ଲେଡିଜ ହଷ୍ଟେଲରେ ଯୁକ୍ତଦୁଇ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା: ‘ହଷ୍ଟେଲରେ ଚାଲିଥିବା ଅନୈତିକ କାର୍ଯ୍ୟ ସମ୍ପର୍କରେ ଜାଣିଯିବାରୁ ତାଙ୍କୁ ମାରିଦିଆଗଲା’ !

Published By : Prameya-News7 Bureau | July 03, 2019 IST

କେନ୍ଦ୍ରାପଡା୩|୭: କେନ୍ଦ୍ରାପଡା ଦୁହୁରିଠାରେ ଥିବା ଏକ ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟର ଲେଡିଜ୍ ହଷ୍ଟେଲରେ ଛାତ୍ରୀ ମୃତ୍ୟୁ ଘଟଣା ନୂଆମୋଡ ନେଇଛି। ଛାତ୍ରୀଙ୍କ ମୃତ୍ୟୁ ସ୍ବାଭାବିକ ନୁହେଁ ବରଂ ତାଙ୍କୁ ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତ କିଛିଦିନ ତଳେ ମୃତ ଛାତ୍ରୀଙ୍କ ବିରୋଧରେ ହଷ୍ଟେଲ କର୍ତୃପକ୍ଷ ବିଭିନ୍ନ ଅଭିଯୋଗ ଆଣିଥିଲେ । ଏ ନେଇ ଛାତ୍ରୀଙ୍କ ମାଙ୍କଠାରୁ କଲେଜ କର୍ତ୍ତୃପକ୍ଷ ଅଣ୍ଡର ଟେକିଂ ଲେଖି ରଖାଇଥିଲେ ।  ଅନ୍ୟପକ୍ଷରେ ଛାତ୍ରୀଙ୍କ ରୁମ୍ କାନ୍ଥରେ ରକ୍ତଛିଟା ଲାଗିବା ଏବଂ ଘଟଣା ଘଟିବାପରେ  କଲେଜ୍ କର୍ତୃପକ୍ଷ ଫେରାର ହୋଇଯିବାକୁ ନେଇ ନାନା ପ୍ରଶ୍ନ ମୁଣ୍ଡ ଟେକୁଛି।  

{"id":130168}

ରାସ୍ତା ଉପରେ ବସି ରହିଛନ୍ତି ମୃତ ଛାତ୍ରୀଙ୍କ ବାପା ମା ଓ ପରିବାର ଲୋକେ। କଟକ-ଚାନ୍ଦବାଲି ରାସ୍ତାର ଦୁହୁରିଆଠାରେ ମୃତ ଛାତ୍ରୀଙ୍କ ପରିବାର ଲୋକେ କରିଛନ୍ତି ରାସ୍ତା ଅବରୋଧ। କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁହୁରିଆଠାରେ ଥିବା ଟାଗୋର୍ ଯୁକ୍ତ ଦୁଇ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ଲେଡିଜ୍ ହଷ୍ଟେଲରେ ମଙ୍ଗଳବାର ସଂଧ୍ୟାରେ ଛାତ୍ରୀ ସରିତା ସାହୁଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଅନ୍ୟ  ଛାତ୍ରୀମାନେ ସଂଧ୍ୟା ପ୍ରାର୍ଥନା କରୁଥିବା ବଳେ ସରିତା ନିଜ ରୁମ୍ ରେ ମରି ପଡିଥିବାର ଦେଖିବାକୁ ମିଳିଥିଲା। ତେବେ ନିଜ ଝିଅର ମୃତ୍ୟୁ ପାଇଁ କଲେଜ୍ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ । ନ୍ୟାୟ ଦାବୀରେ ପରିବାର ଲୋକେ ଆଜି ରାସ୍ତା ଅବରୋଧ କରିବା ସହ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ହୋ ହଲ୍ଲା କରିଥିଲେ।

