Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବାଇକରଙ୍କ ଲାଗି ସୁରକ୍ଷା ଫିଚରରେ ଭରପୁର ହେଲମେଟ୍ SA-2 ଲଞ୍ଚ କଲେ ଷ୍ଟିଲବାର୍ଡ, ଜାଣନ୍ତୁ ମୂଲ୍ୟ କେତେ?

23/09/2021 at 9:12 PM

ନୂଆଦିଲ୍ଲୀ ୨୩।୯: ଏସିଆର ବୃହତ୍ତ ହେଲମେଟ୍‌ ନିର୍ମାତା ଷ୍ଟିଲବାର୍ଡ ହାଇ-ଟେକ୍ ଇଣ୍ଡିଆ ବାଇକରଙ୍କ ଲାଗି ସୁରକ୍ଷା ଫିଚରରେ ଭରପୁର ଏକ ନୂଆ ହେଲମେଟ ଏସଏ-୨ ବଜାରକୁ ଛାଡିଛନ୍ତି। ମୋଟରସାଇକେଲ ଓ ଆସୋସରିଜ ଦୋକାନରେ ଏବେ ଏହି ହେଲମେଟ୍ ଉପଲବ୍ଧ ହେଲାଣି। ଏହି ହେଲମେଟ୍ ଯେତିକି ସୁରକ୍ଷିତ ସେତିକି ଷ୍ଟାଇଲିସ ମଧ୍ୟ। କୌଣସି ପରିସ୍ଥିତିରେ ବାଇକରଙ୍କ ମୁଣ୍ଡରେ ଲାଗିବାକୁ ଥିବା ଆଘାତ ପ୍ରତିହତ କରିବାରେ ଏହା ବିଶେଷ ଉପଯୋଗୀ ହେବ ବୋଲି ଷ୍ଟିଲବାର୍ଡ ଆଶାବ୍ୟକ୍ତ କରିଛନ୍ତି।

ବିଆଇଏସଙ୍କ ଦ୍ୱାରା ପ୍ରମାଣିକୃତ ହୋଇଛି ଏସଏ-୨। ଏହା ଛଡା ହେଲମେଟ୍ ଆଇଏସ: ୪୧୫୧:୨୦୧୫ର ମାନକ ମଧ୍ୟ ପୂରଣ କରୁଛି। ଏହି ହେଲମେଣ୍ଟରେ ବାଇକରଙ୍କ ମୁଣ୍ଡକୁ ସୁହାଇବା ଭଳି ଭେଣ୍ଟିଲେସନର ଆବଶ୍ୟକ ବ୍ୟବସ୍ଥା ରହିଛି। ଏହା ଛଡା ହେଲମେଟ ଭିତର ପାର୍ଶ୍ୱରେ ଲଗାଯାଇଥିବା ପ୍ୟାଡିଂ କୁ ବାହାର କରି ଧୋଇ ମଧ୍ୟ ହେବ। ଏଥିରେ ୟୁରୋପ ଷ୍ଟାଣ୍ଡର୍ଡର ଖୁବଶୀଘ୍ର ମୁକ୍ତ ହୋଇପାରୁଥିବା ମେଟାଲିକ ବକଲ ଲଗାଯାଇଛି। ଯାହା କୌଣସି ପରିସ୍ଥିତିରେ ଚାଳକଙ୍କ ମୁଣ୍ଡରୁ ହେଲମେଟକୁ ସହଜରେ ବାହର କରିହେବ।

ହେଲମେଟରେ ଅତ୍ୟାଧୁନିକ ଭାଇସର ବାଇକ ଚାଳନାକୁ ଅଧିକ ସୁରକ୍ଷିତ କରିବା ସହ ଆରାମପ୍ରଦ ମଧ୍ୟ କରିବ। ଥର୍ମୋପ୍ଲାଷ୍ଟିକ ମେଟେରିଆଲରେ ପ୍ରସ୍ତୁତ ଏହି ହେଲମେଟ୍ ଅଧିକ ପ୍ରତିକ୍ରିୟାଶୀଳ। ଭାରତରେ ଏହାର ୩ଟି ସାଇଜରେ ଉପଲବ୍ଧ ହେଉଥିବା ବେଳେ ମଧ୍ୟମ, ଲାର୍ଜ ଏ ଏକ୍ସଟ୍ରା ଲାର୍ଜ ଆକାରରେ ମିଳୁଛି। ଦେଖିବାକୁ ଯେମିତି ଷ୍ଟାଇଲିସ୍ ସୁରକ୍ଷାରେ ମଧ୍ୟ ସେମିତି ଦମଦାର ଏହି ହେଲମେଟର ମୂଲ୍ୟ ଭାରତରେ ୩ହଜାର ୮୪୯ ଟଙ୍କାରେ ଉପଲବ୍ଧ ହେଉଛି।

   Related Posts