ରେଡମିକୁ ବି ପଛରେ ପକେଇଦେବ ଏହି ନୂଆ ସ୍ମାର୍ଟ ଫୋନ, ଜାଣନ୍ତୁ ଏହାର ସ୍ମାର୍ଟ ପ୍ରାଇସ୍ ଓ ଫିଚର୍ସ

Published By : Prameya-News7 Bureau | October 23, 2019 IST

ସ୍ମାର୍ଟ ଫୋନ ବଜାରରେ ରେଡମିକୁ ଏବେ ମାତ ଦେବ ଇନଫିନିକ୍ସ ହଟ-୮। ଭାରତୀୟ ବଜାରରେ ନୂଆକରି ପ୍ରବେଶ କରିଥିବା ଫୋନ ଏବେ  ଅନ୍ୟ ସ୍ମାର୍ଟ ଫୋନମାନଙ୍କ ମଧ୍ୟରେ ଖୁବ୍ ଶସ୍ତା ବୋଲି ଜଣାପଡିଛି।  ବଜାରରେ ଏପର୍ଯ୍ୟନ୍ତ ୧୦ ହଜାର ଟଙ୍କାରେ ଉପଲବ୍ଧ ହେଉଥିବା ସ୍ମାର୍ଟ ଫୋନମାନଙ୍କରେ ଯେଉଁସବୁ ଫିଚର ନାହିଁ ତା ଠୁ ବି ଅଧିକ ଫିଚର  ଇନଫିନିକ୍ସ ଦେଉଥିବା ବେଳେ ଏଥିରେ ରହୁଛି ଅତ୍ୟାଧୁନିକ କ୍ୟାମେରା ସହ ଇଣ୍ଟଲେକ୍ଟ ସେନସର ସାଙ୍ଗକୁ କ୍ୱାଡଲିଡ ଫ୍ଲାସ୍ । ତେବେ ଆସନ୍ତୁଜାଣିବା ଏହି ସ୍ମାର୍ଟ ଫୋନର ସ୍ମାର୍ଟ ଫିଚର ଓ ମୂଲ୍ୟ ସମ୍ପର୍କରେ।

{"id":173737,"width":586,"height":594}

ଇନଫିନିକ୍ସ ହଟ-୮ ସ୍ପେସିଫିକେସନରୁ ଜାହା ଜଣାପଡୁଛି ୬ ଇଞ୍ଚର ସ୍କ୍ରିନ ସହ ୱାଟରଡ୍ରପ ନାଚ୍ ଡିସପ୍ଲେ ରେ ଉପଲବ୍ଧ ହେଉଛି। ୪ ଜିବି ରାମ ଫୋନରେ ୬୪ ଜିବି ଇଣ୍ଟନାଲ ଷ୍ଟୋରେଜ ବିକଳ୍ପ ବି ରହୁଛି। କମ୍ପାନୀ ସୂଚନା ଅନୁସାରେ ଏହି ଫୋନର ୫୦୦୦ଏମଏଏଚର ବଡ ବ୍ୟାଟେରୀ ରହୁଛି। ମିଡିଆ ଟେକ୍ ହେଲିଓ ପି-୨୨ ପ୍ରୋସେସର ସହ ନିର୍ମିତ  ସ୍ମାର୍ଟ ଫୋନର ବଜାର ମୂଲ୍ୟ ସମ୍ପର୍କରେ ଆସନ୍ତୁ ଜାଣିବା ।

{"id":173738}

ନୂଆକରି ଭାରତୀୟ ବଜାରକୁ ଆସିଥିବା  ଇନଫିନିକ୍ସ ଫ୍ଲିପକାର୍ଟର ଗତ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲରେ ଭଲ କରାବାର କରିଛି। ଭାରତୀୟ ବଜାରରେ ଫୋନର ସର୍ବନିମ୍ନ ମଡେଲ ୬ ହଜାର ୯୯୯ ଟଙ୍କାରୁ ବିକ୍ରି ଆରମ୍ଭ କରିଥିବା ବେଳେ ଫିଚର ଓ ମଡେଲ ଅନୁସାରେ ଅଧିକ ଦରର ଫୋନ ବି ରହିଛି. ଏଣୁ ଏହି ଫୋନକୁ ଏବେ ଭାଲ୍ୟୁ ପର ମନି ସ୍ମାର୍ଟ ଫୋନ ବୋଲି କହୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.