Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ନୂଆ ନାରା ସହ ନିର୍ବାଚନ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କାର୍ଯ୍ୟାଳୟ ବାହାରେ ଲାଗିଲା ପୋଷ୍ଟର

11/09/2020 at 5:36 PM

ପାଟନା ୧୧/୦୯ : ବିହାରରେ ହେବାକୁଥିବା ବିଧାନସଭା ଉପନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳର ପ୍ରସ୍ତୁତି ଜୋରସୋରରେ ଚାଲିଛି | ଭୋଟରଙ୍କୁ ହାତେଇବା ପାଇଁ ରାଜନୈତିକ ଦଳ ନାନା ଉପାୟ କରୁଛନ୍ତି | ରାଜନୈତିକ ଦଳ ନିର୍ବାଚନ ପାଇଁ ଅନେକ ନୂଆ ନାରା ମଧ୍ୟ ଲଗାଇଛନ୍ତି ଯେପରିକି ଭୋଟରଙ୍କୁ ଆକର୍ଷିତ କରିପାରିବେ ଏବଂ ନାରା ଜରିଆରେ ନିଜକୁ ଲୋକଙ୍କ ସବୁଠାରୁ ବଡ ଶୁଭ ଚିନ୍ତକ ପ୍ରମାଣିତ କରିପାରିବେ | ଏହି ଉଦ୍ଦେଶ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଜେଡିୟୁର ନୂଆ ନାରା ସାମ୍ନାକୁ ଆସିଛି |

ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାଁ ଓ କାମକୁ ନେଇ ଭୋଟ ମାଗିବାର ଏହି ନୂଆ ନାରା ଜେଡିୟୁ କାର୍ଯ୍ୟାଳୟ ବାହାରେ ଲାଗିଛି | ପୋଷ୍ଟରରେ ଲେଖାଯାଇଛି, ‘ନୀତିଶଙ୍କ ଉପରେ ବିଶ୍ୱାସ, ବିହାରରେ ବିକାଶ’ ଏବଂ ‘ବିହାର ନାଁରେ ନୀତିଶଙ୍କ କାମ’ |

କରୋନା ସମୟରେ ହେବାକୁଥିବା ଏହି ନିର୍ବାଚନରେ ସାମାଜିକ ଦୂରତା ପାଳନ କରୁଥିବାରୁ ରାଲି ହୋଇପାରୁନାହିଁ | ସେଥିପାଇଁ ସମସ୍ତ ରାଜନୈତିକ ଦଳ ପ୍ରଚାର ପାଇଁ ନାରାର ସାହାରା ନେବାକୁ ପ୍ରସ୍ତୁତ ଅଛନ୍ତି | ଗତଥର ବିହାରରେ, ‘ବିହାରରେ ବହାର ହେ, ନୀତିଶ କୁମାର ହେ’…ଭଳି ନାରା ଦିଆଯାଇଥିଲା |

ଜେଡିୟୁ ଏଥର ଆଉ ଏକ ନାରା ଦେବାକୁ ଯାଉଛି | ‘ନ୍ୟାୟ କେ ସାଥ୍ ତରକ୍କି, ନୀତିଶ୍ କି ବାତ୍ ପକ୍କି’ ନାରା ସହ ନିର୍ବାଚନ ମଇଦାନକୁ ଓହ୍ଲାଇଛି |

   Related Posts