ବଜାରକୁ ଆସିବ ନୂଆ ସ୍କୁଟି ପେପ୍ ପ୍ଲସ୍, ଜାଣନ୍ତୁ କଣ ରହିଛି ଏହାର ଦାମ୍ ଓ ଫିଚର୍ସ୍
3/04/2020 at 12:38 PM

ନୂଆଦିଲ୍ଲୀ, ୦୩|୦୪: ଟିଭିଏସ ଭାରତରେ ବିଏସ-୬ ଇଞ୍ଜିନ ବିଶିଷ୍ଟ ନୂଆ ସ୍କୁଟି ପେପ୍ ପ୍ଲସ୍ ଲଞ୍ଚ୍ କରିବ ବୋଲି ଘୋଷଣା କରିଛି । ଏହାର ଷ୍ଟାଣ୍ଡାର୍ଡ ଭାରିଏଣ୍ଟର ଦାମ ରହିଛି ୫୧,୭୫୪ ଟଙ୍କା । ସେହିପରି ଏହାର ମେଟ୍ ଏଡିସନର ଦାମ ରହିଛି ୫୨,୯୫୪ ଟଙ୍କା । ବିଏସ-୪ ତୁଳନାରେ ଏହି ନୂଆ ସ୍କୁଟିର ଦାମ ପ୍ରାୟ ୬୭୦୦ ଟଙ୍କା ଅଧିକ । ତେବେ କମ୍ପାନୀ ନୂଆ ମଡେଲରେ ସେଭଳି କିଛି ପରିବର୍ତ୍ତନ କରିନାହିଁ । ତେବେ କଲରରେ ପରିବର୍ତ୍ତନ ହୋଇଛି । ଏହା କୋରାଲ ମେଟ୍ ଓ ଆକ୍ୱା ମେଟ କଲରରେ ଉପଲବ୍ଧ ।

ଏହି ସ୍କୁଟିରେ ୮୭.୮ ସିସିର ସିଙ୍ଗିଲ୍ ସିଲିଣ୍ଡର ଇଞ୍ଜିନ ରହିଛି । ଏଥିରେ ଏୟାର କୁଲଡ୍ ଟେକନିକ୍ ବ୍ୟବହାର କରାଯାଇଛି । ଏହା ୬୫୦୦ ଆରପିଏମରେ ୫ ବିଏଚପି ପାଓ୍ୱାର ଓ ୪୦୦୦ ଆରପିଏମରେ ୫.୮ ଏନଏମ ଟର୍କ୍ ସୃଷ୍ଟି କରିଥାଏ । ସ୍କୁଟିରେ ଇଞ୍ଜିନ ସହ ଇକୋ ଥ୍ରଷ୍ଟ୍ ଟେକନୋଲୋଜୀ ଦିଆଯାଇଛି । ଏଥିରେ ୧୨ ଭୋଲ୍ଟର ସକେଟ ଦିଆଯାଇଛି । ଏଥିରେ ମୋବାଇଲ ଫୋନ ଚାର୍ଜ କରିହେବ । ଏହାସହ ସାଇଡ୍ ଷ୍ଟାଣ୍ଡ୍ ଆଲାର୍ମ ପ୍ରଦାନ କରାଯାଇଛି ।
ଏହାର ହ୍ୱିଲବେସ୍ ୧୨୩୦ ଏମଏମ ଥିବା ବେଳେ ହ୍ୱିଲ୍ସ୍ ୧୦୦ ଏମଏମ ଓ ଡ୍ରମ୍ ବ୍ରେକ ରହିଛି । ଆହାର ମୋଟ ଓଜନ ୯୫ କେଜି । ଯାହା ଚଲାଇବାକୁ ମହିଳାଙ୍କ ପାଇଁ ଅଧିକ ସହଜ ହେବ ।