Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ବିଗ୍‌ବସ୍‌ ଇତିହାସରେ ପ୍ରଥମ ଥର ପାଇଁ ହେବ ଏଭଳି କାମ…

12/01/2020 at 9:00 AM

ମୁମ୍ବାଇ୧୨|୧: ବିଗ୍‌ବସ୍‌ ସିଜିନ୍‌ ୧୩ରେ ଏମିତି କିଛି ହେବାକୁ ଯାଉଛି ଯାହା ଅନ୍ୟ କୌଣସି ସିଜିନ୍‌ରେ ହୋଇନାହିଁ। ସିଜିନ୍‌ ୧୩ରେ ଅଧିକାଂଶ ସମୟ ଝଗଡା ହିଁ ଦେଖିବାକୁ ମିଳୁଥିଲା। ହେଲେ ଗତ ସପ୍ତାହ ଘରର ମାହୋଲରେ ଅନେକ ପରିବର୍ତ୍ତନ ଆସିଛି। ଏହା ସହ ବିବି ହାଉସରେ ଏଣ୍ଟ୍ରି କରିଥିଲେ କମେଡ଼ିଆନ୍‌ ବିକାଶ ଖାନ୍ନା। ବିକାଶ ଘରର ସଦସ୍ୟଙ୍କଠାରୁ କମେଡି ଟାସ୍କ କରାଇଥିଲେ।

ଏପିସୋଡ୍‌ରେ ଘରର ସଦସ୍ୟମାନେ ପ୍ରଥମ ଥର ପାଇଁ ଜନତାଙ୍କ ସାମ୍ନାରେ କମେଡ଼ି ଶୋ’ କରିଥିଲେ। ଯାହା ଦର୍ଶକମାନେ ଖୁବ ଏନ୍‌ଜଏ କରିଛନ୍ତି। ଏଥର ଘର ଭିତରକୁ ପ୍ରଥମ ଥର ପାଇଁ ଜନତା ପ୍ରବେଶ କରିଛନ୍ତି। ଟାସ୍କର ଭୋଟିଂ ପାଇଁ ଜନତାଙ୍କୁ ଘର ଭିତରକୁ ନିଆଯାଇଥିଲା। ନିକଟରେ ଦୀପିକା ପାଦୁକୋନ୍ ମଧ୍ୟ ଘରେ ପ୍ରବେଶ କରିଥିଲେ। ଦୀପିକାଙ୍କ ଏଣ୍ଟ୍ରି ପରେ ଏକ ଏମିତି ତଡ୍‌କା ହୋଇଛି ଯାହା ବିଗ୍‌ବସ୍‌ ଇତିହାସରେ କେବେ ହୋଇନାହିଁ।ଏହା ଏକ ପ୍ରମୋ ଦ୍ବାରା ସାମ୍ନାକୁ ଆସିଛି।

ଏହି ପ୍ରମୋ ଅନୁସାରେ ଆଗାମୀ ଏପିସୋଡ୍‌ରେ ବଲିଉଡ୍‌ର ମସ୍ତାନୀ ଦୀପିକା ପାଦୁକୋନ୍ ‘ଛପାକ୍‌’ର ପ୍ରମୋଶନ୍‌ ପାଇଁ ଘର ଭିତରକୁ ଏଣ୍ଟ୍ରି କରିବେ।ଦୀପିକାଙ୍କ ସହ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ବିକ୍ରାନ୍ତ ମେସୀ ଓ ଏସିଡ୍‌ ଆକ୍ରମଣ ପିଡ଼ୀତା ଲକ୍ଷ୍ମୀ ଅଗ୍ରୱାଲ୍‌ ମଧ୍ୟ ଏଣ୍ଟ୍ରି କରିବେ। ଦୀପିକା ଘରର ସମସ୍ତ ସଦସ୍ୟଙ୍କୁ ଏକ ଟାସ୍କ କରିବାକୁ ଦେବେ। ଏହି ଟାସ୍କର ୱିନର୍‌ ଟିମ୍‌କୁ ସେ ବାହାରକୁ ବୁଲିବାକୁ ନେବେ।

ଏଭଳି ‘ବିଗ୍‌ବସ୍‌’ ଇତିହାସରେ କେବେ ବି ହୋଇନାହିଁ। ତେବେ ପ୍ରମୋରେ ଦେଖିବାକୁ ମିଳିଛି ଯେ ଏକ ଜିପ୍‌ରେ ଦୀପିକାଙ୍କ ସହ, ବିଶାଲ୍‌ ଆଦିତ୍ୟ ସିଂ, ଆରତୀ ସିଂହ , ମଧୂରିମା ତୁଲୀ, ଶେହେନାଜ ଗିଲ୍‌ ଓ ଶେଫାଲି ଜରିୱାଲା ବାହାରକୁ ଏକ “ଜଏ ରାଇଡ୍‌”ରେ ବୁଲିବାକୁ ଯାଇଛନ୍ତି ଓ ବେଶ୍‌ ମସ୍ତି କରୁଛନ୍ତି। ଏହି ସବୁ ‘ୱିକେଣ୍ଡ କା ବାର୍‌’ରେ ଦେଖିବାକୁ ମିଳିବ।

   Related Posts