Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

‘ଟ୍ରିପଲ୍ ମ୍ୟୁଟେସନ୍’: ଦେଶରେ ଦ୍ୱିତୀୟ ଲହର ପଛରେ କରୋନାର ନୂଆ ରୂପ, ୪ ରାଜ୍ୟରୁ ଟ୍ରିପଲ୍ ମ୍ୟୁଟେଣ୍ଟ ଭାରିଏଣ୍ଟ ଚିହ୍ନଟ

21/04/2021 at 1:20 PM

ନୂଆଦିଲ୍ଲୀ ୨୧/୦୪ : ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ହାହାକାର ସୃଷ୍ଟି କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକେ ସଂକ୍ରମିତ ହେଉଛନ୍ତି ଓ ହଜାର ହଜାର ସଂକ୍ରମିତଙ୍କ ମୃତ୍ୟୁ ହେଉଛି। କରୋନା ଭାଇରସର ଆକ୍ରମଣ ପଛରେ ଡବଲ ମ୍ୟୁଟେଣ୍ଟ ଭାରିଏଣ୍ଟ କାରଣ ରହିଛି ବୋଲି କୁହାଯାଉଛି। ଡବଲ୍ ମ୍ୟୁଟେଣ୍ଟ୍ ଭାରିଏଣ୍ଟ B.1.167 ପ୍ରଥମଥର ପାଇଁ ଗତ ବର୍ଷ ଅକ୍ଟୋବରରେ ଚିହ୍ନଟ କରାଯାଇଥିଲା। ହିନ୍ଦୁସ୍ତାନ ଟାଇମ୍ସର ଏକ ଖବର ଅନୁଯାୟୀ, ପୂର୍ବରୁ ମହାରାଷ୍ଟ୍ରର ୬୦ ପ୍ରତିଶତ ନମୁନାରେ ଡବଲ୍ ମ୍ୟୁଟେଣ୍ଟ୍ ଚିହ୍ନଟ ହୋଇଥିଲା। ବର୍ତ୍ତମାନ ପଶ୍ଚିମବଙ୍ଗରେ ଏହି ଡବଲ୍ ମ୍ୟୁଟେଣ୍ଟର ନୂଆ ଭାରିଏଣ୍ଟ ଦ୍ରୁତ ଗତିରେ ବ୍ୟାପୁଛି। ଏହି ଭାରିଏଣ୍ଟର ଆଉ ଏକ ମ୍ୟୁଟେସନ୍ ହୋଇଛି ଯାହା ଏବେ ଟ୍ରିପଲ୍ ମ୍ୟୁଟେଣ୍ଟ୍ ଭାରିଏଣ୍ଟ ହୋଇଯାଇଛି। 

ରିପୋର୍ଟରେ କୁହାଯାଇଛି ଯେ ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ ଓ ଛତିଶଗଡ଼ରୁ ସଂଗ୍ରହ ହୋଇଥିବା ନମୁନାରେ ନୂଆ ମ୍ୟୁଟେସନ ଚିହ୍ନଟ ହୋଇଛି। ଏହିସବୁ ରାଜ୍ୟରେ ଦ୍ୱିତୀୟ ଲହର ଦୃତ ଗତିରେ ମାଡି ଚାଲିଛି। ଏହିସବୁ ରାଜ୍ୟରୁ ନଇଁଯାଇଥିବା ନମୁନାରୁ ୧୭ଟି ନମୁନାରେ ଏହି ଭାରିଏଣ୍ଟ୍ ଚିହ୍ନଟ ହୋଇଛି। ଡବଲ୍ ମ୍ୟୁଟେସନ୍ ଭାରିଏଣ୍ଟ ଯୋଗୁଁ ହିଁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି ବୋଲି କୁହାଯାଉଛି। ଟ୍ରିପଲ୍ ମ୍ୟୁଟେଣ୍ଟ ଭାରିଏଣ୍ଟ ସମ୍ପର୍କରେ ଜଣାପଡିବା ପରେ ଚିନ୍ତା ଆହୁରି ବଢି ଯାଇଛି।

