Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ସଂଶୋଧିତ ମୋଟରଯାନ ଆଇନକୁ ବିରୋଧ କରି ରାସ୍ତାରୋକ, ୨୩ ଅଟକ

10/09/2019 at 3:54 PM

ଜୟପୁର ୧୦।୯: ସଂଶୋଧିତ ମୋଟର ଯାନ ଆଇନ ୨୦୧୯କୁ ଜୟପୁରରେ ବିରୋଧ । ଏହି ଆଇନକୁ ବାତିଲ କରିବା ଦାବିରେ ଆଜି ମିଳିତ ମୋଟର କର୍ମଚାରୀ ସଂଘ ଓ ଅଟୋ ଚାଳକ ସଂଘ ଜୟପୁର ଦେଇ ଯାଇଥିବା ଜାତୀୟ ରାଜପଥ ୨୬କୁ ଟ୍ରାଫିକ୍ ଛକ ନିକଟରେ ଅବରୋଧ କରିଥିଲେ। ଏହାକୁ ସହରର ବିଭିନ୍ନ ସଂଗଠନ ସମର୍ଥନ ବି କରିଥିଲେ।

ଦିନ ୧୦ଟାରୁ ଆରମ୍ଭ ହୋଇଥିବା ଏହି ରାସ୍ତା ଅବରୋଧ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବାର ଥିଲା। ତେବେ ଅଧ ଘଣ୍ଟାର ରାସ୍ତା ଅବରୋଧରେ ରାସ୍ତାର ଉଭୟ ପଟେ ଶହ ଶହ ଗାଡି ଅଟକି ରହିବା ଫଳରେ ଟ୍ରାଫିକ୍ ସମସ୍ୟା ଦେଖା ଦେଇଥିଲା। ଆଉ ଏଥିରେ ହସ୍ତକ୍ଷେପ କରିଥିଲା ଜୟପୁର ପୋଲିସ। ଜୟପୁର ଟାଉନ ଥାନା ଅଧିକାରୀ ଓ ଏସ୍.ଡି.ପି.ଓଙ୍କ ନେତୃତ୍ବରେ ପୋଲିସ ପହଞ୍ଚି ରାସ୍ତାରୋକ ହଟାଇଥିବା ବେଳେ ରାସ୍ତାରୋକ କରିଥିବା ୨୩ ଜଣ ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିଲା।

ତେବେ ସଂଶୋଧିତ ଏହି ଆଇନକୁ ଆନ୍ଦୋଳନକାରୀ  ଜନ ବିରୋଧୀ ବୋଲି କହିବା ସହ ଏହାକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି। ରାଜ୍ୟ ସରକାର ପ୍ରଥମେ ବିଭିନ୍ନ ରାସ୍ତା ମରାମତି କରି ଗାଡି ଚାଳକଙ୍କୁ ସବୁ ସୁବିଧା ଯୋଗାଇ ଦିଅନ୍ତୁ ବୋଲି ଦାବି କରିଥିଲେ ଆନ୍ଦୋଳନକାରୀ।

   Related Posts