ । ଏହି ଅଞ୍ଚଳରେ ସାଧାରଣ ଚଳାଚଳ ଉପରେ ରୋକ୍ ଲାଗିବ । କିନ୍ତୁ  ରାଜ୍ୟରେ  ସବୁଠି ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ ।ଆନ୍ତର୍ଜାତୀୟ ବିମାନ ଚଳାଚଳ, ସିନେମା ହଲ୍, ସ୍ୱିମିଂ ପୁଲ , ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିବ । ଅଗଷ୍ଟ ୩୧ ଯାଏଁ ସ୍କୁଲ, କଲେଜ ଆଦି ବନ୍ଦ ରହିବ । କିନ୍ତୁ ଏହି ସମୟରେ ପରୀକ୍ଷା ହେବ, ଖାତା ଦେଖା ହେବ । ଅଗଷ୍ଟ ୫ରୁ ଯୋଗ ସେଣ୍ଟର, ଜିମ୍ ଖୋଲିବ । ତେବେ ଗାଇଡଲାଇନ୍ ପାଳନ ବାଧ୍ୟତାମୂଳକ । ତେବେ ରାତି ୯ରୁ ସକାଳ ୫ଟା ଯାଏଁ ଦୋକାନ, ବଜାର, ସାଧାରଣ ଚଳାଚଳ ଉପରେ କଟକଣା ଲାଗିଛି । କେବଳ ଜରୁରୀକାଳିନ ସେବା ଜାରି ରହିବ । ନାଇଟ୍ କର୍ଫ୍ୟୁ ପାଇଁ ରାସ୍ତା କଡ ଢାବା ଖୋଲା ରହିବ । ତେବେ ବସିକି ଖାଇ ହେବ ନାହିଁ । ଗଣମାଧ୍ୟମ କର୍ମଚାରୀଙ୍କୁ ପାସ୍ ମିଳିବ ।

ସେ ଆହୁରି କହିଛନ୍ତି ଯେ,  ସାଧାରଣ ସ୍ୱାସ୍ଥ୍ୟକୁ ନଜରରେ ରଖି ଗଞ୍ଜାମ, ଖୋର୍ଧା, ଗଜପତି, କଟକ ଓ ରାଉରକେଲା ମ୍ୟୁନିସିପାଲରେ ଅଗଷ୍ଟର ଶନିବାର ଓ ରବିବାର ସଟଡାଉନ୍ ରହିବ । କେବଳ ୧ ଓ ୨ ତାରିଖରେ ଦିନ ୧ଟାରୁ ସଟଡାଉନ୍ ରହିବ । ଏହି ଦୁଇଦିନ ସକାଳ ୫ରୁ ଦିନ ୧ଟା ଯାଏଁ ଦୋକାନ ବଜାର ଅଫିସ୍ ଚାଲିବ । ସଟଡାଉନରେ ଜରୁରୀକାଳିନ ସେବା ଜାରି ରହିବ । ଜରୁରୀକାଳିନ ସେବା ଯୋଗାଉଥିବା କର୍ମଚାରୀ ମଧ୍ୟ ଯାତାୟାତ କରିପାରିବେ । ପେଟ୍ରୋଲ ପମ୍ପ ଖୋଲା ରହିବ । ସଟଡାଉନ୍ ସମୟରେ ଟେଲିକମ୍, ବିଜୁଳି ସେବା, ସରକାରୀ ଅଧିକାରୀ ଆଦି ନାଇଟ୍ କର୍ଫ୍ୟୁ ସମୟରେ ଯାଇପାରିବେ । ସାଧାରଣ ବ୍ୟକ୍ତି କେବଳ ଜରୁରୀକାଳିନ କାମରେ ଯାଇପାରିବେ । ଔଷଧ ଦୋକାନର କର୍ମଚାରୀମାନେ ଯାଇପାରିବେ । ଓଲା, ଉବେର ଆଦି ବିମାନ ବନ୍ଦର ଓ ଷ୍ଟେସନରୁ ଗନ୍ତବ୍ୟସ୍ଥଳୀକୁ ଯାଇପାରିବେ । ତେବେ ବୋର୍ଡିଂ ପାସ୍‌କୁ ମୁଭମେଣ୍ଟ୍ ପାସ୍ ବିବେଚନା ହେବ । ପରିବହନ ସେବା ଜାରି ରହିବ ।  ବସ୍ ଟର୍ମିନାଲ, ଷ୍ଟେସନ, ବିମାନ ବନ୍ଦର କର୍ମଚାରୀ କାମ କରିପାରିବେ । ସଟଡାଉନ୍ ବେଳେ ଖାଦ୍ୟ ଓ ରାସନ ସାମଗ୍ରୀର ହୋମ୍ ଡେଲିଭରୀ ହେବ ।