ଏହି ଭାରିଏଣ୍ଟକୁ ବୈଜ୍ଞାନିକ B.1.617 ନାମ ଦେଇଛନ୍ତି। ଏଥିରେ ଦୁଇ ପ୍ରକାର ମ୍ୟୁଟେସନ୍ ଅଛି- E484Q ଓ L452R ମ୍ୟୁଟେସନ୍। ଏହା ଭାଇରସ୍ ସେ ରୂପ ଯାହାର ଜିନୋମରେ ଦୁଇଥର ପରିବର୍ତ୍ତନ ହୋଇଛି। ଭାଇରସ ନିଜକୁ ଅଧିକ ସମୟ ଯାଏଁ ପ୍ରଭାବଶାଳୀ ରଖିବାକୁ ଲଗାତାର ନିଜ ଜେନେଟିକ ସଂରଚନା ବଦଳାଉଥାଏ। ଯେପରି ତାକୁ ସମାପ୍ତ କରାଯାଇ ପାରିବନାହିଁ। ଏହା ଅତ୍ୟନ୍ତ ଭୟାବହ ବୋଲି କୁହାଯାଉଛି।

ଇଣ୍ଡିଆ ଟୁଡ଼େର ଆଉ ଏକ ରିପୋର୍ଟରେ କୁହାଯାଇଛି ଯେ, E484K  ସହ ଅନୁବଂଶିକ ଭାରିଏଣ୍ଟର ଏକ ଅଲଗା ସେଟର ବିଶେଷତ୍ୱ ରହିଛି। ଏହାକୁ ଏକ ପ୍ରମୁଖ ପ୍ରତିରକ୍ଷା ସଂସ୍କରଣ କୁହାଯାଉଛି। ଅର୍ଥାତ ଏହି ପ୍ରତିରକ୍ଷାରୁ ରକ୍ଷା କରିପାରିବ। ଯଦି ଆଗରୁ ଜଣେ ସଂକ୍ରମିତ ତଥାପି ଏହି ନୂଆ ଭାରିଏଣ୍ଟ ଭାଇରସ ବିରୋଧରେ ଆଣ୍ଟିବଡ଼ି ଉତ୍ପାଦନ କରିବାକୁ ଦେବନାହିଁ।

ବିଶେଷଜ୍ଞଙ୍କ କହିବାନୁଯାୟୀ, ପଶ୍ଚିମବଙ୍ଗରୁ ୧୩୦ ନମୁନାରୁ ୧୨୯ ନମୁନାରେ B.1.618 ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ଏପଟେ ବଙ୍ଗଳାରେ ବିଧାନସଭା ନିର୍ବାଚନ ପାଇଁ ରାଲି ଓ ଜନସଭାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ନୂଆ ଭାରିଏଣ୍ଟ ଭାରତ ସମେତ ଆମେରିକା, ସ୍ୱିଜରଲ୍ୟାଣ୍ଡ, ସିଙ୍ଗାପୁର ଓ ଫିନଲ୍ୟାଣ୍ଡରେ ମଧ୍ୟ ଚିହ୍ନଟ ହୋଇଛି। outbreak.info ଅନୁଯାୟୀ, ବର୍ତ୍ତମାନ ଭାରତରେ ୬୨.୫ ପ୍ରତିଶତ B.1.618 ଭାରିଏଣ୍ଟ ମାମଲା ରହିଛି।

ଦେଶର ବୈଜ୍ଞାନିକ ଦ୍ୱିତୀୟ ଲହରକୁ ନେଇ ଜିନୋମ କ୍ରମର ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏଥିରେ କୁହାଯାଇଛି ଯେ ଏପ୍ରିଲ ୨ ତାରିଖ ପୂର୍ବରୁ ୬୦ ଦିନରେ କରାଯାଇଥିବା ଜିନୋମ କ୍ରମରେ ଡବଲ ମୄଟିଟେସନ ସର୍ବାଧିକ ଥିଲା। ଅଧିକାଂଶ ସମୟରେ ମ୍ୟୁଟେସନ ପରେ ଭର୍ସ ପୂର୍ବ ଅପେକ୍ଷା ଦୁର୍ବଳ ହୋଇପଡେ କିନ୍ତୁ ବେଳେବେଳେ ମ୍ୟୁଟେସନର ଏହି ପ୍ରକ୍ରିୟା ଭାଇରସକୁ ଆହୁରି ଘାତକ କରିଦେଇଥାଏ। ଏଭଳି ସ୍ଥିତିରେ ଭାଇରସ ଆମ ଶରୀରର କୌଣସି କୋଷରେ ହମଲା କଲେ କୋଷ କିଛି ଘଣ୍ଟାରେ ଭାଇରସର ହଜାର ହଜାର କପି ସୃଷ୍ଟି କରିଦେଇଥାଏ। ଯାହାଫଳରେ ଶରୀରରେ ଭାଇରସ ବଢ଼ିଯାଇଥାଏ ଓ ରୋଗୀଙ୍କ ଅବସ୍ଥା ଖୁବ ଶୀଘ୍ର ଗମ୍ଭୀର ହୋଇଯାଇଥାଏ।

   Related Posts