କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା

Published By : Prameya-News7 Bureau | May 07, 2021 IST

ନୂଆଦିଲ୍ଲୀ, ୦୭।୦୫: କରୋନା ରୋଗୀଙ୍କୁ ମେଡିସିନ୍‌ ପାଇଁ ଏସଓପି ପା ଷ୍ଟାଣ୍ଡର୍ଡ ଅପରେଟିଂ ପ୍ରସିଜ୍ୟୋର । କେନ୍ଦ୍ର ଗୃହ ମନ୍ତ୍ରାଳୟ କରୋନା ରୋଗୀଙ୍କୁ ମେଡିସିନ୍‌ ଦେବା ନେଇ ଆସିଲା ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ।  ମେଡିସିନ୍‌ ବ୍ୟବହାର ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୂଆ ପ୍ରୋଟୋକଲ୍‌ ମଧ୍ୟ ଜାରି କରାଯାଇଛି ।

ନୂଆ ଗାଇଡଲାଇନ୍ ଅନୁସାରେ, ଟୋକିଲିଜୁମାବ୍ ଏବଂ ଅନ୍ୟ ମେଡିସିନ୍‌ ବ୍ୟବହାର କରାଯାଇପାରିବ । ଏହା ଗୁରୁତର ରୋଗୀ ଏବଂ ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଦିଆଯାଇ ପାରିବ । ଅକ୍ସିଜେନ ଲେବଲ୍‌ କମ ଥିବା ରୋଗୀଙ୍କୁ ମଧ୍ୟ ଏହି ମେଡିସିନ୍‌ ଦିଆଯାଇ ପାରିବ ।

ତେବେ ଇଞ୍ଜେକ୍ସନ ଦେବା ପୂର୍ବରୁ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ । ପୂର୍ବରୁ କରୋନା ରୋଗୀଙ୍କୁ ମେଡିସିନ୍‌ ଦେବା ନେଇ ଡିସିଜିଆଇ ଅନୁମତି ଦେଇ ସାରିଛନ୍ତି । ଗାଇଡଲାଇନ୍ ଜାରି ପରେ ନୂଆ ମେଡିସିନ୍‌ ବ୍ୟବହାର ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କର୍ପୋରେସନ, ସିଡିଏମ ଓ ପିଏଚଓକୁ ଚିଠି ଲେଖିଛନ୍ତି ।

ଏହାସହ ଏମ୍ସ ନିର୍ଦ୍ଦେଶିକା, ଏଏଚପିଜିଆଇସି ନିର୍ଦ୍ଦେଶକ, କ୍ୟାପିଟାଲ ହସପିଟାଲ, ନିର୍ଦ୍ଦେଶକ, ଆଇଜିଏଚ ନିର୍ଦ୍ଦେଶକ, ସମସ୍ତ ସରକାରୀ ଓ ଘରୋଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିଠି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.