ସେ ଆହୁରି କହିଛନ୍ତି ଯେ, ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ କାମ ହେବ । ରାଜ୍ୟ ବାହାରୁ କେହି ୩ ଦିନରୁ କମ୍ ସମୟ ପାଇଁ ଆସିଲେ କ୍ୱାରେଣ୍ଟାଇନରେ ରହିବେ ନାହିଁ । ଅନ୍ୟାମାନଙ୍କ ପାଇଁ ନିୟମ ଲାଗୁ ହେବ ।

ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ କହିଛନ୍ତି ଯେ, ଲୋକଙ୍କ ଜୀବନର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ସକ୍ରିୟ ହାର କମ୍ ଅଛି । ସୁସ୍ଥ ହାର ଅଧିକ ରହିଛି । ପ୍ରାୟ ସାଢେ ୪ ମାସ ହେଲା କରୋନା ମୁକାବିଲାରେ ଭଲ ଫଳ ମିଳିଛି । ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ହଟସ୍ପଟ୍ ଅଞ୍ଚଳରେ ପଜିଟିଭ୍ ହାର କମିଛି । ଧିରେଧିରେ କିଛି ଜିଲ୍ଲା ଗ୍ରୀନ୍ ଜୋନ୍ ହେଉଛି । ଏବେବି ଅନେକ ଚ୍ୟାଲେଞ୍ଚ ରହିଛି । ଏହାର ଚିକିତ୍ସା ପ୍ରଣାଳିକୁ ନେଇ ଦ୍ୱନ୍ଦ୍ୱ ରହିଛି । ଏବେ ବେଶୀ କଟକଣା ନାହିଁ । ରାଜ୍ୟକୁ ଟ୍ରେନ୍ ଓ ବିମାନ ଆସୁଛି । ଦୈନିକ ପ୍ରାୟ ୬ ହଜାର ଯାତ୍ରୀ ଓଡିଶାକୁ ଆସୁଛନ୍ତି । ଆଗକୁ ଆହୁରି କଟକଣା ମୁକ୍ତ କରିବାକୁ ହେବ । ଅର୍ଥନୀତିର ଗତି ବଢାଇବାକୁ ପଡିବ । ଜୀବନ ଜୀବିକା ସାଧାରଣ କରିବାକୁ ପଡିବ । ତେବେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯିବ । ୯୦ ପ୍ରତିଶତ ଏହାକୁ ମାନୁଛନ୍ତି । ଅନେକ କଟକଣା ସତ୍ୱେ ମୃତ୍ୟୁ ହେଉଛି । ଯେଉଁମାନେ କଟକଣା ମାନୁ ନାହାଁନ୍ତି ସେମାନେ ବିପଦ ଆଣୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, ପୂର୍ବଭଳି ସାଧାରଣ ସ୍ଥାନରେ ଛେପ ପକାଇଲେ ଫାଇନ୍ ପଡିବ । ଏପରିକି ମାସ୍କ ନପିନ୍ଧିଲେ ପ୍ରଥମ ଦୁଇଥରରେ ୧୦୦୦ ଟଙ୍କା ଓ ତୃତୀୟ ଥର ୫୦୦୦ ଟଙ୍କା ଫାଇନ୍ ପଡିବ । ବିବାହ ପାଇଁ ଏବେ ଆଇନ ନମାନିଲେ ୧୦ ହଜାର ଟଙ୍କା ଫାଇନ ଦେବାକୁ ପଡିବ । ଏପରିକି ବିବାହ ମଣ୍ଡପ ସିଲ୍ ହେବା ନେଇ ମଧ୍ୟ ନିୟମ ହେବ । ୧୦ ଜଣଠୁ ବେଶୀ କୌଣସି ସାଧାରଣ ସ୍ଥାନରେ ଗହଳି କରିପାରିବେ ନାହିଁ । ନିୟମ ନମାନିଲେ ୧୦ ହଜାର ଟଙ୍କା ଫାଇନ୍ ଲାଗିବ । ସମସ୍ତ ଅଫିସ୍, ଦୋକାନ ବଜାର ଖୋଲିବ । ତେବେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବା ଜରୁରୀ । ନଚେତ ୧୦ ହଜାର ଟଙ୍କା ଫାଇନ୍ ଓ ଦୋକାନକୁ ଗୋଟିଏ ମାସ ଯାଏଁ ସିଲ୍ ହେବ ।

   Related Posts