କମିବ ହାତୀ ମଣିଷ ଲଢେଇ – ହାତୀଙ୍କ ଭାଷା ବୁଝିବା ପାଇଁ ବ୍ୟବହାର କରାଯିବ ଏହି ନୂଆ ଟେକ୍ନୋଲୋଜି

Published By : Prameya-News7 Bureau | December 12, 2019 IST

ଭୁବନେଶ୍ୱର ୧୨।୧୨ -  ହାତୀ ସୁରକ୍ଷା ଲାଗି ନିଆଯିବ ନୂଆ ପଦକ୍ଷେପ । ମଣିଷ ଓ ହାତୀ ଲଢେଇ କମାଇବା ସହିତ ହାତୀ ମାନଙ୍କର ଗତିବିଧି ଜାଣିବା ଲାଗି ଟେକ୍ନୋଲୋଜିର ବ୍ୟବହାର ହେବ । ହାତୀମାନଙ୍କର ଭାଷା ବୁଝିବା ଲାଗି ଆଇଆଇଟି ଭୁବନେଶ୍ବର ସହ ହୋଇଛି ଆଲୋଚନା ହୋଇଛି । ଘର ଓ ଧନ ଜୀବନ ନଷ୍ଟ କରୁଥିବା ୩ଟି ଦୁର୍ଦ୍ଦାନ୍ତ ହାତୀ ବେକରେ ରେଡିଓ କଲାର୍‌ ଲାଗାଇବାକୁ ନିଷ୍ପତ୍ତି ହୋଇଛି ।ଏହାସହ ଦକ୍ଷିଣ ଓଡିଶାରେ ନୂଆ ହସ୍ତୀ ଅଭୟାରଣ୍ୟ କରିବାକୁ ଯୋଜନା କରିଛନ୍ତି ସରକାର ।

{"id":196833,"width":576,"height":385,"sizeSlug":"large"}

  ଗଜରାଜଙ୍କର ଭାଷା ବୁଝିବ ମଣିଷ । ହାତୀଙ୍କ ଗତି ବିଧି ଜାଣିବାକୁ ନୂଆ ଟେକ୍ନୋଲୋଜି ବ୍ୟବହାର ହେବ । ସେମାନଙ୍କ ଭାଷା ଜାଣିବାକୁ ପ୍ରସ୍ତୁତ ହେବ ଇନଫ୍ରାରେଞ୍ଜ ଯନ୍ତ୍ର ।ଏହାଦ୍ବାରା ୪ କିଲୋମିଟର ଦୂରରୁ ସେମାନଙ୍କ ଗତିବିଧି ସଂପର୍କରେ ଜଣାପଡିବ ।ଏନେଇ ଆଇଆଇଟି ଭୁବନେଶ୍ବର ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାର । ଏହା ଲାଗୁ ହେଲେ ହାତୀ ମାନଙ୍କର ଗତିବିଧି ସଂପର୍କରେ ଆଗୁଆ ଜଣାପଡିବା ସହ ସେ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ କରାଯାଇ ପାରିବ । ଦୁର୍ଦ୍ଧାନ୍ତ ଜଙ୍ଗଲି ହାତୀ ବେକରେ ରେଡିଓ କଲାର ଲଗାଇବାକୁ ଯୋଜନା କରିଛି ବନ ବିଭାଗ ।ପ୍ରଥମ ପର୍ଯ୍ୟାୟରେ ଆଠମଲ୍ଲିକ, ଢେଙ୍କାନାଳ ଓ ଦେବଗଡ଼ ରେଞ୍ଜର ୩ଟି ହାତୀ ବେକରେ ରେଡିଓ କଲାର୍‌ ଲଗାଇବାକୁ ସ୍ଥିର ହୋଇଛି ।…

{"id":196834,"width":577,"height":326,"sizeSlug":"large"}

ରାଜ୍ୟରେ ଏବେ ୧୯୭୬ଟି ହାତୀ ଅଛନ୍ତି । ହାତୀ ସଂଖ୍ୟା ବଢିବା ଦିଗରେ ଧ୍ୟାନ ନଦେଇ ସରକାର ହାତୀ- ମଣିଷ ଲଢେଇରେ କିଭଳି ଧନ ଜୀବନ କ୍ଷତି ନହୁଏ ତା ଉପରେ ଦୃଷ୍ଟି ଦେବାକୁ ବିଶେଷଜ୍ଞ ମାନେ କହିଛନ୍ତି ।ହାତୀଙ୍କ ଜୀବନ ପ୍ରତି ସବୁଠୁ ବଡ଼ ବିପଦ ହେଉଚି ଟ୍ରେନ ଧକ୍କା ଓ ବିଦ୍ୟୁତ ଆଘାତ । ରାଜ୍ୟରେ ଏବେ ୩ଟି ହାତୀ ଅଭାୟରଣ୍ୟ ଥିବା ବେଳେ ଦକ୍ଷିଣ ଓଡ଼ିଶାରେ କନ୍ଧମାଳ ଓ ବ୍ରହ୍ମପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ହାତୀ ଅଭୟାରଣ୍ୟ କରିବାକୁ ସରକାରୀ ଯୋଜନା ରହିଛି ।…

{"id":196835,"sizeSlug":"large"}

୧୯୯୦ରୁ ୨୦୧୯ ଭିତରେ ରାଜ୍ୟରେ ପାଖାପାଖି ୧୫ ଶହ ହାତୀଙ୍କର ଭିନ୍ନ ଭିନ୍ନ କାରଣରୁ ମୃତ୍ୟୁ ଘଟିଛି ।ଅନେକ ଲୋକଙ୍କର ମଧ୍ୟ ଏଥିରେ ଜୀବନ ଯାଇଛି ।ତେବେ ନୂଆ ଟେକ୍ନୋଲୋଜି ଦ୍ବାରା ଏହାକୁ ରୋକାଯାଇପାରିବ ବୋଲି ଆଶା।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.