Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଠକେଇର ନୂଆଁ ଟ୍ରେଣ୍ଡ: ତମର ଲଟେରୀ ଲାଗିଛି, ଭିଡିଓ ଦେଖାଇ ସାଇବର ଠକ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

5/01/2021 at 10:00 PM

ଭୁବନେଶ୍ଵର ୦୫।୧୧: ତମର ଲଟେରୀ ଲାଗିଛି। ତମକୁ ମିଳିବ ଟଙ୍କା। ଏଇ ଦେଖ ତୁମକୁ ଦେବାକୁ ଆମେ ଏମିତି ରଖିଛୁ। ତା ପରେ ପୂରା ପ୍ଲାନ। ଏ ହେଉଛନ୍ତି ଲଟେରୀ ଲୋଭ ଦେଖାଉଥିବା ଆତ୍ମ ଘୋଷିତ ବ୍ୟାଙ୍କର ଲଟେରୀ ମ୍ୟାନେଜର। ତାଙ୍କ ଚାରି କଡେ ଟଙ୍କା ଭର୍ତ୍ତି ଡ୍ରର ଟେବୁଲ। ସେଥିରେ ୫୦୦, ୨୦୦୦ର ବିଡା ବିଡା ନୋଟ୍। ସୁଟ୍ ବୁଟ୍ ଟାଇରେ ମ୍ୟାନଜର ବାବୁ ଯେତିକି ଇମ୍ପ୍ରେସିଭ୍, ତାଙ୍କ କଥା ସେତିକି ପ୍ରଭାବୀ।

ବାବୁ ଜଣଙ୍କ ସୁପର ଫୋର ଟ୍ଵେଣ୍ଟି। ସାଧାରଣ ଭାଷାରେ କହିଲେ ସାଇବର ଠକ। ତାଙ୍କ କାରନାମା ହେଲା କଥା କହି  ଭିଡିଓ ଦେଖାଇ ବିଶ୍ଵାସ ଜନ୍ମାଇବେ ତା ପରେ ଲୁଟି ନେବେ ଟଙ୍କା। ହଜାର ହଜାର ହିସାବରେ କୋଟି କୋଟି ଟଙ୍କାର ଠକେଇ ନେଟ୍ଓ୍ଵର୍କ। ଏଭଳି ଠକଙ୍କ ଲକ୍ଷ୍ୟ ଗୋଟିଏ କିନ୍ତୁ ତରିକା ଅନେକ। କେତେବେଳେ ନିଜକୁ ବ୍ୟାଙ୍କ କର୍ମଚାରୀ କହୁଛନ୍ତି ତ କେତେବେଳେ ଟାଓ୍ଵାର ବସାଇବା ନାଁରେ ଜିଓର କର୍ମଚାରୀ କହୁଛନ୍ତି। ଆଉ କେତେ ବେଳେ ନିଜକୁ କେବିସି ଲଟେରୀର ମୁଖ୍ୟ। ଇତ୍ୟାଦୀ ଅନେକ ନାଁ। 

ଏଭଳି ଲଟେରୀର ଶିକାର ହେଉ ହେଉ ଟିକେ ଟିକେରେ ବର୍ତ୍ତି ଯାଇଛନ୍ତି ସୋନପୁରର ହେମନ୍ତ ମେହେର। ତାଙ୍କ ପାଖକୁ ଆସିଥିବା ଫୋନ୍ରେ ସୁପର ଚିଟ୍ ନିଜକୁ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ଲଟେରୀ ମ୍ୟାନେଜରର ପରିଚୟ ଦେଇଥିଲା। ହ୍ଵାଟ୍ସଆପ ମେସେଜ୍ ଆଇକାର୍ଡର କଥା କହି ଲୋଭାଇଥିଲା। ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲି ଲଟେରୀ ଟଙ୍କା ପାଇଁ ପ୍ରୋସେସିଂ ଫି ବାବଦରେ ୧୫ ହଜାର ଜମା କରିବାକୁ କହିଥିଲା। ଟଙ୍କାର ଭିଡିଓ ଦେଖାଇଥିଲା। କିନ୍ତୁ ଅଳ୍ପକେ ବର୍ତ୍ତିଗଲେ ହେମନ୍ତ। ଭୁବନେଶ୍ଵର ଡିସିପିଙ୍କୁ ଜଣାଇଲେ ସବୁ।

କେବଳ ସାଧାରଣ ଲୋକ ନୁହନ୍ତି, ପୁଲିସ ପାଇଁ ବି ଚିନ୍ତାର କାରଣ ଏପରି ସାଇବର ଠକ। ଏମାନଙ୍କ କେବଳରୁ ବର୍ତ୍ତିବାକୁ ଯଥେଷ୍ଟ ସଚେତନତା ନିହାତି ଦରକାର। ସାବଧାନ ନହେଲେ ବର୍ବାଦର ସମ୍ଭାବନା ବେଶୀ।

   Related Posts