Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

କେଇ ସେକେଣ୍ଡରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା, ଖର୍ଚ୍ଚ ମାତ୍ର ୩୦ ଟଙ୍କା : ଭୁବନେଶ୍ୱର ଯୁବକଙ୍କ ଉଦ୍ଭାବିତ ଡାଇଗ୍ନୋଷ୍ଟିକ୍ ଡିଭାଇସ ଦେଖାଉଛି ଚମତ୍କାର, ଇଣ୍ଟରନେଟରେ ପ୍ରଶଂସାର ସୂଅ

16/06/2021 at 2:36 PM

ଭୁବନେଶ୍ୱର, ୧୬/୦୬ :  ମାତ୍ର କିଛି ସେକେଣ୍ଡ ମଧ୍ୟରେ ଜାଣିହେବ ଶରୀରର ରକ୍ତଚାପର ମାତ୍ରା, ମଧୁମେହର ସ୍ତର ଓ ଅକ୍ସିଜେନ ସ୍ତର । ଡାଇଗ୍ନୋଷ୍ଟିକ୍‌ର ଦାମ୍ ବି ବହୁତ କମ୍ । ଏପରି ଏକ ଯନ୍ତ୍ର ବା ଡିଭାଇସକୁ ତିଆରି କରିଛନ୍ତି ଭୁବନେଶ୍ୱରର ଶ୍ରୀ ପାର୍ଥୋ ।

ଏହି ଡିଭାଇସ ହେଉଛି ଇସିଆରଏକ୍ସ । ଏହି ଡିଭାଇସରେ ଟେଷ୍ଟିଂ ପାଇଁ ମାତ୍ର ୩୦ ଟଙ୍କା ଖର୍ଚ୍ଚ କରିବାକୁ ହେବ । ଯଦି ଏହା ବଜାରରେ ଉପଲବ୍ଧ ହୁଏ ତେବେ ରୋଗୀଙ୍କୁ ଡାଇଗ୍ନୋଷ୍ଟିକ୍ ଖର୍ଚ୍ଚ ବହୁତ କମ୍ ପଡିବ ବୋଲି କୁହାଯାଉଛି ।

ଏହାକୁ ନେଇ ପାର୍ଥୋ କହିଛନ୍ତି ଯେ, ଏହି ଡିଭାଇସରେ ଟେଷ୍ଟ ହେବା ପରେ ରିପୋର୍ଟ ମୋବାଇଲକୁ ଆସିଯିବ । ମଧୁମେହ, ଉଚଚ୍ ରକ୍ତଚାପ ଆଦି ରକ୍ତ ପରୀକ୍ଷା ପାଇଁ ଏଣିକି ଇଞ୍ଜେକ୍ସନର ରକ୍ତ ନମୁନା ଦରକାର ନାହିଁ । ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ଏବେ ଘରେ ବସି କରିହେବ ବୋଲି ସେ କହିଛନ୍ତି । ଏହି ଡିଭାଇସର ସଠିକତା ୮୫ ପ୍ରତିଶତରୁ ଅଧିକ । କିପରି ଏହି ଡିଭାଇସ ପ୍ରତ୍ୟେକ ଲୋକ ଓ ପ୍ରତି ହସ୍ପିଟାଲରେ ପହଁଚିବ ସେନେଇ ପାର୍ଥୋ ପ୍ରୟାସ କରୁଛନ୍ତି । ଏହାଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆଉ କେହି ଅଧିକ ସମସ୍ୟାର ସମ୍ନୁଖୀନ ହେବେ ନାହିଁ ।

ସୂଚନାଯୋଗ୍ୟ, କରୋନା ଭାଇରସର ଆତଙ୍କ ଏବେବି ଜାରି ରହିଛି । ଦ୍ୱିତୀୟ ଲହରର ଭୟଙ୍କର ପରିଣାମ ଦେଶ ସାମ୍ନା କରୁଛି । ଏବେବି ଦୈନିକ ଦେଶରେ ୬୦ ହଜାରରୁ ଅଧିକ କେସ୍ ସାମ୍ନାକୁ ଆସୁଥିବା ବେଳେ ହଜାର ହଜାର ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଅଧିକ ଘାତକ ସାବ୍ୟସ୍ତ ହୋଇଛି ।ଭାଇରସର ନୂଆ ଷ୍ଟ୍ରେନ୍ ପ୍ରଭାବରେ ଶରୀରରେ ଅକ୍ସିଜେନର ମାତ୍ରା କମି ଯାଉଛି । ଏପରିକି ଅନେକ ଆକ୍ରାନ୍ତ ଯେଉଁମାନେ ଉଚ୍ଚ ରକ୍ତଚାପ, ମଧୁମେହ ଆଦି ରୋଗରେ ପୀଡିତ ସେମାନେ ଅଧିକ ସମସ୍ୟାର ସାମ୍ନା କରୁଛନ୍ତି ।

   Related Posts