TRAI ର ନୂଆ ତାରିଫ୍ ଅର୍ଡର୍ : ବନ୍ଦ୍ ହୋଇଯିବ ୧୦୦ ରୁ ଅଧିକ ଟିଭି ଚାନେଲ୍ !

Published By : Prameya-News7 Bureau | July 27, 2020 IST

ନୂଆଦିଲ୍ଲୀ ୨୭/୦୭ : ଟିଭି ବ୍ରଡକାଷ୍ଟରଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି | ଦୂରସଞ୍ଚାର (TRAI) ନିୟାମକଙ୍କ ଗୋଟିଏ ଆଦେଶ ଯୋଗୁଁ ବ୍ରଡକାଷ୍ଟର ଚିନ୍ତିତ ହୋଇପଡିଛନ୍ତି | ନୂଆ ତାରିଫ ଆଦେଶ ତୁରନ୍ତ ପାଳନ କରିବାକୁ TRAI ନିର୍ଦେଶ ଦେଇଛି | ହଠାତ ନିଆଯାଇଥିବା ଏହି ପଦକ୍ଷେପ ଯୋଗୁଁ ଅନେକ ଚାନେଲ ବନ୍ଦ ହୋଇଯିବାର ଆଶଙ୍କା କରିଛନ୍ତି ବ୍ରଡକାଷ୍ଟର | ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ମେ ମାସରେ ଆଇବିଏଫ ସଦସ୍ୟଙ୍କ ସହିତ ବୈଠକ କରିଥିଲେ | ବର୍ତ୍ତମାନ ଏନଟିଓ ୨.୦ ଜାରି କରାଯିବ ନାହିଁ ବୋଲି ସେ କହିଥିଲେ | କିନ୍ତୁ ତା ସତ୍ତ୍ୱେ ନିର୍ଦେଶ ଜାରି କରିଛନ୍ତି | 

ପ୍ରସାରନକର୍ତ୍ତା କହିଛନ୍ତି ଯେ, ଏନଟିଓ ୨.୦ ଯୋଗୁଁ ସେମାନଙ୍କ ଚାନେଲ ଦାମ ନିର୍ଣ୍ଣୟ କରିବା କ୍ଷମତା ଉପରେ ପ୍ରଭାବ ପଡିବ | TRAI ସମସ୍ତ ଚାନେଲର ଏମଆରପି ସର୍ବାଧିକ ୧୨ ଟଙ୍କା ନିର୍ଧାରିତ କରିଛନ୍ତି | ଏହା ଉପରେ ଚାନେଲ ବକେଟ ଉପରେ ରିହାତି ସୀମା ମଧ୍ୟ ୩୩ ପ୍ରତିଶତ ନିର୍ଧାରିତ କରିଛନ୍ତି | ଷ୍ଟାର ଓ ଡିଜ୍ନି ଇଣ୍ଡିଆର ଚେୟାରମ୍ୟାନ ଉଦୟ ଶଙ୍କର ଓ ଜି ଏଣ୍ଟରଟେନମେଣ୍ଟର ଏମଡି ତଥା ସିଇଓ ପୁନିତ ଗୋଏଙ୍କା ଇଟିକୁ ଅଲଗା ଅଲଗା ଭାବେ କହିଛନ୍ତି ଯେ ଏନଟିଓ ୨.୦ ଲାଗୁ ହେବାପରେ ଆଗାମୀ କିଛି ବର୍ଷରେ ୧୦୦-୧୫୦ ଚାନେଲ ବନ୍ଦ ହୋଇପାରେ | ସେ କହିଛନ୍ତି ଯେ ନୂଆ ତାରିଫ ଅର୍ଡର ଅନୁଯାୟୀ ଯେଉଁ ଚାନେଲ ଅଧିକ ଲୋକ ଦେଖୁନାହାନ୍ତି କିମ୍ବା ଯେଉଁସବୁ ଚାନେଲର ପହଞ୍ଚ ବେଶୀ ନୁହେଁ ସେସବୁକୁ ମୋନେଟାଇଜ କରାଯାଇପାରିବ ନାହିଁ | ସେସବୁକୁ ପୋର୍ଟଫୋଲିଓ ବେନିଫିଟ କିମ୍ବା ବକେଟ ଆଡ଼ଭାଣ୍ଟେଟେଜ ମିଳିପାରେ | ଏମିତି ଅନେକ ଚାନେଲ ରହିଛି ଯାହା ଆଗାମୀ କିଛି ବର୍ଷ ମଧ୍ୟରେ ବନ୍ଦ ହୋଇଯିବ |  TRAI ର ପଦକ୍ଷେପ ପରେ ୧୦୦ ରୁ ଅଧିକ ଚାନେଲ ବନ୍ଦ ହୋଇଯିବ | କାରଣ ଏହିସବୁ ଚାନେଲ ଚଲାଇବା ଆର୍ଥିକ ରୂପେ ଲାଭଦାୟକ ନୁହେଁ |

