Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

‘ଯିଏ ଧମକ ଦେଇଥିଲା ସେ ହିଁ ହତ୍ୟାକାରୀ, ତାକୁ ପୋଲିସ ଗିରଫ କରୁ’- କେନ୍ଦ୍ରାପଡା ଡବଲ୍ ମର୍ଡରରେ ଟ୍ବିଷ୍ଟ୍, ଭାଇରାଲ୍ ଅଡିଓର ପ୍ରମାଣ ଦେଲେ ମୃତକଙ୍କ ପରିବାର

10/04/2021 at 2:13 PM

କେନ୍ଦ୍ରାପଡା ୧୦।୪: କେନ୍ଦ୍ରାପଡା ଜିଲ୍ଲା ବଙ୍ଗୋପସାଗର ନିକଟବର୍ତ୍ତୀ ପେଣ୍ଠ ବେଳାଭୂମିରୁ ଶୁକ୍ରବାର ଦିନ ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ଆସିଛି ନୂଆ ମୋଡ ।  ଏହି ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ମିଳିଥିବା ଏକ ଅଡିଓ ଟେପ୍ ଘଟଣାକୁ ଭିନ୍ନ ମୋଡ ଦେଇଛି । ଏହି ଅଡିଓରେ ଦୁଇ ଜଣ ଯୁବକ ମୃତ ଯୁବକଙ୍କୁ ଧମକ ଦେଉଥିବାର ଶୁଣିବାକୁ ମିଳୁଛି । ଗାଁକୁ ଆସିଲେ ହଣା ହେବୁ ବୋଲି ଫୋନ୍ ରେ ଦୁଇ ଜଣ ମୃତ ଯୁବକଙ୍କୁ ଧମକ ଦେଉଛନ୍ତି । କେବଳ ସେତିକି ନୁହେଁ ଝିଅକୁ ଦେଖି ନେବୁ ବୋଲି ମଧ୍ୟ କହୁଛନ୍ତି ।

ଅନ୍ୟପଟେ ମୃତ ଯୁବକଙ୍କ ଦାଦା କହିଛନ୍ତି ଯେ, ଯିଏ ଫୋନ୍ ରେ ଧମକ ଦେଇଥିଲା ସେ ହିଁ ମାରିଛି । ଫୋନ୍ ରେ ଧମକ ଦେଇଥିବା ବ୍ୟକ୍ତିଙ୍କ ଘର ରାଜନଗରରେ । ଆମକୁ ନ୍ୟାୟ ମିଳୁ ବୋଲି ଯୁବକଙ୍କ ଦାଦା କାନ୍ଦି କାନ୍ଦି କହିଛନ୍ତି । ପ୍ରେମ ସଂପର୍କକୁ ନେଇ ଏଭଳି ଘଟଣା ଘଟିଥାଇପାରେ ବୋଲି ମଧ୍ୟ ସେ ସନ୍ଦେହ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ପେଣ୍ଠ ବେଳାଭୂମିର ଜଉଦିଆ ନିକଟରେ ପଡିଥିଲା ଯୁବକ-ଯୁବତୀଙ୍କ ମୃତଦେହ । ମୃତକ ଦୁଇ ଜଣ ରାଜନଗର ବ୍ଲକ୍ ଓସ୍ତିଆ ଗାଁର ପ୍ରଶାନ୍ତ ପାତ୍ର । ପ୍ରଶାନ୍ତ ଭୁବନେଶ୍ବର ରାଜଧାନୀ କଲେଜର ଯୁକ୍ତ ଦୁଇ କଳା ଛାତ୍ର ଥିଲେ । ଯୁବତୀ ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚନ୍ଦନନଗର ଗାଁର ପୂର୍ଣ୍ଣିମା ମହାନ୍ତି ।  ପୂର୍ଣ୍ଣିମା ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ କଳାର ଛାତ୍ରୀ ଥିଲେ । ଉଭୟ ତିନି ଦିନ ତଳୁ ନିଖୋଜ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଶୁକ୍ରବାର ଉଭୟଙ୍କ କ୍ଷତାକ୍ତ ମୃତଦେହ ପେଣ୍ଠ ବେଳାଭୂମି ନିକଟରୁ ଉଦ୍ଧାର ହେବା ପରେ ପରିବାର ଲୋକେ ଚିହ୍ନଟ କରିଥିଲେ । ଯୁବକ-ଯୁବତୀଙ୍କ ମୃତଦେହ ପାଖାପାଖି ପଡିଥିବା ବେଳେ ଝିଅର ଡାହାଣ ହାତ ଓ ପୁଅର କାନରୁ ରକ୍ତଶ୍ରାବ ହେଉଥିବା ଦେଖିବାକୁ ମିଳିଥିଲା । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ନେଇ ସନ୍ଦେହ କରାଯାଉଥିଲା । ରାଜନଗର ପୋଲିସ ଶବ ବ୍ୟବଚ୍ଛେଦ କରି ତଦନ୍ତ ଜାରି ରଖିଛି ।

   Related Posts