ନିକିତା ମୃତ୍ୟୁ ଘଟଣା: ନଣନ୍ଦ ସୋନମ ଦେଲେ ନୂଆ ତଥ୍ୟ- ‘ ଭାଉଜ ଖସି ପଡୁଥିବାବେଳେ ତାଙ୍କ ବାପା ଆଉ ଭାଇ ୭ ମିନିଟ ହାତଧରି ବଂଚାଇବାକୁ ଚେଷ୍ଟା କରିଥିଲେ’

Published By : Prameya-News7 Bureau | January 13, 2019 IST

କଟକ୧୩|୧: ନିକାତଙ୍କ ମୃତ୍ୟୁ ପଛରେ ଲିପନ ସହିତ ନିକିତାଙ୍କ ପରିବାର ଲୋକ ମଧ୍ୟ ଦାୟୀ । ନିକିତା ଛାତ ଉପରୁ ତଳକୁ ଖସିବା ସମୟରେ ୭ ମିନଟ କାଳ ଲିପନ ଓ ନିକିତାଙ୍କ ବାପା ଓ ଭାଇ ଧରିଥିଲେ । ଏହାପରେ ସମ୍ଭାଳି ନ ପାରି ନିକିତାଙ୍କ ତଳକୁ ଖସି ଯାଇଥିଲେ । ଆଜି ଘଟଣାର ୯ମ ଦିନରେ ଏ ଭଳି କିଛି ଗୁମର ଖୋଲିଛନ୍ତି ଲିପନଙ୍କ ଭଉଣୀ ସୋନମ । ଅପରପଟେ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ନିକିତାଙ୍କ ବାପା । ନିକିତା ଓ ଲିପନ ଛାତ ଉପରେ ଏକା ରହିଥିଲା । ଲିପନ ହିଁ ନିକିତାଙ୍କୁ ଠେଲି ଦେଇଥିବା କଥାକୁ ଦୋହରାଇଛନ୍ତି ବାପା ସନାତନ ବେହେରା ।

{"id":73633}

ନିକିତାଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ଆସୁଛି ନୂଆ ମୋଡ । ନିକିତାଙ୍କ ଛାତ ଉପରୁ ତଳକୁ ଖସିଲେ କିପରି ତାହାକୁ ନେଇ ଏବେ ବି ସସପେନ୍ସ ରହିଛି । ପୋଲିସ ତଦନ୍ତରେ ନିକିତାଙ୍କ ସ୍ବାମୀ ଲିପନ ହିଁ ଘଟଣାରେ ଦାୟୀ । ଏପରିସ୍ଥିତିରେ ଘଟଣା ଘଟିଥିବା ରାତିରେ ଅର୍ଥାତ ୪ ତାରିଖ ରାତିର କିଛି ଗୁମୁର ଆଜି ଖୋଲିଛନ୍ତି ଲିପନଙ୍କ ଭଉଣୀ ସୋନମ୍ । ଲିପନ ଗିରଫ ପୂର୍ବରୁ ଭଉଣୀ ସୋନମ ସହ କଥା ହୋଇଥିଲେ । ସେହି ଆଧାରରେ ଘରେ ନିକିତାଙ୍କ ସହିତ ଲିପନ ଓ ତାଙ୍କ ବାପାଙ୍କ ପରିବାର ଲୋକଙ୍କ ସହିତ ମଧ୍ୟ ବଚସା ହୋଇଥିଲା । ଏହାପରେ ହଠାତ ନିକିତା ଛାତ ଉପରକୁ ଯାଉଥିଲେ  । ଛାତ ଉପରୁ ତଳକୁ ଖସିବା ସମୟରେ ଲିପନ , ନିକିତାଙ୍କ ଭାଇ ଓ ବାପା ନିକିତାଙ୍କ ହାତକୁ ଧରିଥିଲେ । ନିକିତାଙ୍କୁ ୭ ମିନଟ କାଳ ଧରିବାପରେ ଆଉ ଅଧିକା ସମୟ ସମ୍ଭାଳିପାରିନଥିଲେ । ଏହାପରେ ଖସି ତଳକୁ ପଡିଯାଇଥିଲେ ।

{"id":73636}

ଏପିରିକି ଗତ ୩୧ ତାରିଖ ଦିନ ମଧ୍ୟ ନିକିତା ଘରକୁ ଆସିଥିଲେ । ତାଙ୍କୁ ସସମ୍ମାନ ଦେଇଥିଲେ ଶାଶୂ ଘର ଲୋକେ । ଘରେ ରହିଥିବା ସମୟରେ ଶାଶୂଓ ଶଶୂରଙ୍କ ସହିତ ନିକିତା, ଲିପନ ତାଙ୍କ ୪ ମାସର ପୁଅକୁ ଖେଲୁଥିବା ଭିଡିଓ ମଧ୍ୟ ଗଣମାଧ୍ୟମକୁ ଦେଇଛନ୍ତି ସୋନମ୍ । ଯଦି ଶାଶୂ ଘରେ ହସଖୁସିରେ ନିକିତା ଥିଲେ ତେବେ ନିର୍ଯ୍ୟତନା କିପରି ଦିଆଯାଉଥିଲା ବୋଲି ପ୍ରଶ୍ନ କରିଛନ୍ତି ସୋନମ । ଗତ ୪ ତାରିଖ ରାତି ପ୍ରାୟ ୧୦ ଟା ସମୟରେ ନିକିତା ଛାତ ଉପରୁ ତଳକୁ ଖସି ଯାଇଥିଲେ । ଏହାପରେ ୫ ତାରିଖ ଦିନ ଏକ ଘରୋଇ ହସ୍ପିଟାଲରେ ନିକିତାଙ୍କ ମୃତ୍ୟୁ ଘଟିଥିଲା । ୬ ତାରିଖ ଦିନ ଚାଉଳିଆଗଞ୍ଚ ଥାନାରେ ଏତଲା ଦେଇଥିଲେ ନିକିତାଙ୍କ ବାପା । ନିକିତା ବାପା ଆଜି ସେହି କଥାକୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.