ଟ୍ରେନରେ ଟିକେଟ ନକରି ଧରାପଡିଲେ ତୁରନ୍ତ କରନ୍ତୁ ଏହି କାମ

Published By : Prameya-News7 Bureau | May 02, 2019 IST

wp:heading {"level":5}
ଟ୍ରେନରେ ଯାତ୍ରା କରିବା ସମୟରେ ବ୍ୟସ୍ଥତାରେ ଥାଇ ଅନେକ ଲୋକ ଟିକେଟ୍‌ କାଟିନଥାନ୍ତି। ତେବେ ଟିଟି ଆସିଲେ ଟିକେଟ୍‌ ନକରିଥିବା ଲୋକେ ଡରିଯାଆନ୍ତି। କାରଣ ଟିକେଟ୍‌ ନଥିଲେ ଟିଟିଙ୍କୁ ଜରିମାନା ଦେବାକୁ ପଡିଥାଏ।ତେବେ ଏହି ସ୍ଥିତିରେ ଡରିବା ଅନୁଚିତ୍‌ । କାରଣ ଭାରତୀୟ ରେଳ ମନ୍ତ୍ରାଳୟ ଏକ ନୂଆ ଘୋଷଣା କରିଛି। ବ୍ୟସ୍ଥତାରେ ଟିକେଟ୍‌ ନକାଟିଥିବା ଲୋକେ ଓ ୱେଟିଙ୍ଗରେ ଥିବା ଲୋକେ ଟ୍ରେନ୍‌ରେ ନିଜ ଟିକେଟ୍‌ କାଟିପାରିବେ।
/wp:heading {"id":109878}

ଟିଟିଙ୍କୁ ଏଥିପାଇଁ ହ୍ୟାଣ୍ଡହେଲ୍ଡ ମେଶିନ ଦିଆଯାଇଛି। ଏହି ହ୍ୟାଣ୍ଡ ହେଲ୍ଡ ମେଶିନ୍‌ ରେଲୱେ ପାସେଞ୍ଜର ରିଜର୍ଭେଶନ ସିସ୍‌ଟମର ସର୍ଭର ସହ କନେକ୍ଟ ହୋଇ ଥାଏ। ଏହି ସୁବିଧା ଏବେ କେବଳ ସୁପରଫାଷ୍ଟ ଟ୍ରେନ ପାଇଁ ଆରମ୍ଭ ହୋଇଛି। ଖୁବ୍‌ ଶୀଘ୍ର ଅନ୍ୟ ଟ୍ରେନରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ

{"id":109879}

ଆଉ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଏହା ଯେ, ଟିକେଟ ନକରିଥିବା ଲୋକେ ଟିକେଟ ଚେକିଂ ପୂର୍ବରୁ ଟିଟି ସହ ଯୋଗାଯୋଗ କରିବାକୁ ପଡିବ। ଟିକେଟ ନକରିବାର କାରଣ କହିଲା ପରେ ଟିଟିଙ୍କଠୁ ଟ୍ରେନ୍‌ରେ ଟିକେଟ୍‌ କାଟି ହେବ। କିନ୍ତୁ ଟିକେଟ୍‌ ଚେକିଂ ସମୟରେ ଧରା ପଡିଲେ ଏହି ସୁବିଧାର ଫାଇଦା ଉଠାଇପାରିବେ ନାହିଁ ଓ ଜରିମାନା ମଧ୍ୟ ଦେବାକୁ ପଡିବ। ତେଣୁ ଟିକେଟ୍‌ ନକାଟିଥିଲେ ଟ୍ରେନ୍‌ରେ ଚଢିବା ମାତ୍ରେ ଟିଟିଙ୍କ ସହ ତୁରନ୍ତ ଯୋଗାଯୋଗ କରିବାକୁ ଚେଷ୍ଟା କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.