ଆଜି ଲୋକସଭାରେ ନୂଆ ରୂପରେ ଆଗତ ହେବ ‘ଟ୍ରିପଲ୍ ତଲାକ୍’ ବିଲ୍

Published By : Prameya-News7 Bureau | June 21, 2019 IST

ନୂଆଦିଲ୍ଲୀ ୨୧|୬: ପୂର୍ବ ଏନଡିଏ ସରକାର ସମୟରେ ରାଜ୍ୟସଭାରେ ପାରିତ ହୋଇପାରିନଥିବା  ‘ଟ୍ରିପଲ ତଲାକ୍’ ବିଲ୍ ନୂଆ ରୂପରେ ଆଜି ଲୋକସଭାରେ ଆଗତ ହେବ । ମୁସଲିମ୍ ମହିଳା ବିବାହ ଅଧିକାର ସୁରକ୍ଷା ବିଲ୍ ୨୦୧୯ ନାମରେ ନାମିତ ଏହି ବିଲ୍  ପୂର୍ବ ସରକାର ଫେବୃଆରୀ ମାସରେ ଆଣିଥିବା ଅଧ୍ୟାଦେଶର ସ୍ଥାନ ନେବ ।

ଏହି ବିଲ୍  ପାରିତ ହେଲେ ତତ୍କାଳ ତିନି ଥର ତଲାକ୍  କହି ଛାଡ଼ପତ୍ର ଦେଉଥିବା ମୁସଲିମ୍  ପୁରୁଷଙ୍କୁ ୩ ବର୍ଷର ଜେଲ ହୋଇପାରିବ । ଏହି ବିଲ୍ କୁ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ବିରୋଧ କରୁଥିଲେ । ସେମାନଙ୍କ କହିବା ଅନୁଯାୟୀ ଏହା ଘରୋଇ ମାମଲା ଏଥିରେ ଜେଲଦଣ୍ଡ କିପରି ରହିପାରିବ ।

ସରକାର ଯୁକ୍ତି ବାଢ଼ିଥିଲେ, ଏହା ବହୁଦିନ ଧରି କଷ୍ଟ ସହି ଆସୁଥିବା ମହିଳାଙ୍କ ପାଇଁ ଆଶ୍ୱସ୍ତି ହେବ।ଏହା ସେମାନଙ୍କୁ ସମାନ ଅଧିକାର ପ୍ରଦାନ କରିବ । ନୂଆ ବିଲ୍  ଏହି ଅଧ୍ୟାଦେଶର ନକଲ । ୧୭ତମ ଲୋକସଭାର ପ୍ରଥମ ଅଧିବେଶନରେ ଏହି ବିଲ ସମେତ ୧୦ଟି ଅଧ୍ୟାଦେଶକୁ ଆଇନରେ ପରିଣତ କରିବାର ଯୋଜନା କରିଛନ୍ତି ଏନଡିଏ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.