ଆଜିଠାରୁ ଲୋକଙ୍କ ପାଇଁ ନୂଆ ସ୍କିମ୍‌ର ଶୁଭାରମ୍ଭ କରିବେ ରାଜ୍ୟ ସରକାର

Published By : Prameya-News7 Bureau | October 02, 2018 IST

ଭୁବନେଶ୍ବର ୨|୧୦: ଗାନ୍ଧିଜୟନ୍ତୀରୁ ଲୋକଙ୍କ ପାଇଁ ନୂଆ ସ୍କିମର ଶୁଭାରମ୍ଭ କରିବେ ରାଜ୍ୟ ସରକାର ।  ଆରମ୍ଭ ହେବ ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା । ପ୍ରତି ଜିଲ୍ଲାରେ ଆରମ୍ଭ ହେଉଥିବା ଏହି କାର୍ଯ୍ୟକ୍ରମ ସହ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା, ବାଲେଶ୍ବର ଜିଲ୍ଲାର ଜଳେଶ୍ବର, ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଓ ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ବ୍ଲକରେ ଆୟୋଜିତ ହେଉଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଭୁବନେଶ୍ବରରୁ ଏହାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡ଼ିଥିବା ହିତାଧିକାରୀଙ୍କ ଭିତରୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୮ ଲକ୍ଷ ହିତାଧିକାରୀଙ୍କୁ  ରେସନ କାର୍ଡ ବିତରଣ କରାଯିବ ଓ କିଲୋ ପ୍ରତି  ୧ଟଙ୍କା ମୁଲ୍ୟରେ ଚାଉଳ ଯୋଗାଇ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.