Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୈଜ୍ଞାନିକଙ୍କ ଦୃଢୋକ୍ତି- କେବଳ ଏହି ଦୁଇଟି ଜିନିଷ ବ୍ୟବହାରରେ ହିଁ କମିବ କରୋନା ପ୍ରକୋପ

13/05/2020 at 8:22 PM

ନୂଆଦିଲ୍ଲୀ ୧୩।୦୫: ନିକଟରେ ପ୍ରକାଶିତ ଏକ ବୈଜ୍ଞାନିକଙ୍କ ଅଧ୍ୟୟନରେ ଦାବି କରାଯାଇଛି ଯେ, ଏକ ଖାସ୍ ଉପାୟରେ କରୋନା ଭାଇରସ୍‌ର ୮୦ ପ୍ରତିଶତ ପ୍ରକୋପ୍‌କୁ କମ କରି ଦିଆଯାଇ ପାରିବ। ବୈଜ୍ଞାନିକଙ୍କ ଏକ ଅନ୍ତରାଷ୍ଟ୍ରୀୟ ଟିମ୍‌ ଭାଇରସ୍‌ର ମୁକାବିଲା ପାଇଁ ଅନେକ ପ୍ରକାରର ମୋଡେଲ୍‌ ଉପରେ ପ୍ରୟୋଗ କରିଛନ୍ତି। ସେଥି ମଧ୍ୟରୁ ଗୋଟିଏ ପ୍ରୟୋଗ ସେମାନଙ୍କୁ ସବୁଠୁ ଅଧିକ ପ୍ରଭାବିତ କରିଛି। ସଂପ୍ରତି ପୂରା ଦୁନିଆ ଲକ୍‌ଡାଉନ୍‌ ଖୋଲିବା  ଦିଗରେ ଧିରେ ଧିରେ ପାଦ ବଢାଉଛନ୍ତି। ଏମିତି ସମୟରେ ବୈଜ୍ଞାନିକଙ୍କ ଏହି ଦାବି ଲୋକଙ୍କ ଲାଗି ବହୁତ ଫଳପ୍ରଦ ହୋଇପାରେ।

ନୂଆ ତଥ୍ୟ ଅନୁଯାୟୀ, ଇତିହାସ ଓ ବିଜ୍ଞାନ କରୋନା ପ୍ରକୋପକୁ ରୋକିବା ପାଇଁ ଗୋଟିଏ କଥାରେ ସହମତି ପ୍ରକାଶ ପାଇଛି ଏବଂ ତାହା ହେଉଛି ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ପାଳନ କରିବା। NBCର ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଭାଇରସ୍‌ ବିରୋଧରେ ମାସ୍କର ପ୍ରଭାବଶୀଳତା ଉପରେ ବହୁତ ବିତର୍କ ପରେ ଶେଷରେ  ହ୍ଵାଇଟ୍‌ ହାଉସ୍ ନିଜର ସମସ୍ତ କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି। ଅନ୍ୟପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ କାମ କରୁଥିବା ଅନ୍ୟ ସମସ୍ତ ନେତା ପୂର୍ବରୁ ମାସ୍କ ପିନ୍ଧୁଥିଲେ।

କାର୍ଲିଫର୍ଣ୍ଣିଆ ୟୁନିଭର୍ସିଟିର ଅନ୍ତରାଷ୍ଟ୍ରୀୟ କମ୍ପ୍ୟୁଟର ବିଜ୍ଞାନ ସଂସ୍ଥା ଏବଂ ହଂକଂର ବିଜ୍ଞାନ ଓ ପ୍ରଦୌଗିକି ବିଶ୍ଵ ବିଦ୍ୟାଳୟର ରିସର୍ଚ୍ଚ ଓ ବୈଜ୍ଞାନିକ ମୋଡେଲ୍‌ ଉପରେ ଏହି ଅଧ୍ୟୟନ ଆଧାରିତ।  ଅଧ୍ୟୟନର ପ୍ରମୁଖ ଗବେଷକ ଡାକ୍ତର ଡେକାଇ ୟୁଙ୍କ କହିବାନୁଯାୟୀ ମାସ୍କ ବ୍ୟବହାର ବାଧ୍ୟତାମୂଳକ। ଏହା ବିଜ୍ଞାନ ସମ୍ମତ ଆଧାରିତ।

ଅଧ୍ୟୟନ ଅନୁଯାୟୀ, ମାର୍ଚ୍ଚ ୬ ରେ ଜାପାନାରେ କରୋନା ଭୂତାଣୁରେ କେବଳ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହି ଦିନ ଆମେରିକାରେ ୨୧୨୯ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିଲା। ଯାହା  ଜାପାନଠୁ ୧୦ ଗୁଣ ଅଧିକ। ଏବେ ଆମେରିକା ଲକ୍‌ଡାଉନ୍ ଖୋଲିବାକୁ ପ୍ରସ୍ତୁତି କରୁଥିବା ବେଳେ ଜାପାନରେ କେବେ ବି ଏହି ଧରଣର ଲକ୍‌ଡାଉନ୍‌ ଆବଶ୍ୟକ ପଡିନାହିଁ।

ଜାପାନରେ ଏବେ ନୂତନ ସଂକ୍ରମିତ ସଂଖ୍ୟା ମଧ୍ୟ ବହୁତ କମ ଆସୁଛି। କିନ୍ତୁ ଅନ୍ୟପଟେ ପୂରା ଦୁନିଆରେ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବଢି ଚାଲିଛି। କାରଣର ଜାପାନରେ ମାସ୍କ ପିନ୍ଧିବାର  ସଂସ୍କୃତି ପୂର୍ବରୁ ରହିଛି।

ଅର୍ଥଶାସ୍ତ୍ରୀ ତଥା ଏହି ଅଧ୍ୟୟନରେ ସହଯୋଗ କରିଥିବା ପେରିସ୍‌ ଇକୋଲେ ଡେ ଗୁଏରେ କହିଛନ୍ତି, କେବଳ ମାସ୍କ ଓ ସାମାଜିକ ଦୂରତା ହିଁ ଏମିତି ଦୁଇଟି ବିକଳ୍ପ ଯାହା କରୋନାକୁ ରକ୍ଷା କରିବାର ପ୍ରଭାବଶାଳୀ ହୋଇ ପାରିବ। ଯେ ପର୍ଯ୍ୟନ୍ତ କୌଣସି ଭ୍ୟାକସିନ୍‌ କିମ୍ବା ଔଷଧ ଆବିଷ୍କାର ହୋଇ ନାହିଁ ଆମକୁ କରୋନା ସହିତ ଏମିତି ଲଢିବାକୁ ପଡିବ।

ଅନ୍ତରାଷ୍ଟ୍ରୀୟ ପତ୍ରିକା ଭ୍ୟାନିଟି ଫେୟାର ନିଜର ଏକ ଲେଖାରେ ପ୍ରକାଶିତ କରିଛି, ଯେତେ ଦିନ ପର୍ଯ୍ୟନ୍ତ ଭ୍ୟାକସିନ୍ ବାହାରି ନାହିଁ ସେତେ ଦିନ ପର୍ଯ୍ୟନ୍ତ କେବଳ ମାସ୍କ  ହିଁ ଆମକୁ ବଞ୍ଚାଇ ପାରିବ।  

   Related Posts