Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ନିର୍ମଳା ସୀତାରମଣଙ୍କୁ ‘ବିଷଧର ନାଗୁଣି ଓ ଖରାପ ଅର୍ଥମନ୍ତ୍ରୀ’ କହିଲେ ମମତା ବାନାର୍ଜୀଙ୍କ ସାଂସଦ, ଗର୍ଜିଲା ବିଜେପି

5/07/2020 at 6:24 PM

କୋଲକାତା ୫।୭: ମମତା ବାନାର୍ଜୀଙ୍କ ତୃଣମୂଳ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର। କଲ୍ୟାଣ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବିଷଧର ନାଗୁଣି ସହ ତୁଳନା କରିବା ସାରା ଦେଶରେ ବିଜେପିକୁ ଉସକାଇଛି। ମମତା ବାନାର୍ଜୀ ତାଙ୍କ ଦଳର ସାସଂଦଙ୍କ ଉପରେ ନିୟନ୍ତ୍ରଣ ହରାଇଥିବା ବିଜେପି କହିଥିବା ବେଳେ ସେମାନେ ହତାସାରେ ଯେଉଁଠି ଯାହା ପାରୁଛନ୍ତି ଗପୁଛନ୍ତି ବୋଲି ବିଜେପି ପ୍ରତିକ୍ରିୟାରେ କହିଛି। 

ଇନ୍ଧନମୂଲ୍ୟ ବୃଦ୍ଧି ଓ ରେଳ ଘରୋଇକରଣ ନେଇ ବାଙ୍କୁରାରେ ଅନୁଷ୍ଠିତ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ କଲ୍ୟାଣ ବାନାର୍ଜୀ ଅର୍ଥମନ୍ତ୍ରୀ ପଦରୁ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରିଥିଲେ। ସେ କହିଥିଲେ ଯେପରି ସାପ କାମୁଡାରେ ଲୋକେ ମରୁଛନ୍ତି ସେହିପରି ନିର୍ମଳା ସୀତାରମଣଙ୍କ ଆର୍ଥିକ ପରିଚାଳନାରେ ଦେଶବାସୀ ଜଣକ ପରେ ଜଣେ ମରିବାରେ ଲାଗିଛନ୍ତି। ଦେଶର ଅର୍ଥବ୍ୟବସ୍ଥାକୁ ନିର୍ମଳା ଧ୍ୱଂସ କରିଦେଇଥିବା କଲ୍ୟାଣ ବାନାର୍ଜୀ ଅଭିଯୋଗ କରିଥିଲେ।

କେବଳ ଏତିକି ନୁହେଁ ଟିଏମସି ସାଂସଦ ନିର୍ମଳାଙ୍କୁ ବିଶ୍ୱର ସବୁଠୁ ଖରାପ ଅର୍ଥମନ୍ତ୍ରୀ କହିବାକୁ ବି ପଛେଇ ନଥିଲେ। ଏଥିରେ ପଶ୍ଚିମବଙ୍ଗ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ପ୍ରଦେଶ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ସାଂସଦମାନଙ୍କୁ ନେଇ ସତର୍କ କରାଇଦେଇଛନ୍ତି। ସେମାନେ ଏପରି ବୟାନବାଜୀ କରିବା ପୂର୍ବରୁ ରାଜ୍ୟରେ ନିଜ ଦଳର କାମକୁ ବି ପରଖନ୍ତୁ ବୋଲି କହିଛନ୍ତି। ତଳୁ ଉପରମୁଣ୍ଡ ପର୍ଯ୍ୟନ୍ତ ଦୁର୍ନୀତି ମାଡିଯାଇଥିବା ବେଳେ ରାଜ୍ୟରେ ଲୋକେ ତ୍ରାହି ତ୍ରାହି ହେଉଥିବା କହିଛନ୍ତି।

ନିଜ ଦଳ ଓ ବ୍ୟାପୁଥିବା ଭ୍ରଷ୍ଟାଚର କଥା ନ ଭାବି ଅନ୍ୟକୁ ଅଙ୍ଗୁଳି ଦେଖାଇବା କେତେଦୂର ଯୁକ୍ତିଯୁକ୍ତ ବୋଲି ଦିଲ୍ଲୀପ ପ୍ରଶ୍ନ କରିଛନ୍ତି। ଏଥିରୁ ହୁଏତ ମମତା ତାଙ୍କ ଦଳ ଉପରୁ ନିୟନ୍ତ୍ରଣ ହରାଇସାରିଲେଣି ବୋଲି ଏବେ ବୁଝାଯାଇପାରେ ବୋଲି ଦିଲ୍ଲୀପ କହିଛନ୍ତି। ଯଦି ଘରର ମୁଖିଆ ମଜଭୁତ ଅଛନ୍ତି ତେବେ ତାଙ୍କ ପରିବାର ସଦସ୍ୟ ଏପରି ବାକବିତଣ୍ଡା କରନ୍ତେନି ବୋଲି ସେ କହିଛନ୍ତି। ସେହିପରି କଲ୍ୟାଣ ବାନାର୍ଜୀଙ୍କ ଏପରି ବୟାନବାଜୀକୁ ଦିଲ୍ଲୀ ପ୍ରଳାପ ବୋଲି କହିଛନ୍ତି ।  

   Related Posts