Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ପୂର୍ବ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ସୋଆ କ୍ୟୁଏସ ଆଇ-ଗଜ୍ ଡାଇମଣ୍ଡ ୟୁନିଭର୍ସିଟି ରେଟିଂରେ ପାଇଲା ସ୍ଥାନ

30/07/2020 at 6:11 PM

ଆଉ ଏକ ସଫଳତା ସାଉଁଟିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସଟି) । କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ ଡାଇମଣ୍ଡ ୟୁନିଭର୍ସିଟି ରେଟିଂ ହାସଲ କରିଛି ସୋଆ । ଏହି ସଫଳତା ହାସଲ କରିବା ପରେ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ କୁହାଯାଇଛି ଯେ ଡାଇମଣ୍ଡ ରେଟିଂ ହାସଲ କରିବା ନେଇ ସୋଆ ଅଭୁତପୂର୍ବ ପାରଦର୍ଶିତା ପ୍ରଦର୍ଶନ କରିଛି । ପୂର୍ବ ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସଫଳତା ହାସଲ କରିଛି ସୋଆ ।

ଏହି ରେଟିଂର ପ୍ରାଥମିକ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷା ପ୍ରଦାନ ଏବଂ ଶିକ୍ଷା ଗ୍ରହଣ, ଗବେଷଣା, ସାମାଜିକ ଦାୟିତ୍ୱ, ଫ୍ୟାକଲ୍ଟିମାନଙ୍କ ଗୁଣବତା, ଛାତ୍ରଛାତ୍ରୀମାନଙ୍କର ନିଯୁକ୍ତି ନିମନ୍ତେ ଯୋଗ୍ୟତା ଓ ଉପଲବ୍ଧ ସୁବିଧା ସୁଯୋଗ ଇତ୍ୟାଦିର ମୂଲ୍ୟାୟନ କରାଯାଇଥିବା ବେଳେ ବିଶ୍ୱବିଦ୍ୟାଳୟର ପ୍ରଦର୍ଶନ ରହିଥିଲା । ଏହି ସମସ୍ତ ମାପଦଣ୍ଡକୁ ନେଇ ସୋଆ ଡାଇମଣ୍ଡ ରେଟିଂ ହାସଲ କରିଛି ବୋଲି କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ କୁହାଯାଇଛି ।

ଉନ୍ନତମାନର ଗୁଣବତା ଏବଂ ଉଚ୍ଚ ପାରଦର୍ଶିତାକୁ ନେଇ ସୋଆ କ୍ୟୁଏସ୍ ଆଇ-ଗଜ୍ ରେଟିଂରେ ପୂର୍ବ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଡାଇମଣ୍ଡ ରେଟିଂ ହାସଲ କରିଥିବାରୁ ଏହି ସଫଳତା ପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତଏବଂ ସୋଆକୁ ଶୁଭେଚ୍ଛା ଜଣାଉଛି ବୋଲି କହିଛନ୍ତି କ୍ୟୁଏସ୍ ଆଇ-ଗଜ୍‌ର କ୍ଲାଏଂଟ ରିଲେସନ୍‌ସ ନିର୍ଦ୍ଦେଶକ ଶ୍ରୀ ଶୁଭାୟୁ ନାଏକ ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍‌
ଫ୍ରେମୱାର୍କରେ ଦେଶର ଶ୍ରେଷ୍ଠ ୨୦ତମ ବିଶ୍ୱବିଦ୍ୟାଳୟ ଭାବେ ସୋଆ ସ୍ଥାନୀତ ହୋଇଥିବା ବେଳେ ନ୍ୟାକ୍‌ ଦ୍ୱାରା ଏ ଗ୍ରେଡ୍‌ରେ ସ୍ୱୀକୃତି ପାଇଛି ସୋଆ ।

   Related Posts