ନବୀନ ନନ୍ଦ ନିଖୋଜ ହେବା ଘଟଣାରେ ନୂଆ ଟ୍ଵିଷ୍ଟ ; କୋଲକାତାର ଏକ ସ୍ପାରୁ ଗିରଫ ହୋଇଥିଲେ ନବୀନ ନନ୍ଦ

Published By : Prameya-News7 Bureau | July 02, 2018 IST

ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ ହେବା ଘଟଣାରେ ନୂଆ ଟ୍ଵିଷ୍ଟ ସାମ୍ନାକୁ ମିଳିଛି | ନବୀନ ନନ୍ଦଙ୍କୁ କୋଲକାତା ପୋଲିସ ଗିରଫ କରିଥିବା ଓ ସେ ଜାମିନରେ ଆସିଥିବା ସ୍ପଷ୍ଟ ହୋଇଛି | ପାର୍କ ଷ୍ଟ୍ରିଟର ଏକ ସ୍ପାରୁ ନବୀନଙ୍କୁ ଗିରଫ କରିଥିଲା ପୋଲିସ | ଅନୈତିକ କାର୍ଯ୍ୟ ଚାଲୁଥିବା ଏହି ସ୍ପାରେ ପୋଲିସ ରେଡ ପକାଇଥିବା ବେଳେ ଧରା ପଡ଼ିଥିଲେ ନବୀନ ନନ୍ଦ | ତାଙ୍କ ସହ ଆଉ ୧୮ ଜଣ ମଧ୍ୟ ଗିରଫ ହୋଇଥିଲେ | ଗିରଫ ପରେ ନବୀନ ନନ୍ଦ ଜାମିନରେ ଆସିଛନ୍ତି | ଜାମିନ ପରେ ଆସି ଘଟଣା ସମ୍ପର୍କରେ ନବୀନ କହିଛନ୍ତି- ପାର୍କ ଷ୍ଟ୍ରିଟ ଅଂଚଳରେ ମାର୍କେଟିଙ୍ଗ କରୁଥିବା ସମୟରେ ତାଙ୍କ ପର୍ସ ଚୋରି ହୋଇଯାଇଥିଲା | ଚୋରକୁ ପିଛା କରି କରି ସେ ଏକ ସ୍ପାରେ ପହଁଚିଯାଇଥିଲେ | ସେତେବେଳେ ସେହି ସ୍ପାରେ ରେଡ ଚାଲିଥିଲା | ପୋଲିସ ତାଙ୍କୁ ଗିରଫ କରି ରାତିରେ ଥାନାରେ ଅଟକ ରଖିଥିଲା | ସକାଳେ ସେ ଜାମିନରେ ଆସିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.