{"id":306153,"sizeSlug":"large"}

ଶଙ୍କର କହିଛନ୍ତି ଯେ ଯେଉଁସବୁ ଚାନେଲ ଲୋକପ୍ରିୟ ନୁହେଁ, କିମ୍ବା ଯେଉଁସବୁ ଚାନେଲ ଅଧିକ ଲୋକ ଦେଖୁ ନାହାନ୍ତି ସେମାନେ ବିଜ୍ଞାପନ ପାଆନ୍ତିନାହିଁ | ଏହିଭଳି ସ୍ଥିତିରେ ଚାନେଲକୁ ଛିଡା ରହିବା ପାଇଁ ଏକମାତ୍ର ରାସ୍ତା ହେଲା ସବସ୍କ୍ରିପସନ ରେଭେନ୍ୟୁ | ଏନଟିଓ କାରଣରୁ ଏହା କଠିନ ହୋଇଗଲାଣି | ସେଥିପାଇଁ ଅନେକ ଚାନେଲ ବନ୍ଦ ହୋଇଯିବାର ସମ୍ଭାବନା ରହିଛି | ଏହାର ପ୍ରଭାବ କେବଳ ଇଂରାଜୀ ଚାନେଲ ନୁହେଁ ବରଂ ସ୍ଥାନୀୟ ଚାନେଲ ଉପରେ ମଧ୍ୟ ପଡିବ |

ଗୋଏଙ୍କା କହିଛନ୍ତି ଯେ ଯଦି ନିୟମ ଲାଗୁ ହୁଏ ତାହେଲେ ଅତିକମରେ ୧୦୦-୧୫୦ ଚାନେଲ ବନ୍ଦ ହୋଇଯିବ | କାରଣ ଏହିସବୁ ଚାନେଲ ଲୋକେ ପସନ୍ଦ କରୁନାହାନ୍ତି | TRAI ଜାନୁଆରୀ ୧ ତାରିଖରେ ନୂଆ ତାରିଫ ଅର୍ଡର ନୋଟିଫାଏ କରିଥିଲା | ଯାହାକୁ ନେଇ ଟପ ଟିଭି ବ୍ରଡକାଷ୍ଟର, ଇଣ୍ଡିଆନ ବ୍ରଡ଼କାଷ୍ଟିଙ୍ଗ ଫାଉଣ୍ଡେସନ ଏବଂ ଫିଲ୍ମ ଆଣ୍ଡ ଟିଭି ପ୍ରଡ୍ୟୁସର୍ସ ଗିଲ୍ଡ ଅଫ ଇଣ୍ଡିଆ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି | କୋର୍ଟ ଏହି ମାମଲାରେ ଶୁଣାଣି ପୁରା କରି ନିଷ୍ପତ୍ତି ସୁରକ୍ଷିତ କରିଥିଲେ | ଅଦାଲତ ବ୍ରଡ଼କାଷ୍ଟରଙ୍କୁ କୌଣସି ଅନ୍ତରୀଣ ଆଶ୍ବସ୍ତି ଦେଇନାହାନ୍ତି | ଜୁଲାଇ ୨୪ ତାରିଖରେ TRAI ପ୍ରସାରନକର୍ତ୍ତାଙ୍କୁ ନିଜର ରେଫରେନ୍ସ ଇଣ୍ଟରକନେକ୍ଟ ଅଫର ବଦଳାଇବାକୁ କହିଛନ୍ତି | ଅଗଷ୍ଟ ୧୦ ତାରିଖ ସୁଦ୍ଧା ଏହାକୁ ନିଜ ୱେବସାଇଟରେ ପବ୍ଲିସ କରିବାକୁ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.