Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଜାରିଙ୍ଗି ଗଣ ଦୁଷ୍କର୍ମ ମାମଲାରେ ନୂଆ ମୋଡ- ପୁଲିସର ରାଜସାକ୍ଷୀ ହିଁ ମୁଖ୍ୟ ଅଭିଯୁକ୍ତ, ପୀଡିତାଙ୍କ ବୟାନ ପରେ ଗିରଫ କଲା ପୁଲିସ

29/09/2019 at 5:43 PM

କଳାହାଣ୍ଡି ୨୯।୦୯ – ଜାରିଙ୍ଗ ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ସାନି ବୟାନ ଆଧାରରେ ଗିରଫ ହୋଇଛନ୍ତି ଲଳିନ୍ଦ୍ର ଶବର । ଏହାସହ ମାମଲାରେ ମୋଟ୍ ଗିରଫଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ସେପଟେ ଘଟଣାକୁ ନେଇ କଳାହାଣ୍ଡିରୁ ରାଜଧାନୀ ପର୍ଯ୍ୟନ୍ତ ବୟାନବାଜି ଜାରି ରହିଛି। ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ର ଶବରଙ୍କର ଫୋନ କଲ୍ ହିଷ୍ଟ୍ରି ଓ ୨୭ ତାରିଖ ମଧ୍ୟାହ୍ନରେ ଜୁନାଗଡ଼ ପୋଲିସ ଷ୍ଟେସନର ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ଦାବି କରିଛି ବିଜେପି । …

ଶେଷରେ ଜାରିଙ୍ଗ ଗଣଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କ ସାନି ବୟାନ ଆଧାରରେ ବନ୍ଧା ହେଲେ ମୁଖ୍ୟ ଅଭିଯୁକ୍ତ ତଥା ପୋଲିସର ରାଜସାକ୍ଷୀ ଲଳିନ୍ଦ୍ର ଶବର । ଏହାସହ ଏହି ମାମଲାରେ ମୋଟ୍ ଗିରଫଙ୍କ ସଂଖ୍ୟା ପହଞ୍ଚିଛି ୯ରେ । ଜୁନାଗଡ ପୋଲିସ ପ୍ରଥମେ ଲଳିନ୍ଦ୍ର ଶବରଙ୍କୁ ରାଜସାକ୍ଷୀ ଭାବେ ପେସ୍ କରିଥିଲା।  ପରେ ପୀଡ଼ିତା ଲଳିନ୍ଦ୍ରଙ୍କୁ ମୁଖ୍ୟ ଖଳନାୟକ ବୋଲି ଅଭିଯୋଗ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।

ପ୍ରଶ୍ନ ଉଠୁଛି ପୀଡିତା ପୋଲିସ ନିକଟରେ ଲଳିନ୍ଦ୍ରଙ୍କୁ ଦୁଷ୍କର୍ମକାରୀ ବୋଲି ଯଦି କହିଥିଲା ପୋଲିସ କାହିଁକି ତାକୁ ତଦନ୍ତ ପରିସରଭୁକ୍ତ କରି ନ ଥିଲା ?  ସେହିପରି ପୀଡ଼ିତା ଯେଉଁ ଲଳିନ୍ଦ୍ରଙ୍କୁ ମୁଖ୍ୟ କାର୍ପଟଦାର ଦର୍ଶାଉଛନ୍ତି ତାଙ୍କରି ସାଙ୍ଗରେ ପୁଣି ଘରକୁ ଫେରିଲେ କେମିତି। ସେହିପରି ପୀଡ଼ିତା ପ୍ରଥମ ବୟାନରେ କାହିଁକି ଲଳିନ୍ଦ୍ରଙ୍କ ନାଁ ନେଇନଥିଲେ।

ଏପଟେ ବିଜେପି ଏହି ପ୍ରସଙ୍ଗରେ ବିଜେଡିକୁ ବାରମ୍ବାର ଟାର୍ଗେଟ କରିବାରେ ଲାଗିଛି। ଲଳିନ୍ଦ୍ର ଶବର ଙ୍କର କଲ୍ ହିଷ୍ଟ୍ରି ଯାଞ୍ଚ କରିବାକୁ ବିଜେପି ଦାବି କରିଛି । ଏହା ବ୍ୟତୀତ ସେପ୍ଟେମ୍ବର ୨୭ ମଧ୍ୟାହ୍ନରେ ଜୁନାଗଡ଼ ପୋଲିସ ଷ୍ଟେସନରେ ଏଇ ଘଟଣା ନେଇ କେଉଁମାନେ ଆଇଆଇସିଙ୍କୁ ସାକ୍ଷାତ କରିଥିଲେ ତାର ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ବିଜେପି ଦାବି କରିଛି ।

 ମାମଲାକୁ ନେଇ କଳାହାଣ୍ଡିରୁ ରାଜଧାନୀ ପର୍ଯ୍ୟନ୍ତ ବୟାନବାଜି ଜାରି ରହିଛି । ଏହାସହ ରାଜନୀତି ବି ତେଜ୍ ହେବାର ଲାଗିଛି ।…   

   Related Posts