Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

କରୋନାକୁ ଚେକ୍ ଦେବାକୁ ଆଉ ଏକ ଏକ୍ସପେରିମେଣ୍ଟ, ମୃତ୍ୟୁହାରକୁ କମାଇପାରେ ଡେକ୍ସାମେଥାସୋନ୍

27/06/2020 at 3:32 PM

ମୁମ୍ବାଇ, ୨୭|୦୬:  ସାରା ବିଶ୍ୱର ବୈଜ୍ଞାନିକ ଏବେ କରୋନା ଭାକସିନ୍ ଓ ଔଷଧର କ୍ଲିନିକାଲ୍ ଟ୍ରାଏଲ୍ କରୁଛନ୍ତି । ଏହା ମଧ୍ୟରେ ଡେକ୍ସାମେଥାସୋନ୍ ନାମକ ଏକ ଷ୍ଟେରଏଡର ସନ୍ଧାନ କରାଯାଇଛି ଯାହା କରୋନା ଆକ୍ରାନ୍ତଙ୍କ ପାଇଁ ସଞ୍ଜୀବନି ସାବ୍ୟସ୍ତ ହେବାରେ ଲାଗିଛି । ଏହାର ପ୍ରୟୋଗରେ ଗୁରୁତର କରୋନା ଆକ୍ରାନ୍ତ ସୁସ୍ଥ ହେବାରେ ଲାଗୁଛନ୍ତି । ଭାରତରେ ଏହାର ପ୍ରୟୋଗ କରାଯିବା ସହ ଏହା ସଫଳ ହୋଇଥିବା ପ୍ରମାଣିତ ହୋଇଛି ।

ମୁମ୍ବାଇ ସ୍ଥିତ ଟେରଟିଆରୀ କେଆର୍ ହସ୍ପିଟାଲର ଡାକ୍ତରଙ୍କ କହିବାନୁସାରେ, ମେଥାଇଲପ୍ରିଡେନିସୋଲୋନ୍ ଯାହା ଶର୍କରାର ଏକ ଉତ୍ପାଦ ପ୍ରାୟ ୭ରୁ ୬ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସଫଳ ସାବ୍ୟସ୍ତ ହୋଇଛି । ଏହାର ପ୍ରୟୋଗ ପରେ କରୋନା ଆକ୍ରାନ୍ତଙ୍କଠାରେ ଦେଖାଯାଉଥିବା ବିଭିନ୍ନ ଲକ୍ଷଣ ହ୍ରାସ ପାଇଥିଲା । ଗ୍ଲୁକୋକୋରଟିକୋଇଡସ୍ କରୋନା ଚିକିତ୍ସାରେ ଫଳପ୍ରଦ ହେଉଛି । ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ।

କୋକିଲାବେନ୍ ଧିରୁବାଇ ଅମ୍ବାନୀ ହସ୍ପିଟାଲର ଡାକ୍ତରଙ୍କ କହିବାନୁସାରେ, ଏହି ମେଥାଇଲପ୍ରିଡେନିସୋଲୋନ୍ ମାର୍ଚ୍ଚରୁ ଏପ୍ରିଲ ମାସ ମଧ୍ୟରେ ୭ ଜଣ ରୋଗୀଙ୍କୁ ପ୍ରଦାନ କରାଯାଇଥିଲା । ଦିନକୁ ୩୦ ଏମଜିର ଦୁଇଟି ଡୋଜ୍ ଆକ୍ରାନ୍ତଙ୍କୁ ପ୍ରଦାନ କରାଯାଇଥିଲା । ଏହାଦ୍ୱାରା ସେମାନଙ୍କ ଶରୀରରେ ଏକ ଖାସ୍ ପ୍ରୋଟିନ୍ ବିକଶିତ ହୋଇଥିଲା । ଯାହା ରୋଗପ୍ରତିରୋଧକ ସକ୍ତି ବୃଦ୍ଧି କରିଥିଲା । କିନ୍ତୁ ଜଣେ ଆକ୍ରାନ୍ତ ପ୍ରାଣ ହରାଇଥିଲେ ।

ଡେକ୍ସାମେଥାସୋନ୍ ଷ୍ଟୋରୋଏଡ୍କୁ ଗତ ସପ୍ତାହରେ ଅକ୍ସଫୋର୍ଡ ୟୁନିଭର୍ସିଟିର ବୈଜ୍ଞାନିକମାନେ ମଧ୍ୟ କରୋନା ଆକ୍ରାନ୍ତଙ୍କଠାରେ କ୍ଲିନିକାଲ ପରୀକ୍ଷଣ କରିଥିବା ଘୋଷଣା କରିଥିଲେ ।ଏହାକୁ ୨୧୦୪ ଆକ୍ରାନ୍ତଙ୍କୁ ପ୍ରଦାନ କରାଯିବା ସହ ସାଧାରଣ ଔଷଧ ଦିଆଯାଉଥିବା ୪୩୨୧ ଆକ୍ରାନ୍ତଙ୍କ ସହ ତୁଳନା କରାଯାଇଥିଲା । ୨୧୦୪ ଆକ୍ରାନ୍ତଙ୍କୁ ଦୈନିକ ୬ଏମଜିର ଡୋଜ୍ ୧୦ ଦିନ ଦିଆଯାଇଥିଲା । ଏହା ସଫଳ ସାବ୍ୟସ୍ତ ହୋଇଥିବା ପ୍ରମାଣ ମିଳିଥିଲା ।

   Related Posts