Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଆନ୍ଧ୍ର ଷ୍ଟ୍ରେନ୍‌ରେ ପ୍ରାଣ ହରାଇଲେ ହାଇଦ୍ରାବାଦ ଫେରନ୍ତା, ବର୍ତ୍ତମାନର ଭାଇରସ ତୁଳନାରେ ଅଧିକ ଘାତକ ଓ ମାରାତ୍ମକ

6/05/2021 at 7:51 AM

ଜଗଦଲପୁର,  ୦୬/୦୫: ଛତିଶଗଡର ଜଗଦଲପୁରରେ ରହୁଥିବା ଜଣେ ୩୫ ବର୍ଷୀୟ ଯୁବକ ଆଇସୋଲେସନ ସେଣ୍ଟରରେ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ଆତଙ୍କ ଖେଳିଯାଇଛି । ହାଇଦ୍ରାବାଦରୁ ଫେରିଥିବା ଏହି ଯୁବକଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଥିଲା । ଗତ ୪ ତାରିଖରେ ସେ ପ୍ରାଣ ହରାଇଛନ୍ତି । ଯୁବକଙ୍କ ମୃତ୍ୟୁ ପରେ ତାଙ୍କର ଟେଷ୍ଟ କରାଯାଇଥିଲା । ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । କିନ୍ତୁ ସବୁଠାରୁ ବଡ କଥା ଏହା ଯେ ତାଙ୍କଠାରେ ଆନ୍ଧ୍ର ଷ୍ଟ୍ରେନ୍ ଚିହ୍ନଟ ହୋଇଛି ।

ସୂଚନାନୁସାରେ, କରୋନାର ଦ୍ୱିତୀୟ ଲହର ବେଳେ ଆନ୍ଧ୍ର ମ୍ୟୁଟାଣ୍ଟର ନୂଆ ଷ୍ଟ୍ରେନ୍ ଚିନ୍ତା ବଢାଇ ଦେଇଛି । ଏହା ବର୍ତ୍ତମାନର ଷ୍ଟ୍ରେନ୍ ଠାରୁ ଅଧିକ ଭୟଙ୍କର ଅଟେ । ଏହି ଷ୍ଟ୍ରେନ୍ ଆନ୍ଧ୍ର, ତେଲେଙ୍ଗାନା ଓ କର୍ଣ୍ଣାଟକରେ କ୍ଷୀପ୍ର ଗତିରେ ବ୍ୟାପୁଛି ।

ଏହାର ପ୍ରଭାବ ବସ୍ତର ଯାଏଁ ପହଁଚି ଯାଇଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଚିନ୍ତିତ ହୋଇ ପଡିଛି । ଏହି ଷ୍ଟ୍ରେନରେ ଆକ୍ରାନ୍ତ ସଂକ୍ରମିତ ହେବାର ୪ ଦିନ ମଧ୍ୟରେ ହାଇପୋକ୍ସିଆ ବା ଡିସପାନିଆର ଶିକାର ହେଉଛନ୍ତି । ଫଳରେ ଶ୍ୱାସକ୍ରିୟା ବାଧାପ୍ରାପ୍ତ ହୁଏ ଓ ଅକ୍ସିଜେନ ଅଭାବରୁ ଆକ୍ରାନ୍ତ ପ୍ରାଣ ହରାଇଥାଏ ।

   Related Posts