୪ ଦିନ ପରେ ବି ମହିଳା ଓ କୁନି ଝିଅର ମିଳୁନି ପତ୍ତା : ଜ୍ବାଇଁଙ୍କୁ ଥାନାକୁ ଟାଣିଲେ ଶାଶୂ, ଲେଖିଲେ 'ମୋ ଝିଅକୁ ନିର୍ଯାତନା ଦେଉଥିଲେ'

Published By : Prameya-News7 Bureau | July 02, 2020 IST

ସମ୍ବଲପୁର ୨।୭: ସମ୍ବଲପୁର ମହାନଦୀରେ ମହିଳା ଏବଂ ତାଙ୍କ ଝିଅ ନିଖୋଜ ହେବା ଘଟଣାରେ ନୂଆ ଟ୍ବିଷ୍ଟ । ଉଭୟଙ୍କ ନିଖୋଜ ଘଟଣାକୁ ୪ ଦିନ ବିତିଯାଇଥିବା ବେଳେ ସଂପୃକ୍ତ ମହିଳାଙ୍କ ସ୍ବାମୀ ବରୁଣ ଅଗ୍ରୱାଲଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ତାଙ୍କ ଶାଶୂ । ପୂର୍ବରୁ ତାଙ୍କ ଝିଅଙ୍କୁ ମାନସିକ ଏବଂ ଶାରିରୀକ ନର୍ଯାତନା ଦିଆଯାଉଥିବା ବୋଲି ନିଖୋଜ ମହିଳା ପୂଜାଙ୍କ ମା’ ଅଭିଯୋଗ କରିଛନ୍ତି ।

{"id":294616,"sizeSlug":"large"}

ଜ୍ବାଇଁ ବରୁଣ ଅଗ୍ରୱାଲ ପାଇଁ ପୂଜା ମାନସିକ ଚାପରେ ଥିବା ପୂଜାଙ୍କ ମା’ ଉଲ୍ଲେଖ କରିଛନ୍ତି । ପୋଲିସ ଏତଲା ଗ୍ରହଣ କରିବା ପରେ ପୂଜାଙ୍କ ଶ୍ବଶୁର ଘରକୁ ଯାଇ ପଚରା ଉଚରା କରିବ ବୋଲି ଜଣାପଡ଼ିଛି । ସେପଟେ ୪ ଦିନ ହେଲା ମହାନଦୀରେ ପୂଜା ଏବଂ ତାଙ୍କ ଝିଅଙ୍କୁ ଖୋଜାଖୋଜି କରୁଛନ୍ତି ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ।

{"id":294617,"sizeSlug":"large"}

ସୂଚନାଯୋଗ୍ୟ ଯେ, ନିଖୋଜ ମହିଳା ଜଣଙ୍କ ସମ୍ବଲପୁର ଧମାର ପୂଜା ଅଗ୍ରୱାଲ । ସେ କେସିଙ୍ଗାରେ ବିବାହ କରିଥିଲେ । ସପ୍ତାହେ ତଳେ ସେ ବାପ ଘରକୁ ଆସିଥିଲେ । ଗତ ୨୯ ତାରିଖ ଦିନ ୧୧ଟାରେ ବାହାରକୁ ବୁଲିଯାଉଛି କହି ଘରୁ ବାହାରିଥିଲେ । ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ଘରଲୋକେ ବହୁ ଖୋଜାଖୋଜି କରି ମହାନଦୀର ଦ୍ବିତୀୟ ସେତୁ ଉପରୁ ସେ ସାଙ୍ଗରେ ନେଇ ଆସିଥବା ସ୍କୁଟି ଓ ମୋବାଇଲ ଠାବ କରିଥିଲେ । ମହିଳା ଜଣଙ୍କ କେଉଁ ପରିସ୍ଥିତିରେ ମହାନଦୀରେ ନିଖୋଜ ହେଲେ ଏବଂ ଏହା ପଛରେ କାରଣ କ’ଣ ତାହା ରହସ୍ୟାବୃତ୍ତ ହୋଇ ରହୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.