Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ACFO ସୌମ୍ୟଙ୍କ ମୃତ୍ୟୁକୁ ନେଇ ବଢୁଛି ସସ୍‌ପେନ୍ସ : ଅକ୍ଷୟଙ୍କ ପରେ ସାମ୍ନାକୁ ଆସିଲା ଜ୍ୟୋତିଙ୍କ ନାଁ, ବିଦ୍ୟାଭାରତୀଙ୍କ ସହ କ’ଣ ଥିଲା ସଂପର୍କ ?

26/07/2021 at 1:04 PM

ସୋର।ଗଜପତି ୨୬।୭: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜଙ୍କ ମୃତ୍ୟୁକୁ ଇତିମଧ୍ୟରେ ୧୪ ଦିନ ବିତିଗଲାଣି ।  ତେବେ ଏପର୍ଯ୍ୟନ୍ତ ସୌମ୍ୟରଞ୍ଜନଙ୍କ ମୃତ୍ୟୁ କାରଣ ଖୋଜି ପାଉନି ପୋଲିସ କି କ୍ରାଇମବ୍ରାଞ୍ଚ । ତେବେ ବିଭିନ୍ନ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ସହାୟତାରେ ପୋଲିସ ତଦନ୍ତ କରୁଥିବା ବେଳେ ଏପର୍ଯ୍ୟନ୍ତ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇପାରିନି । ତେବେ ସୌମ୍ୟରଞ୍ଜନଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ସେପଟେ ସୌମ୍ୟଙ୍କ ମୃତ୍ୟୁ ମାମଲାର ତଦନ୍ତରେ ସନ୍ତୁଷ୍ଟ ନୁହନ୍ତି ତାଙ୍କ ପରିବାରଲୋକ । ବିଦ୍ୟାଭାରତୀଙ୍କର ବିବାହ ପୂର୍ବରୁ ସମ୍ପର୍କ ରହିଥିବା ଅକ୍ଷୟ ଏବଂ  ଅନ୍ୟ ଜଣେ ଜ୍ୟୋତିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ସୌମ୍ୟଙ୍କ ଭାଇ ରଞ୍ଜନ ମହାପାତ୍ର କହିଛନ୍ତି । ତେବେ ମାମଲାକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ମଧ୍ୟ ତାଙ୍କ ଭାଇ ପ୍ରକାଶ କରିଛନ୍ତି ।

ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁର ତଦନ୍ତରେ ସନ୍ତୁଷ୍ଟ ନୁହଁନ୍ତି ତାର ପରିବାର । ବିଦ୍ୟାଭାରତୀଙ୍କର ବିବାହ ପୂର୍ବରୁ ଯେଉଁ ଯୁବକଙ୍କ ସହ ସମ୍ପର୍କ ଥିଲା ତାର ତଦନ୍ତ କରାଯାଉ ବୋଲି ସୌମ୍ୟରଞ୍ଜନଙ୍କ ଭାଇ କହିଛନ୍ତି । ସେ କହିଛନ୍ତି, ପୋଲିସ ତଦନ୍ତ ବେଳେ ବଲାଙ୍ଗୀରରେ ହଷ୍ଟେଲରେ ରହୁଥିବା ବିଦ୍ୟାଭାରତୀ ରୁମରୁ ପୋଲିସ ଜ୍ୟୋତି ନାମକ ଯୁବକର କିଛି ରେକର୍ଡ ଜବତ କରିଛି । ସେପଟେ ସୌମ୍ୟଙ୍କ ବଡ ଭାଇଙ୍କ କହିବା ଅନୁସାରେ ବିଦ୍ୟାଭାରତୀଙ୍କର ଏକ ଖାତା ମିଳିଛି । ଯେଉଁଥିରେ ଅକ୍ଷୟଙ୍କ ନାଁ ଲେଖାଯାଇଛି। ବିଦ୍ୟାଭାରତୀଙ୍କ ସହିତ ଏହି ଅକ୍ଷୟଙ୍କର ସମ୍ପର୍କ କ’ଣ ହୋଇଥାଇପାରେ ବୋଲି ସୌମ୍ୟଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି। ଏଥିସହିତ ପୋଲିସର ତଦନ୍ତ ପ୍ରକ୍ରିୟାରେ ସୌମ୍ୟଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।  ତେବେ ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କରିଛନ୍ତି । ପୋଲିସର ପ୍ରାଥମିକ ତଦନ୍ତ ପରେ ହାଇକୋର୍ଟଙ୍କ ଆଶ୍ରୟ ନେବୁ । ଏନେଇ ଓକିଲଙ୍କ ସହ ଯୋଗାଯୋଗରେ ରହିଛୁ ବୋଲି ତାଙ୍କ ଭାଇ ସ୍ପଷ୍ଟ କରିଛନ୍ତି ।

ସେପଟେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ବଲାଙ୍ଗୀରରୁ ତଦନ୍ତ କରି ଫେରିଛି ପାରଳାଖେମୁଣ୍ଡି ପୋଲିସ । ମିଳିଥିବା ତଥ୍ୟକୁ ତର୍ଜମା କରୁଛି ପୋଲିସ । ଶନିବାର ବଲାଙ୍ଗୀର ବ୍ୟାଚେଲର ପାର୍ଟି ସମ୍ପର୍କରେ ତଦନ୍ତ ପାଇଁ ଯାଇଥିଲା ପାରଳାଖେମୁଣ୍ଡି ପୋଲିସର ୪ ଜଣିଆ ତଦନ୍ତ କାରି ଟିମ୍ । ଲାଇଭ୍ ଷ୍ଟକ୍ ତାଲିମ କେନ୍ଦ୍ର ହଷ୍ଟେଲ ରୁମରେ ଯାଞ୍ଚ କରିବା ସହ କିଛି ଦସ୍ତାବିଜ ସଂଗ୍ରହ କରିଛି ପୋଲିସ । ଅଧିକ ତଦନ୍ତ ପାଇଁ ସେହି ରୁମକୁ ପୋଲିସ ସିଜ୍ କରିଥିବା ଜଣାପଡିଛି ।

୨୦୨୧ ମସିହା ଅପ୍ରେଲ ୩ ତାରିଖରେ ମିଡଟର୍ମ ପରୀକ୍ଷା ଦେବାକୁ ବଲାଙ୍ଗୀର ତାଲିମ କେନ୍ଦ୍ରକୁ ଯାଇଥିଲେ ବିଦ୍ୟାଭାରତୀ ଏବଂ ହଷ୍ଟେଲରେ ରହିଥିଲେ।  ଏହି ସମୟରେ ସେ କାହାକାହା ସହ କଥାବାର୍ତ୍ତା ହେଉଥିଲେ ? ତାଙ୍କ ରୁମରେ ରହୁଥିବା ସହପାଠୀ କିଏ କିଏ ଥିଲେ ? ସେମାନଙ୍କ ସହ କ’ଣ କଥା ହୋଇଥିଲେ ? ପରୀକ୍ଷା ପରେ କେଉଁଠିକୁ ଯାଇଥିଲେ ନା ନାହିଁ ? ଏଟିଏମରେ ଟଙ୍କା ଉଠାଇବା ପାଇଁ କୁଆଡେ କେତେ ସମୟ ଯାଇଥିଲେ ଏଭଳି ପ୍ରଶ୍ନର ଉତ୍ତର ବାହାର କରିବା ପାଇଁ ସମସ୍ତ ପ୍ରକାର ତଥ୍ୟ ନେଇଛି ପାରଳାଖେମୁଣ୍ଡି ପୋଲିସ।  ସେପଟେ ବିଦ୍ୟାଭାରତୀଙ୍କୁ ନେଇ ଯାଇଥିବା ଡ୍ରାଇଭର ପୋଲିସର ଜେରା ସମୟରେ ସୌମ୍ୟରଞ୍ଜନ ସାଥିରେ ଯାଇଥିବା କହୁଥିବା ବେଳେ ହଷ୍ଟେଲ କର୍ତ୍ତୃପକ୍ଷ ସେ ଏକା ଆସିଥିବା କହୁଥିବାରୁ ଦ୍ବନ୍ଦ୍ବ ନଜରକୁ ଆସିଛି । ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଉଲ୍ଲେଖଯୋଗ୍ୟ ଯେ, ପାରଳାଖେମୁଣ୍ଡି ପୋଲିସ ଘଟଣାର ତଦନ୍ତ କରୁଥିଲେ ବି ସୌମ୍ୟରଞ୍ଜଙ୍କ ମୃତ୍ୟୁ ଉପରୁ ଏଯାଏଁ ପରଦା ହଟିନି । ହେଲେ ଏହା ପୂର୍ବରୁ ଡିଏଫଓ ଓ ରୋଷେୟାଙ୍କୁ କ୍ଲିନ୍‌ଚିଟ୍‌ ଦେଇସାରିଛି ପୋଲିସ ।

   Related Posts