କମ ବଜେଟର ଆଉ ଏକ କାର ଭାରତରେ ହେଲା ଲଂଚ, ଜାଣନ୍ତୁ ଏହାର ଫିଚର

Published By : Prameya-News7 Bureau | October 05, 2019 IST

ଟାଟା ମୋଟର୍ସ ଭାରତରେ ନିଜର ସବୁଠୁ ସସ୍ତା କାର ଟିୟାଗୋର ନୂଆ ଏଡିଶନ ଲଂଚ କରିଛି। ପୂଜାର ଉତ୍ସବ ମାହୋଲରେ ଟାଟା ମୋଟର୍ସ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ନୂଆ ଭେରିଏଣ୍ଟ ଲଂଚ କରିଛି। ଏହି ନୂଆ ବିଜ୍‌ ଏଡିଶନର ଦାମ ମାତ୍ର ୫.୩୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।

{"id":166506,"width":567,"height":380}

ଏହି ନୂଆ ଏଡିଶନରେ କେବଳ କସମେଟିକ୍‌ ପରିବର୍ତ୍ତନ କରାଯାଇଛି। ହେଲେ କାର ଇଂଜିନରେ କୌଣସି ପରବର୍ତ୍ତନ କରାଯାଇନାହିଁ। ଏହି କାରରେ ୧.୨ ଲିଟରର ପେଟ୍ରୋଲ ଇଂଜିନ ଦିଆଯାଇଛି। ଯାହା ୮୫ ପିଏସର ପାୱାର ୧୧୪ ନ୍ୟୁଟନ ମିଟର ଟର୍କ ପ୍ରଦାନ କରିବ।

{"id":166507}

ଏହି କାରର ନୂଆ ଏଡିଶନ କେବଳ ଏହି ଇଂଜିନ ଓ ଟ୍ରାନ୍ସମିଶନ ସହ ଉପଲବ୍ଧ ଅଛି। ଏହି କାରର ଏକ୍ସଟିରିଅର ବିଶେଷତ୍ବ ଅନୁସାରେ ଏଥିରେ କମଳା ରଂଗର ହାଲ୍କା ହାଇଲାଇଟ୍‌ ଦେଖିବାକୁ ମିଳିବ।  ଏହି ହାଇଲାଇଟ୍‌ କାରର ଗ୍ରିଲରୁ ନେଇ ରିୟର ଭ୍ୟୁ ମିରର ଯାଏଁ ଦେଖିବାକୁ ମିଳିବ। ଏହା ସହ ଟିୟାଗୋର ବିଜ ଏଡିଶନରେ ନୂଆ ଡିଜାଇନର ଏଲୟ ହୁଇଲ୍ସ ମଧ୍ୟ ବ୍ୟବହାର କରାଯାଇଛି।

{"id":166508,"width":574,"height":383}

କାରର ଇଣ୍ଟେରିଅର ଅନୁସାରେ ଏଥିରେ କେବଳ ସିଟ କଭର ଓ ଡୋର ହେଣ୍ଡଲରେ ପରିବର୍ତ୍ତନ କରାଯାଇଛି। କାରର ସିଟ କଭରରେ ନୂଆ ଡିଜାଇନର ସିଲେଇ ମଧ୍ୟ ହୋଇଛି। ଏହା ନୂଆ କାରକୁ ଏକ ପ୍ରିମିଅମ ଲୁକ୍ ଦେଉଛି। ଏହା ବ୍ୟତୀତ କାରର ଅନ୍ୟାନ୍ୟ ଜିନିଷ ଏବେର ଟିୟାଗୋ ମଡେଲ ସହ ସମାନ ରହିଛି।

{"id":166510}

ପୂର୍ବ ମଡେଲ ଭଳି ଏହି ଗାଡିରେ ମଧ୍ୟ ସୁରକ୍ଷା ଉପରେ ଭରପୁର ଧ୍ୟାନ ଦିଆଯାଇଛି। ନୂଆ ମଡେଲରେ ଡୁଆଲ ଏୟାରବ୍ୟାଗ, ରିଅର ପାର୍କିଂ ସେନ୍ସର, ଏବିଏସ ଓ ଇବିଡିର ସୁବିଧା ରହିଛି। ଭାରତରେ ଏହି କାରର ମୁକାବିଲା ନିକଟରେ ଲଂଚ ହୋଇଥିବା ରେନୋ କୁଇଡ୍‌ ଓ ମାରୁତୀ ସୁଜୁକି ଏସ-ପ୍ରେସୋ ସହ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.