ନର୍ସ ନିହାରିକା ହତ୍ୟାକାଣ୍ଡରେ ନୂଆ ମୋଡ: ତଣ୍ଟିଚିପି ମାରିଥିବା କଥା ପୋଲିସ ଆଗରେ କହିଥିଲା ରାଜା, ହେଲେ ଏବେ ମର୍ଡ଼ର ସ୍ଥାନରୁ ମିଳିଲା ରକ୍ତଭିଜା କନ୍ଥା

Published By : Prameya-News7 Bureau | September 24, 2019 IST

କଟକ୨୪|୯: ନର୍ସ ନିହାରିକା ମର୍ଡ଼ର ମଷ୍ଟ୍ରିର ଅଭିଯୁକ୍ତ ରାଜା ଓରଫ କିଶୋର ଆଂଚଲକୁ ରିମାଣ୍ଡରେ ନେଇ ପଚରାଉଚାରା ଚଳାଇଛି ପୋଲିସ । ପୋଲିସର ଗୋଟିଏ ଟିମ୍‌ ସହ ସାଇଣ୍ଟିଫିକ୍‌ ଟିମ୍‌ କଟକ ଅପନ୍ନା ନଗରକୁ ଯାଇ ଯେଉଁଘରେ ନିହାରିକାଙ୍କୁ ହତ୍ୟା କରାଯାଇଥିଲା ସେଠାରେ ତଦନ୍ତ କରିଥିବା ବେଳେ ବାଲିପାଟଣା ଭିଙ୍ଗାରପୁର ଯାଇ ନିହାରିକାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ଜଗତସିଂହପୁର ଏସପି । ସେପଟେ କଟକ କଲ୍ୟାଣି ନଗରରେ ନିହାରିକା କାମ କରୁଥିବା ନର୍ସିଂ ହୋମକୁ ବି ଯାଇଛି ପୋଲିସ ଟିମ୍‌ । ତେବେ ଆଜି ଦିନ ତମାମ କଟକର ବିଭିନ୍ନ ସ୍ଥାନରେ ପୋଲିସ ଅଧିକାରୀଙ୍କ ସରଗରମ୍‌ ଛାନଭିନ୍‌କୁ ନେଇ କିଛି ନୂଆ ସୁରାକ୍‌ ମିଳିବା ଆଶା କରାଯାଉଛି । ….

{"id":162157}

ନର୍ସ ନିହାରିକା ମର୍ଡ଼ର ମିଷ୍ଟ୍ରିରେ ଜାରି ରହିଛି ପୋଲିସର ଛାନ୍‌ଭିନ୍‌ । ଘଟଣାର ମୁଖ୍ୟ ଅଭିଯୁକ୍ତ କିଶୋର ଆଂଚଲ ଓରଫ ରାଜାକୁ ରିମାଣ୍ଡରେ ନେଇ ପଚରାଉଚରା କରୁଥିବା ପୋଲିସ ମଙ୍ଗଳବାର ଦିନ ତମାମ କଟକର ବିଭିନ୍ନ ସ୍ଥାନରେ ପହଞ୍ଚି ଖୋଳତାଡ଼ କରିଛି । କଟକ ଚାଉଳିଆଗଞ୍ଜ ଅପନ୍ନା ନଗରର ଚିତ୍ର ଥିଲା ସମ୍ପୂର୍ଣ୍ଣ ଅଲଗା । ଯେଉଁଠି ସାଙ୍ଗର ଭଡ଼ା ଘରେ ନିହାରିକାଙ୍କୁ ମାରିଥିଲା ବୟଫ୍ରେଣ୍ଡ ରାଜା । ସେଇ ସ୍ଥାନରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ର ଚାଲିଥିଲା ତଦନ୍ତ । ଏହି ସ୍ଥାନରୁ ପୋଲିସ ଆଜି ଜବତ କରିଛି ନୂଆ ଜିନିଷ । ଯାହା ରାଜାର ବୟାନ ଉପରେ ଲଗାଇଛି ପ୍ରଶ୍ନବାଚୀ । ପୋଲିସକୁ ଭୂଆଁ ବୁଲାଇବାକୁ ଚେଷ୍ଟା କରିଛି ରାଜା ଏଥିରୁ ପ୍ରମାଣିତ ହୋଇଛି ।

