ବିଶ୍ୱକୁ ବଞ୍ଚାଇବା ପାଇଁ ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି ନୂଆ ସିଷ୍ଟମ-୯୦ ପ୍ରତିଶତ କମିବ ଧୂଆଁ

Published By : Prameya-News7 Bureau | December 26, 2019 IST

ନୂଆଦିଲ୍ଲୀ ୨୬।୧୨ - ବିଶ୍ବବ୍ୟାପୀ ଯେତିକି ଗାଡ଼ି ମଟର ଚାଲୁଛି ସେଥିରୁ ବାହାରୁଥିବା ଧୂଆଁ ଏବେ ପୃଥିବୀ ପାଇଁ ବିପଦ ସୃଷ୍ଟି କରିବାରେ ଲାଗିଲାଣି। ଜଳବାୟୁ ପରିବର୍ତ୍ତନର ଏକ ବଡ଼ କାରଣ ଏହି ଗାଡ଼ି ଧୂଆଁ ବୋଲି କୁହାଯାଉଛି। ତେବେ ଖୁସିର କଥା ବୈଜ୍ଞାନିକମାନେ ଏକ ସିଷ୍ଟମ ତିଆରି କରିଛନ୍ତି ଯାହାକି ଟ୍ରକ କିମ୍ବା ବସ୍‌ରେ ଲଗାଇଲେ ଏହା ଧୂଆଁକୁ ୯୦ ପ୍ରତିଶତ କମାଇଦେବ।

{"id":203018,"sizeSlug":"large"}

ଗାଡ଼ି ମଟର ଧୂଆଁ ହିଁ ବାୟୁମଣ୍ଡଳରେ ବିଷ ହେଉଛି। ନାନା ରୋଗ ନାନା ବିପଦ ଏହି ଗାଡ଼ି ଧୂଆଁରୁ ଆସୁଛି। ବିଶ୍ବରେ ଯେତିକି ଅଙ୍ଗାରକାମ୍ଲ ବାଷ୍ପ ବାହାରୁଛି ସେଥିରୁ ୩୦ ପ୍ରତିଶତ କେବଳ ଗାଡ଼ିମଟରରୁ ହିଁ ବାହାରୁଛି।

{"id":203019,"sizeSlug":"large"}

ଏବେ ଅବଶ୍ୟ ଇଲେକ୍ଟ୍ରିକ ଗାଡ଼ି ଏ ଦିଗରେ ଏକ ନୂଆ ବିପ୍ଲବ ଆଣୁଛି, ଯେଉଁଥିରୁ ଗାଡ଼ିଧୂଆଁ ବହୁ ପରିମାଣରେ କମିଯିବ। କିନ୍ତୁ ବଡ଼ବଡ଼ ଟ୍ରକବସ ଏବେବି ଏହି ବ୍ୟବସ୍ଥାରୁ ଦୂରରେ ରହିଛି। ତେବେ ବୈଜ୍ଞାନିକମାନେ ଏକ ମେଥଡ ତିଆରି କରିଛନ୍ତି ଯେଉଁଥିରେ ଟ୍ରକ ବସ୍‌ ଧୂଆଁ ୯୦ ପ୍ରତିଶତ କମିଯିବ। ଗାଡ଼ିରେ ଏହି ସିଷ୍ଟମ ଲଗାଯିବ ।

{"id":203020,"sizeSlug":"large"}

 ଏହା ଗାଡ଼ିର ଧୂଆଁକୁ ଶୋଷି ନେବ ଏବଂ ଏହାକୁ ଲିକ୍ବି଼ଡ କାର୍ବନ ଡାୟୋକ୍ସାଇଡ କରିଦେବ। ଏବଂ ଏହି ତରଳ କାର୍ବନ ଡାୟୋକ୍ସାଇଡ ଗାଡ଼ିରେ ସଞ୍ଚିତ ରହିବ।

{"id":203021,"sizeSlug":"large"}

ପରେ ଏହାକୁ ସର୍ଭିସ ଷ୍ଟେସନରେ ଡିପୋଜିଟ କରିଲେ ଏଥିରୁ ମଧ୍ୟ ଶକ୍ତି ଉତ୍ପାଦନ କରିହେବ। ସ୍ବିଜରଲ୍ୟାଣ୍ଡର ଇପିଏଫଏଲ ଏହି ବ୍ୟବସ୍ଥାକୁ ପ୍ରସ୍ତୁତ କରୁଛି।

{"id":203022,"sizeSlug":"large"}

ଖୁବ୍‌ ଶୀଘ୍ର ଏହା ବ୍ୟବହାର ଉପଯୋଗୀ ହେବ। ଏବଂ ଏହାଦ୍ବାରା ସାଧାରଣ ଇନ୍ଧନକୁ ଅଧିକମାତ୍ରାରେ ବ୍ୟବହାର କରାଯିବା ସହିତ ପ୍ରଦୂଷଣ ବହୁ ପରିମାଣରେ କମ କରାଯାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.