‘ମୁଁ କ’ଣ ଶୁଣିଲି ଅମାନିଆ ହେଲେ କରୋନା ହେଉଛି…’ ନୂଆ ଗୀତ ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଲେ ଭାଇରାଲ୍ ବୟ ତ୍ରୈଲୋକ୍ୟ

Published By : Prameya-News7 Bureau | June 25, 2021 IST

ବାଲିପାଟଣା ୨୫।୬: ମୁଁ କ’ଣ ଶୁଣିଲି ଅମାନିଆ ହେଲେ କରୋନା ହେଉଛି… ଅଭିଜିତ ମଜୁମଦାରଙ୍କ ସହ ଭାଇରାଲ୍ ବୟ ତ୍ରୈଲୋକ୍ୟଙ୍କର ଏକ ନୂଆ ଗୀତ ରେକର୍ଡ ହୋଇଛି । ଏହି ଗୀତରେ କରୋନା ମହାମାରୀକୁ ନେଇ ସଚେତନତା ବାର୍ତ୍ତା ରହିଛି ।

{"id":470900,"width":749,"height":425,"sizeSlug":"large","linkDestination":"none"}

…ମୁଁ ସାବୁନରେ ହାତ ଧୋଉଛି । ମୁଁ ଘର ଭିତରେ ରହୁଛି । ମୁଁ କ’ଣ ଶୁଣିଲି ଅମାନିଆ ହେଲେ କରୋନା ହେଉଛି… ଏଭଳି ସଚେତନତା ବାର୍ତ୍ତା ସହ କୋଭିଡ୍ ଯୋଦ୍ଧାଙ୍କୁ ଗୀତରେ ପ୍ରଶଂସା କରାଯାଇଛି । ଖୁବ୍ ଶୀଘ୍ର ଭଲ ଦିନ ଆସୁଛି ।

{"id":470901,"width":749,"height":421,"sizeSlug":"large","linkDestination":"none"}

ମୁଁ ଇସ୍କୁଲରେ ପଢୁଛି… କହି ସାରା ଓଡିଶାରେ ଭାଇରାଲ୍‌ ହୋଇଥିଲେ ବାଲିପାଟଣା ଆମଣାକୁଦ ଗ୍ରାମର ତ୍ରୈଲୋକ୍ୟ ରାୟ । ତ୍ରୈଲୋକ୍ୟଙ୍କର ଅନେକ ଗୀତ ମଧ୍ୟ ସଫଳତା ହାସଲ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.