Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କରୋନାର ଏହି ନୂଆ ଲକ୍ଷଣ ଆବିଷ୍କାର କଲେ ୟୁରୋପ ଡାକ୍ତର

17/04/2020 at 7:55 AM

ବ୍ରୁସେଲ୍ସ ୧୭।୪: ଏବେ ପର୍ଯ୍ୟନ୍ତ କରୋନା ଭାଇରସର ଲକ୍ଷଣ ଥିଲା କାଶ, ଜ୍ବର, ଥକାପଣ, ଫ୍ଲୁ, ଥଣ୍ଡା କିମ୍ବା କିଛି ଆଲର୍ଜି । କିନ୍ତୁ ବର୍ତ୍ତମାନ ୟୁରୋପର ଡାକ୍ତରମାନେ ଚିକିତ୍ସିତ ହେଉଥିବା କରୋନା ରୋଗୀମାନଙ୍କଠାରେ କରୋନା ଭାଇରସର ନୂଆ ଲକ୍ଷଣ ଦେଖିଛନ୍ତି । ସାଧାରଣ ଲକ୍ଷଣ ବ୍ୟତୀତ ଡାକ୍ତରମାନେ କହିଥିଲେ ଯେ କରୋନା ଭାଇରସରେ ପୀଡିତ ବ୍ୟକ୍ତିଙ୍କର ସୁଗନ୍ଧ ବାରିବାର କ୍ଷମତା ହ୍ରାସ ପାଇଥାଏ କିମ୍ବା ହରାଇଥାନ୍ତି ।  କିନ୍ତୁ ନୂଆ ଲକ୍ଷଣ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ଭୟଙ୍କର ଅଟେ ।

ୟୁରୋପୀୟ ଡାକ୍ତରମାନେ ଏଠାରେ ଚିକିତ୍ସିତ ହେଉଥିବା କରୋନା ପୀଡିତ ରୋଗୀଙ୍କ ଗୋଡରେ ଛୋଟ କ୍ଷତ ଆବିଷ୍କାର କରିଛନ୍ତି । ଡାକ୍ତରମାନେ କହିଛନ୍ତି ଯେ ୟୁରୋପରେ ଭର୍ତ୍ତି ହୋଇଥିବା ଅଧିକାଂଶ ରୋଗୀଙ୍କ ପାଦରେ ଏହି ଛୋଟ କ୍ଷତ ଦେଖିବାକୁ ମିଳିଛି ।କରୋନା ରୋଗୀଙ୍କ ଆଙ୍ଗୁଠି ଉପରେ କିମ୍ବା ଆଙ୍ଗୁଠି ମଝିରେ ଅଥବା ପାଦ ତଳେ ଛୋଟ ଛୋଟ ଲାଲ ଏବଂ ଗୋଲାପୀ ରଙ୍ଗର କ୍ଷତ ଦେଖିବାକୁ ମିଳିଛି । ଏହି କ୍ଷତ ରୋଗୀ ଭଲ ହେବା ପରେ ଏହା ଆପେ ଆପେ ଗାଏବ ହୋଇଯାଉଛି ।

ସ୍ପେନର ଏକ ଡାକ୍ତରୀ ଟିମ୍ ଜେନେରାଲ୍ କାଉନସିଲ୍ ଅଫ୍ କଲେଜ୍ ଅଫ୍ ପୋଡିଏଷ୍ଟ୍ରିଷ୍ଟ୍ (CGCOP) ଏହା କରୋନା ଭାଇରସର ଏକ ପ୍ରମୁଖ ସଙ୍କେତ ବୋଲି କହିଛି । ରୋଗ ଆରମ୍ଭ ହେବା ପୂର୍ବରୁ ଏହାକୁ ଏକ ପ୍ରମୁଖ ଲକ୍ଷଣ ଭାବରେ ଦେଖାଯାଇପାରେ ।

CGCOP ର ଡାକ୍ତରମାନେ କହିଛନ୍ତି ଯେ ଯଦି ପାଦରେ ଛୋଟ ଲାଲ କିମ୍ବା ଗୋଲାପୀ କ୍ଷତ ଦେଖାଯିବା ଆରମ୍ଭ କରେ, ତେବେ ଏହା ବୁଝିବା ଉଚିତ୍ ଯେ କରୋନା ଭାଇରସ୍ ଆକ୍ରମଣ କରିବାକୁ ଯାଉଛି । କିଛି ସମୟ ପରେ, ସେହି ସମସ୍ତ ଲକ୍ଷଣ କରୋନା ଭାଇରସ୍ ସଂକ୍ରମଣରେ ଦେଖାଯିବା ଆରମ୍ଭ କରିବ ।

ୟୁରୋପର ଡାକ୍ତରଙ୍କ ଦ୍ବାରା ଆବିଷ୍କୃତ ହୋଇଥିବା ଏହି ନୂତନ ଲକ୍ଷଣ ମେଡିକାଲ୍ କର୍ମଚାରୀଙ୍କ ପାଇଁ ଏକ ବରଦାନ ହୋଇପାରେ । CGCOP କହିଛି ଯେ ଏହି ଲକ୍ଷଣ ବିଷୟରେ ସମଗ୍ର ବିଶ୍ବ ଜାଣୁ । ଯାହାଦ୍ବାରା ସାରା ବିଶ୍ବର ଡାକ୍ତରମାନେ କାଶ, ଜ୍ବର ଏବଂ ଶ୍ବାସକ୍ରିୟାରେ ସମସ୍ୟା ଲକ୍ଷଣରେ ସୀମିତ ରହିବା ଉଚିତ୍ ନୁହେଁ ।

CGCOP କହିଛି ଯେ ଆମକୁ ଏହି ଲକ୍ଷଣ ୟୁରୋପରେ ଅଧିକାଂଶ ଦେଖିବାକୁ ମିଳିଛି । ଯେଉଁମାନଙ୍କଠାର ଏହି ଲକ୍ଷଣ ଦେଖାଦେଉଛି ସେମାନେ ସଂପୂର୍ଣ୍ଣ ଭାବେ କରୋନା ଭାଇରସ୍ ଦ୍ବାରା ପୀଡିତ । ବର୍ତ୍ତମାନ ସ୍ପେନ ସମେତ ୟୁରୋପର ଅନ୍ୟ ଡାକ୍ତରମାନେ ମନୁଷ୍ୟ ଶରୀର ଉପରେ କରୋନା ଭାଇରସର ପ୍ରଭାବ ଏବଂ ଲକ୍ଷଣ ଖୋଜୁଛନ୍ତି ।

ସୂଚନାଯୋଗ୍ୟ ଯେ, ସ୍ପେନର ୧.୮୨ ଲକ୍ଷରୁ ଅଧିକ ଲୋକ କରୋନା ଦ୍ବାରା ପୀଡିତ ଅଛନ୍ତି । ୧୯ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ।

   Related Posts