{"id":161999}

ଆଉ ବାଲିପାଟଣା ଭିଙ୍ଗାରପୁର ନିହାରିକାଙ୍କ ଘରେ ପହଞ୍ଚିଛନ୍ତି ଜଗତସିଂହପୁର ଏସପି । ଆଉ ଘଟଣା ସମ୍ପର୍କରେ ପରିବାର ଲୋକଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ସେହିଭଳି କଟକ କଲ୍ୟାଣି ନଗରରେ ଥିବା ଏମ ଏମ ମେଡିକେୟାର  ଯେଉଁଠି ନିହାରିକା କାମ କରୁଥିଲେ ସେଠାକୁ ମଧ୍ୟ ଯାଇ ନର୍ସିଂହୋମ୍‌ କର୍ମଚାରୀଙ୍କୁ ପଚରାଉଚରା କରିଛି ପୋଲିସ । 

{"id":162158}

ଗୋଟେ ପଟେ ରାଜାକୁ ରିମାଣ୍ଡରେ ନେଇଥିବା ପୋଲିସ ପଚରାଉଚରା ଚଳାଇଥିବା ବେଳେ ଅନ୍ୟପଟେ ମର୍ଡ଼ର ସହ ଲିଙ୍କ୍‌ ଥିବା ଭିବିନ୍ନ ସ୍ଥାନରେ ପୋଲିସର ତଦନ୍ତ କୋଉଠି ନା’ କୋଉଠି ଘଟଣାକୁ ଅଧିକ ଜଟିଳ କରୁଛି । କଟକ ଚାଉଳିଆଗଞ୍ଜ ଅପନ୍ନା ନଗରରେ ଯେଉଁଘରେ ନିହାରିକାଙ୍କୁ ହତ୍ୟା କରାଯାଇଥିଲା ସେଠାରେ ତିନି ଜଣିଆ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଜି ଘରର ବିଭିନ୍ନ ସାମଗ୍ରୀ ଜବତ କରିବା ସହ ତନ୍ନ ତନ୍ନ ଯାଂଚ କରିଛନ୍ତି । ସେଠାରୁ ଏକ ରକ୍ତଭିଜା କନ୍ଥା ଜବତ କରିଛି ପୋଲିସ । 

{"id":162159}

ସେପଟେ ବାଲିପାଟଣା ଭିଙ୍ଗାରପୁରରେ ନିହାରିକାଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ସହ କଥାବା୍ର୍ତ୍ତା ହୋଇଛନ୍ତି ଜଗତସିଂହପୁର ଏସପି । ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ବୋଧହୁଏ ତାହା ଜାଣିବାକୁ ଚାହୁଁଛି ପୋଲିସ ।

{"id":162161}

ସେହିଭଳି କଟକ କଲ୍ୟାଣୀ ନଗରରେ ନିହାରିକା କାମ କରୁଥିବା ଏମଏମ ମେଡିକେୟାରରେ ପହଞ୍ଚି ନର୍ସିଂହୋମ ମ୍ୟାନେଜରଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଦୀର୍ଘ ୪୫ମିନିଟ୍‌ କାଳ ଜେରା କରିଛି ପୋଲିସ ।

{"id":162162}

ତେବେ ପ୍ରଥମେ ନିହାରିକାଙ୍କୁ ତଣ୍ଟିଚିପି ମାରିଥିବା କଥା ପୋଲିସ ଆଗରେ କହିଥିଲା ରାଜା । ହେଲେ ଏବେ ମର୍ଡ଼ର ସ୍ଥାନରୁ ଏକ ରକ୍ତଭିଜା କନ୍ଥା ଜବତ ହେବା ଘଟଣା ପୂରା ମାମଲାକୁ ଗୋଳିଆ କରିଛି । ଏହି ହତ୍ୟାକାଣ୍ଡରେ ରାଜା ସହ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ପୋଲିସର ଏହି ତଦନ୍ତରୁ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

{"id":161974}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.