{"id":130169}

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ତଳେ ମୃତ ଛାତ୍ରୀଙ୍କ ବିରୋଧରେ ହଷ୍ଟେଲ କର୍ତୃପକ୍ଷ ଏକ ଅଭିଯୋଗ ଆଣିଥିଲେ। ଛାତ୍ରୀ ଜଣକ କାହାକୁ ମାନୁନଥିବା ଅଭିଯୋଗ କରିଥିଲେ । ପରେ ଏ ନେଇ ଉଭୟ ଛାତ୍ରୀ ଓ ତାଙ୍କ ମାଙ୍କଠାରୁ ହଷ୍ଟେଲ କର୍ତୃପକ୍ଷ ଚତୁରତାର ସହ  ଅଣ୍ଡରଟେକିଂ ନେଇଯାଇଥିବା ଛାତ୍ରୀର ମା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ମୃତ ଛାତ୍ରୀ ହଷ୍ଟେଲରେ ଚାଲିଥିବା କିଛି ଅନୈତିକ କାର୍ଯ୍ୟ ସମ୍ପର୍କରେ ଜାଣି ଯାଇଥିବାରୁ ତାକୁ ହତ୍ୟା କରାଯାଇଥିବା ମଧ୍ୟ ପରିବାର ଲୋକେ ସନ୍ଦେହ କରୁଛନ୍ତି। 

{"id":130170}

ମୃତ ଛାତ୍ରୀଙ୍କ ଘର ପାରାଦୀପ ଲକ୍ ଥାନା ଅନ୍ତର୍ଗତ ବିଜୟଚନ୍ଦ୍ର ପୁର। ସେ ବାପା ମାଙ୍କର ଏକମାତ୍ର ଝିଅ। ପାଠ ପଢିବା ପାଇଁ ଏ ଯାଏ କଲେଜରେ ସର୍ବମୋଟ ୧ ଲକ୍ଷ ୬୦ ହଜାର ଟଙ୍କା ପରିବାର ଲୋକେ ପଇଠ କରିଛନ୍ତି। ଛାତ୍ରୀଙ୍କ ମୃତ୍ୟୁ ହୋଇଯିବାପରେ ଅନେକ ଘଟଣା ଏବେ ହଷ୍ଟେଲ କର୍ତୃପକ୍ଷଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦଶ କରୁଛି। ମୃତଛାତ୍ରୀଙ୍କ  ପ୍ରକୋଷ୍ଠରେ ବିଭିନ୍ନ ସ୍ଥାନରେ ରକ୍ତର ଛିଟା ଦେଖିବାକୁ ମିଳିଛି। ମଙ୍ଗଳବାର ସଂଧ୍ୟାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଯିବା ପରେ ମୃତଦେହକୁ ମେଡିକାଲରେ ଛାଡି କଲେଜ୍ କର୍ତୃପକ୍ଷ ଫେରାର ହୋଇ ଯାଇଛନ୍ତି। ଘଟଣା ଘଟିବା ରାତିଠାରୁ ଦୁହୁରିଆଠାରେ ଥିବା କଲେଜ୍ ଓ ହଷ୍ଟେଲରେ ତାଲା ଝୁଲୁଛି। ଆଜି ସାଇଂଟିଫିକ୍ ଟିମ୍ ଏବଂ ଉପ-ଜିଲ୍ଲାପାଳ ହଷ୍ଟେଲରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ତେବେ ତଦନ୍ତବେଳେ ପୋଲିସ ମୃତ ଛାତ୍ରୀଙ୍କ ଏକ ଡାଏରୀ ପାଇଛି। ସେଥିରେ ଅନେକ ଘଟଣା ଛାତ୍ରୀ ଲେଖିଛନ୍ତି। ଗତ କିଛି ଦିନ ହେବ ସେ ମାନସିକ ଚାପରେ ଥିବା ଡାଇରୀ ରେ ଲେଖିଥିବା ଜଣାପଡିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.