Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ବାଇକ ଏବଂ କାର ଚାଳକଙ୍କ ପାଇଁ ସରକାରଙ୍କ ନୂଆ ନିୟମ : ହୋଇପାରେ ଅସୁବିଧା

8/02/2019 at 4:50 PM

ଦିଲ୍ଲୀ ୮/୨ : ବାଇକ ଏବଂ କାର ଚାଳକଙ୍କ ପାଇଁ ସରକାର ନୂଆ ନିୟମ କରିଛନ୍ତି | ରାସ୍ତାରେ ଗାଡି ଚଳାଇବା ପାଇଁ ଟ୍ରାଫିକର କିଛି ନିୟମ ରହିଛି | ଏହି ନିୟମ ଅନୁସରଣ ନ କଲେ ଆପଣଙ୍କୁ ନାନା ଅସୁବିଧା ଭୋଗିବାକୁ ପଡିଥାଏ | ଟ୍ରାଫିକ ନିୟମ ଉଲଂଘନ କରିବା ଦ୍ଵାରା କଟାଯାଉଥିବା ଚାଲାଣ ଦ୍ଵାରା ଇନ୍ସ୍ୟୁରାନ୍ସର ପ୍ରିମିୟମ ବଢିପାରେ | ପରିବହନ ମନ୍ତ୍ରାଳୟ ବହୁତ ଶୀଘ୍ର ଭାରତୀୟ ବୀମା ନିୟାମକ ପ୍ରାଧିକରଣ ସହ ଏହି ନିୟମ କରିବାକୁ ଯାଉଛି | ଏହାଦ୍ୱାରା ପରିବହନ ମନ୍ତ୍ରାଳୟ ଛଡା ଟ୍ରାଫିକ ପୋଲିସ ଏବଂ ବୀମା ପଲିସୀ କରୁଥିବା କମ୍ପାନୀଗୁଡିକୁ ଏକ ସଫ୍ଟୱେୟାରରେ ଏକାଠି କରାଯିବ |


ଏଥିପାଇଁ ଚାଳକଙ୍କ ପୁରୁଣା ରେକର୍ଡ ଯାଞ୍ଚ ହେବ | ଗତ ୫ ବର୍ଷ ମଧ୍ୟରେ ଚାଳକ କେତେ ଥର ଟ୍ରାଫିକ ନିୟମ ଉଲଂଘନ କରିଛନ୍ତି ତାହା ଯାଞ୍ଚ କରାଯିବ | ଏହାକୁ ଆଧାର କରି ବୀମା ପ୍ରିମିୟମ ରାଶି ଧାର୍ଯ୍ୟ ହେବ | ଯେଉଁମାନେ ଗାଡି ଚଲାଇବା ସମୟରେ ଟ୍ରାଫିକ ନିୟମ ଠିକ ଭାବେ ପାଳନ କରନ୍ତି ସେମାନଙ୍କୁ ଗାଡିର ବୀମା ରିନ୍ୟୁ କଲାବେଳେ କମ ପ୍ରିମିୟମ ଦେବାକୁ ହେବ |


ପରିବହନ ମନ୍ତ୍ରାଳୟ (ଆଇଆରଡ଼ିଏ) ର ଡାଟାବେସକୁ ଖୁବ ଶୀଘ୍ର ପରିବହନ ସଫ୍ଟୱେୟାର ସହ ଲିଙ୍କ କରାଯିବ | ଏହି ସଫ୍ଟୱେୟାର ସାହାଯ୍ୟରେ କିଏ ନିଜ ଗାଡିର ପ୍ରିମିୟମ ଠିକ ସମୟରେ ଦେଉନାହିଁ ତାହା ବିଭାଗ ଜାଣିପାରିବ | ରାସ୍ତାରେ ଚାଲୁଥିବା ଗାଡିକୁ ଟ୍ରାଫିକ ପୋଲିସ ଜବତ କରିପାରିବ | ଗାଡିର ବୀମା ରାଶି ଦେବାପରେ ହିଁ ଜବତ ଗାଡିକୁ ଛଡା ଯିବ |


ଏହା ଦ୍ବାରା ରାସ୍ତାରେ ହେଉଥିବା ଦୁର୍ଘଟଣା ସଂଖ୍ୟା ମଧ୍ୟ କମିଯିବ ବୋଲି ମନ୍ତ୍ରାଳୟ କହିଛି | ଦେଶରେ ପ୍ରତିବର୍ଷ ୫ ଲକ୍ଷରୁ ଅଧକ ସଡକ ଦୁର୍ଘଟଣା ହୋଇଥାଏ ଏବଂ ଦୁର୍ଘଟଣାରେ ପାଖାପାଖି ୧.୫ ଲକ୍ଷଙ୍କ ଜୀବନ ଚାଲିଯାଇଥାଏ |

   Related Posts