Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଜମ୍ମୁ-କାଶ୍ମୀରରେ ମୁଣ୍ଡ ଟେକିଲା ଆଉ ଏକ ଆତଙ୍କବାଦୀ ସଙ୍ଗଠନ ଟିଆରଏଫ୍, ହନ୍ଦଓ୍ୱାଡା ଆକ୍ରମଣ ପାଇଁ ନିଜକୁ କଲା ଦାୟୀ

3/05/2020 at 3:54 PM

ଶ୍ରୀନଗର, ୦୩|୦୫  : ଶନିବାର ଜମ୍ମୁ-କାଶ୍ମୀରର କୁପଓ୍ୱାଡା ଜିଲ୍ଲାର ହନ୍ଦଓ୍ୱାଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଲସ୍କର-ଏ-ତୋଏବାର ‘ଦି ରେଜିମେଣ୍ଟ ଫ୍ରଣ୍ଟ୍’ ବା ଟିଆରଏଫ୍ ନିଜକୁ ଦାୟୀ କରିଛି । ଏହି ଆତଙ୍କବାଦୀ ସଙ୍ଗଠନ ସହ ଗୁଳି ବିନିମୟରେ ସେନାର ୨ ଅଧିକାରୀଙ୍କ ସମେତ ୫ ଜଣ ସହିଦ ହୋଇଛନ୍ତି ।

ବର୍ତ୍ତମାନ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ସଙ୍ଗଠନ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି । ଗତ କିଛିଦିନ ଧରି ସେନାର ଲଗାତାର ଅପରେସନରେ ଅନେକ ଆତଙ୍କବାଦୀ ଏପରି କି କିଛି କମାଣ୍ଡର ମଧ୍ୟ ନିହତ ହୋଇଥିଲେ । ତେଣୁ ସଙ୍ଗଠନ ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲା । ଏପରିକି କିଛି ଆତଙ୍କବାଦୀ ସଙ୍ଗଠନ ମଧ୍ୟ ନିଜ ନିଜ ଭିତରେ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି । ତେବେ ଲସ୍କର-ଏ-ତୋଏବାର ଟିଆରଏଫ୍ ହିଜିବୁଲ ମୁଜାହୁଦ୍ଦୀନକୁ ଦୁର୍ବଳ କରିବାକୁ ଚାହୁଁଛି । ହିଜବୁଲକୁ ମାତ୍ ଦେବା ପାଇଁ ଟିଆରଏଫ୍ ନିଜକୁ ଏହି ଆକ୍ରମଣ ପାଇଁ ଦାୟୀ କରିଛି ।

ସୂଚନାଯୋଗ୍ୟ, ଉତ୍ତର କାଶ୍ମୀରର କୁପଓ୍ୱାଡା ଜିଲ୍ଲାର ହନ୍ଦଓ୍ୱାଡା ଚାଞ୍ଜମୁଲ୍ଲା ଅଞ୍ଚଳରେ ଶନିବାର ଏକ ଘରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ମିଳିଥିଲା । ଏପରିକି ସେମାନେ କିଛି ନାଗରିକଙ୍କୁ ବନ୍ଧକ ମଧ୍ୟ କରି ରଖିଥିଲେ । ଏହା ପରେ  ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ନିଜକୁ ବିପଦରେ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଅପରେସନରେ ଯବାନଙ୍କ ଗୋଟିଏ ଟିମ୍ ବନ୍ଧକଙ୍କୁ ମୁକୁଳାଇଥିବା ବେଳେ ଅନ୍ୟ ଏକ ଟିମ୍ ଆତଙ୍କବାଦୀଙ୍କୁ ପାଲଟା ଜବାବ ଦେଇଥିଲା । ଏଥିରେ କର୍ଣ୍ଣଲ  ଆଶୁତୋଷ ଶର୍ମା ମେଜର ଅନୁଜଙ୍କ ସମେତ ଆହୁରି ୩ଜଣ ଯବାନ ସହିଦ ହୋଇଥିଲେ ।  

   Related Posts