Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧକ୍କା ଦେଲା ଅଜଣା ଗାଡି, ଜୀବନ ହାରିଲେ ବାପା ଓ ଝିଅ
  • ||
  • ମାନିଲେଣି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

“ନୂଆ ଷ୍ଟ୍ରେନ୍ ପୂର୍ବାପେକ୍ଷା ଅଧିକ କ୍ଷତିକାରକ”: ନିଆଯିବ ବଡ ନିଷ୍ପତ୍ତି, ଚିନ୍ତା କରୁଛନ୍ତି ସରକାର

8/04/2021 at 1:42 PM

ଭୁବନେଶ୍ୱର ୮/୪: ଭାଇରସର ଏଇ ଷ୍ଟ୍ରେନ ପୂର୍ବ ଷ୍ଟ୍ରେନ ଅପେକ୍ଷା ଅଧିକ କ୍ଷତିକାରକ । ଏହି ସୂଚନା ଦେଇ ସତର୍କ କରାଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ସେ କହିଛନ୍ତି ଦ୍ରୁତ ଗତିରେ ସଂକ୍ରମଣ କରୁଛି ଏହି ଦ୍ୱିତୀୟ ଷ୍ଟ୍ରେନ । ଯେଉଁଭଳି ଭାବେ ବର୍ତ୍ତମାନ ସଂଖ୍ୟା ବଢ଼ୁଛି ତାହା ଅତ୍ୟନ୍ତ ଚିନ୍ତାଜନକ । ଆଗକୁ କଣ ହେବ କିଛି କହି ହେବନି ।

କେବେ କମିବ ତାହା ଅନୁମାନ କରିହେଉନି । ଆମେ ଭାଇରସ ଏହି ନୂଆ ଷ୍ଟ୍ରେନ ଉପରେ ପରୀକ୍ଷା ନିରୀକ୍ଷା ଚଳାଇଛୁ । ଲୋକମାନେ ସଚେତନ ହେବା ନିହାତି ଦରକାର । ଯଦି ଲୋକମାନେ ସଚେତନ ନହେବେ ପରିସ୍ଥିତି ବହୁତ ଭୟଙ୍କର ହେବ । ଓଡ଼ିଶାରେ ଛତିଶଗଡ଼ ପରିସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ । ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି ଆଗକୁ ବି କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି । ସୀମାବର୍ତ୍ତି ଅଞ୍ଚଳରେ ସଂଖ୍ୟା ବଢ଼ୁଥିବାରୁ ସେଠି ନାଇଟ କର୍ଫ୍ୟୁ କରାଯାଇଛି । କିଛି ସହରାଞ୍ଚଳରେ ବି ସଂଖ୍ୟା ବଢୁଛି । ବିଶେଷ କରି ଭୁବନେଶ୍ୱରରେ ସଂଖ୍ୟା ବଢିବାର କାରଣ ହେଉଛି ଏଠିକୁ ଅଧିକ ବାହାର ଲୋକ ଆସୁଛନ୍ତି ଓ ଚଳ ପ୍ରଚଳ ଅଧିକ ରହୁଛି ।

   Related Posts